ମା’ ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା

🎬 Watch Now: Feature Video

thumbnail
ମା’ ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା (ETV Bharat Odisha)

By ETV Bharat Odisha Team

Published : October 4, 2026 at 10:13 AM IST

1 Min Read
Choose ETV Bharat

ଜଗତସିଂହପୁର: ଦେବୀ ମା’ ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ଦୁର୍ଗାଷ୍ଟମୀରେ ଶେଷ ହେଉଥିବା ଏହି ପୂଜା ଚଳିତ ବର୍ଷ ୧୬ ଦିନ ଧରି ଚାଲିବ । ଏହି ଅବସରରେ ପ୍ରତ୍ୟେକ ଦିନ ମା’ଙ୍କୁ ଷୋଡ଼ଶ ଉପଚାରରେ ପୂଜା କରାଯିବା ସହ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଯାହାକୁ ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଭକ୍ତଙ୍କ ସମାଗମ ହୋଇଥାଏ । ସେପଟେ ପାର୍ବଣ ସମୟରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ମା’ଙ୍କ ପୂଜାବିଧି ସମ୍ପର୍କରେ ସାରଳା ମନ୍ଦିରର ସେବକ ବିଶ୍ଵ ରଞ୍ଜନ ରାଉଳ କହିଛନ୍ତି," ଗତକାଲି (ଶନିବାର) ଆଜ୍ଞାମାଳ ଆସିବା ପରେ ବିଧିବିଧାନ ଅନୁସାରେ ମା’ଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥିଲା । ଏହା ସହ ଚଣ୍ଡୀପାଠ ମଧ୍ୟ କରାଯାଇଥିଲା । ପାର୍ବଣ ଅବସରରେ ମା’ଙ୍କୁ ସ୍ୱତନ୍ତ୍ର ଭାବେ ସୁସଜ୍ଜିତ କରାଯାଇଛି । ପ୍ରତ୍ୟେକ ଦିନ ଷୋଡଶ ଉପଚାର ପୂଜା ପରେ ମାଙ୍କୁ ସୁନା ବେଶରେ ଭୂଷିତ କରାଯିବ । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ତିଥୀରେ ମାଙ୍କୁ ମହିଷା ମର୍ଦ୍ଧିନି ବେଶ ଅନୁଷ୍ଠିତ ହେବ ।ଏହି ତିନିଦିନ ମା’ଙ୍କ ନଗର ଭ୍ରମଣ କରାଯିବାର ମଧ୍ୟ ବିଧି ରହିଛି । ଏହାକୁ ଦେଖିବାପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । 

 ଏହା ମଧ୍ୟ ପଢନ୍ତୁ...ମା' ଲଙ୍କେଶ୍ଵରୀଙ୍କ ପ୍ରସିଦ୍ଧ ଖଣ୍ଡାବସା ଯାତ୍ରା: ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଇଟିଭି ଭାରତ, ଜଗତସିଂହପୁର