ବାବା ହଟକେଶ୍ୱରଙ୍କ ପୀଠରେ ପହଞ୍ଚିଲା ଅଯୋଧ୍ୟା ଯାଉଥିବା ସ୍ୱର୍ଣ୍ଣ ଧନୁ - ODISHA GOLDEN DHANU

🎬 Watch Now: Feature Video

thumbnail
ବାବା ହଟକେଶ୍ୱରଙ୍କ ପୀଠରେ ପହଞ୍ଚିଲା ଅଯୋଧ୍ୟା ଯାଉଥିବା ସ୍ୱର୍ଣ୍ଣ ଧନୁ (ETV Bharat)

By ETV Bharat Odisha Team

Published : January 18, 2026 at 8:00 PM IST

1 Min Read
Choose ETV Bharat

ଖୋର୍ଦ୍ଧା: ବାଘମାରୀ ଅଟ୍ରିସ୍ଥିତ ଏକାଦଶ ରୁଦ୍ର ବାବା ହଟକେଶ୍ୱରଙ୍କ ପୀଠରେ ପହଞ୍ଚିଲା ସ୍ବର୍ଣ୍ଣ ଧନୁ ଯାତ୍ରା । ସ୍ବର୍ଣ୍ଣ ଧନୁ ପ୍ରଥମେ ରାଉରକେଲା ହନୁମାନ ବାଟିକାରୁ ବାହାରି ବିଭିନ୍ନ ପୀଠ ପରିଭ୍ରମଣ କରି ଆଜି (ରବିବାର) ଅଟ୍ରିରେ ଥିବା ଏକାଦଶ ରୁଦ୍ର ବାବା ହଟ୍ଟକେଶ୍ବରଙ୍କ ପୀଠରେ ପହଞ୍ଚିଛି । ବର୍ତ୍ତମାନ ହଟ୍ଟକେଶ୍ବରଙ୍କ ପୀଠରେ ମକର ମେଳା ଚାଲୁଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ସ୍ବର୍ଣ୍ଣ ଧନୁ ଦେଖିବାର ସୁଯୋଗ ପାଇଛନ୍ତି । ସେହିପରି ଏକାଦଶ ରୁଦ୍ର ବାବା ହଟ୍ଟକେଶ୍ବରଙ୍କ ଠାରୁ ଆଜ୍ଞା ମାଳ ଆସି ଘଣ୍ଟ ଘଣ୍ଟା ଖୋଳ ଝାଞ୍ଜରେ ଜୋରଦାର ସ୍ବର୍ଣ୍ଣ ଧନୁକୁ ସ୍ବାଗତ କରାଯାଇଛି । ସ୍ବର୍ଣ୍ଣ ଧନୁ ହଟ୍ଟକେଶ୍ବରଙ୍କ ପୀଠରୁ ବାହାରି ଭୁବନେଶ୍ବର ବାବା ଲିଙ୍ଗରାଜ ମନ୍ଦିର ଯିବ। ସେଠାରୁ ଶ୍ରୀକ୍ଷେତ୍ର ଯିବା ପରେ ସିଧା ଅଯୋଧ୍ୟା ଯିବ । ଏହି ଧନୁ ଅଯୋଧ୍ୟା ପ୍ରଭୁ ଶ୍ରୀରାମ ମନ୍ଦିରରେ ସ୍ଥାନ ପାଇବ ।

ତେବେ ସ୍ବର୍ଣ୍ଣ ଧନୁକୁ ଦେଖିବାକୁ ହଟ୍ଟକେଶ୍ବର ମନ୍ଦିର ପରିସରରେ ଜୋରଦାର ଭିଡ ପରିଲିକ୍ଷିତ ହୋଇଥିଲା ଏବଂ ମକର ମେଳାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ସ୍ବର୍ଣ୍ଣ ଧନୁଷକୁ ପାଖରୁ ପାଇଁ ବେଶ ଆନନ୍ଦିତ ହୋଇଥିବା ଦେଖିବାକୁ ମିଳିଥିଲା । ଯୁବ ସମାଜସେବୀ ମାନସ ବେହେରା କହିଛନ୍ତି, "ଆମର ସୌଭାଗ୍ୟ ଯେ, ବିଭିନ୍ନ ଜିଲ୍ଲା ଅତିକ୍ରମ କରିବା ପରେ ସ୍ବର୍ଣ୍ଣ ଧନୁ ପବିତ୍ର ହାଟକେଶ୍ୱର ପୀଠରେ ପହଞ୍ଚିଛି । ଏଠାରୁ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଯିବା ପରେ ପୁରୀ ଧାମରେ ପହଞ୍ଚିବ । ଜଗନ୍ନାଥ ଧାମରେ ପୂଜାର୍ଚ୍ଚନା କରାଯାଇ ସେଠାରୁ ଆସନ୍ତା 22 ତାରିଖରେ ଅଯୋଧ୍ୟା ଯିବ ଏବଂ ସେଠାରେ ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି । ଅଞ୍ଚଳବାସୀ ଆଜି ଏହାକୁ ଦେଖିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।" 

ଏହା ମଧ୍ୟ ପଢ଼ନ୍ତୁ...

ଯାଜପୁରରେ ସ୍ବର୍ଣ୍ଣଧନୁକୁ ବିପୁଳ ସ୍ବାଗତ, ବିରଜା ମନ୍ଦିରରେ ପୂଜାର୍ଚ୍ଚନା

Watch: ବିଶ୍ବର ସବୁଠୁ ବଡ଼ ଶିବଲିଙ୍ଗ ସ୍ଥାପନ

ସେହିପରି ବାବା ହାଟକେଶ୍ୱରଙ୍କ ପୂଜକ ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି, "ସ୍ବର୍ଣ୍ଣ ଧନୁ ଯାତ୍ରାକୁ ଦେଖି ବହୁତ ଖୁସି ଲାଗୁଛି । ମହାଦେବ ଶିବଙ୍କ ଇଷ୍ଟ ହେଉଛନ୍ତି ରଘୁନାଥ ମହାପ୍ରଭୁ । ଏବେ ହାଟକେଶ୍ୱରଙ୍କ ମକର ଯାତ୍ରା ଚାଲିଥିବା ବେଳେ ମହାପ୍ରଭୁଙ୍କ ଆଜ୍ଞା ଦେଇ ଆମେ ସ୍ୱାଗତ କରିଛୁ ।"

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details