Watch: ବାଲୁକା ଆନିମେସନରେ ଟି-20 ବିଶ୍ୱକପ୍ ବିଜେତା ଟିମ ଇଣ୍ଡିଆକୁ ଶୁଭେଚ୍ଛା - SAND ANIMATION
🎬 Watch Now: Feature Video

Published : March 9, 2026 at 6:40 PM IST
ପୁରୀ: ଟି-୨୦ ବିଶ୍ୱକପ (୨୦୨୬)ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ବିଶ୍ୱବିଜୟୀ ହୋଇଛି । ଟିମ ଇଣ୍ଡିଆର ଏହି ବିଶ୍ୱବିଜୟରେ ସମଗ୍ର ଦେଶବାସୀ ଗର୍ବିତ । ଖେଳାଳିଙ୍କ ଦର୍ଶନୀୟ ପ୍ରଦର୍ଶନ ବଳରେ ଭାରତୀୟ ଦଳ ବିଜୟ ହାସଲ କରିଥିଲା । ଏହି ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଭାରତୀୟ ଦଳକୁ ଭୁରିଭୁରି ପ୍ରଶଂସା କରିବା ସହିତ ପୁରୀରେ ଥିବା ତାଙ୍କ ଷ୍ଟୁଡିଓରେ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇବା ପାଇଁ ଏକ ସ୍ୱତନ୍ତ୍ର ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି ।
ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିବା ଏହି ବାଲୁକା ଆନିମେସନରେ ଶିଳ୍ପୀ ମାନସ, ଭାରତୀୟ ଦଳର ବିଜୟ ଏବଂ ଜାତୀୟ ଗର୍ବର ଭାବନାକୁ ସୁନ୍ଦର ଭାବରେ ପ୍ରତିଫଳିତ କରିଛନ୍ତି । ଏହି ସୃଜନଶୀଳ କଳାକୃତି ମାଧ୍ୟମରେ, କଳାକାର ଭାରତୀୟ ଦଳର ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କର ଖୁସି ଏବଂ ସମ୍ମାନ ପ୍ରକାଶ କରିଛନ୍ତି ।
ମାନସ କୁମାର ସାହୁ କହିଛନ୍ତି ଯେ ଏହି ଐତିହାସିକ ବିଜୟ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ । ସେ ତାଙ୍କର ଅନନ୍ୟ ବାଲୁକା ଆନିମେସନ ମାଧ୍ୟ୍ୟମରେ ସେଲିବ୍ରେସନ୍ କରିଛନ୍ତି । ଏହି କଳାକୃତି ଦେଶବ୍ୟାପୀ କ୍ରିକେଟ ପ୍ରେମୀଙ୍କ ପାଇଁ ଜାତୀୟ ଗର୍ବ, ଏକତା ଏବଂ ଉତ୍ସବର ବାର୍ତ୍ତା ମଧ୍ୟ ବହନ କରେ ।
ଏହା ବି ଦେଖନ୍ତୁ- WATCH: ବାଲୁକା ଆନିମେସନରେ ପୋଙ୍ଗଲ ଓ ମକର ସଂକ୍ରାନ୍ତି ଶୁଭେଚ୍ଛା - MAKAR SANKRANTI 2026
ଇଟିଭି ଭାରତ, ପୁରୀ