ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୫ ବର୍ଷ ଜନସେବା ପୂର୍ତ୍ତି, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

🎬 Watch Now: Feature Video

thumbnail
ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୫ ବର୍ଷ ଜନସେବା ପୂର୍ତ୍ତି; ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ (ETV Bharat Odisha)

By ETV Bharat Odisha Team

Published : October 7, 2026 at 11:36 AM IST

1 Min Read
Choose ETV Bharat

ପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷର ଜନସେବା ପୂର୍ତ୍ତି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବାଲୁକା କଳାକୃତି ନିର୍ମାଣ କରି ଶୁଭେଚ୍ଛା ଜଣାଇଛନ୍ତି । ୧୦ ଫୁଟ୍ ଉଚ୍ଚ ଏବଂ ୨୦ ଫୁଟ୍ ଓସାରର ଏହି ବାଲୁକା ଚିତ୍ରକଳାରେ ବାର୍ତ୍ତା ରହିଛି "25 YEARS OF PUBLIC SERVICE, THE SPIRIT OF SERVICE, MODI JI’S VISION FOR VIKSIT BHARAT" ।

ଏହି କଳାକୃତିଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନସେବା, ନେତୃତ୍ୱ ଏବଂ ଜାତୀୟ ବିକାଶର ଯାତ୍ରାକୁ ପ୍ରଦର୍ଶିତ କରୁଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଜରାଟରୁ ଜାତୀୟସ୍ତର ପର୍ଯ୍ୟନ୍ତ ଗତିପଥ ଏବଂ ବିକଶିତ ଭାରତର ସଂକଳ୍ପକୁ ପ୍ରତିଫଳିତ କରୁଛି ।

ସେହିପରି ସୁଦର୍ଶନ ସ୍ୟାଣ୍ଡ୍ ଆର୍ଟ୍ ଇନଷ୍ଟିଚ୍ୟୁଟର ଛାତ୍ରୀ ମୋନାଲିସା ମହାରଣା ଏବଂ ସୋନାଲୀ ଏକ ସ୍ୱତନ୍ତ୍ର ବାଲୁକା କଳା ଆନିମେସନ୍ (Sand-art Animation) ନିର୍ମାଣ କରିଛନ୍ତି । ଏଥିରେ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଭାରତର ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ତାଙ୍କର ଯାତ୍ରାକୁ ପ୍ରଦର୍ଶିତ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବା ଯାତ୍ରା ୨୦୦୧ ମସିହାରେ ଆରମ୍ଭ ହୋଇଥିଲା, ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୨ ବର୍ଷରୁ ଅଧିକ ସମୟ ଗୁଜରାଟର ସେବା କରିବା ପରେ, ସେ ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ଗୁଜରାଟରୁ ଜାତୀୟସ୍ତର ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ୨୦୨୬ ମସିହାରେ ଜନସେବା ଏବଂ ନେତୃତ୍ୱର ୨୫ ବର୍ଷ ପୂରଣ କରୁଛି ।  
 
ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି,"ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ତାଙ୍କର ୨୫ ବର୍ଷର ଜନସେବା ପାଇଁ ଆନ୍ତରିକ ଶୁଭକାମନା ଜଣାଉଛି । ଆଗାମୀ ଯାତ୍ରା ସେବା ମନୋଭାବ ଏବଂ ବିକଶିତ ଭାରତର ସଂକଳ୍ପକୁ ଆଗକୁ ବଢ଼ାଇବା ପାଇଁ ନିରନ୍ତର ପ୍ରେରଣା ଦେଉଥାଉ ।

ଏହା ମଧ୍ୟ ପଢନ୍ତୁ...ଭାରତୀୟ ମହିଳା ହକି ଦଳକୁ ବାଲୁକା ଆନିମେସନ ମାଧ୍ୟମରେ ଶୁଭେଚ୍ଛା

ଏହା ମଧ୍ୟ ପଢନ୍ତୁ...ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ୨,୫୦୦ ଦୀପରେ ୨୫ ଫୁଟର ବାଲୁକା କଳା ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକ

ଇଟିଭି ଭାରତ, ପୁରୀ 