Watch: ବାଃ କି ସୁନ୍ଦର...ବରଫ ଚାଦର ଢାଙ୍କି ହୋଇଛି ପ୍ରକୃତି - SNOWFALL
🎬 Watch Now: Feature Video

Published : January 1, 2026 at 3:12 PM IST
ହାଇଦ୍ରାବାଦ: ସୁନ୍ଦର..ଚତ୍ମକାର...ଯୁଆଡେ ଚାହିଁଲେ ବରଫ ଚାଦରରେ ଆଚ୍ଛାଦିତ ପ୍ରକୃତି...ମାଟିଠୁ ପାହାଡ ସବୁକିଛି ବରଫ ଚାଦରରେ ଢାଙ୍କି ହୋଇ ରହିଛି । ବିଦାୟ ନେଇଛି 2025...ନୂଆ ଆଲୋକ ସହ ପାଦ ଥାପିଛି ନୂଆବର୍ଷ । କାଶ୍ମୀରଠୁ କନ୍ୟାକୁମାରୀ...ପୂର୍ବଠୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଜାରି ରହିଛି ଶୀତର ଲହରୀ । ଆଉ ଜମ୍ମୁ-କାଶ୍ମୀରଠୁ ନେଇ ହିମାଚଳ, ଉତ୍ତରାଖଣ୍ଡ ଆଦି ପାହାଡିଆ ରାଜ୍ୟରେ ଜାରି ରହିଛି ତୁଷାରପାତ । ଯାହାକି ପ୍ରକୃତିକୁ ଆହୁରି ସୁନ୍ଦର କରି ଗଢି ତୋଳିଛି । ଏହି ମନୋରମ ଦୃଶ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ମଧ୍ୟ ଭିଡ଼ ଲାଗୁଛି । ପ୍ରବଳ ତୁଷାରପାତ ଯୋଗୁଁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡୁଛି । ବରଫର ମୋଟା ଚାଦରକୁ ଚିରି ବିଯୁକ୍ତ ତାପମାତ୍ରାରେ ଦେଶ ସେବାରେ ଲାଗିଛନ୍ତି ଆମ ବୀର ଯବାନ । ସିଆଚିନରେ ଯବାନ ମାନେ ସୁରକ୍ଷା ପ୍ରହରା ଦେଉଛନ୍ତି । ଆଉ ତୁଷାରପାତକୁ ଦେଖି ପର୍ଯ୍ୟଟକ ବି ବେଶ ଖୁସି । ପରିବାର ସହ ସୁନ୍ଦର ସମୟ ଅତିବାହିତ କରୁଛନ୍ତି ।