Watch: ବ୍ରହ୍ମପୁରରୁ ବିରଳ ଆଲବିନୋ କମନ୍ ଉଲ୍ଫ ସାପ ଉଦ୍ଧାର, ରଙ୍ଗରୁ ନେଇ ରୋଚକ ତଥ୍ୟ - ALBINO COMMON WOLF SNAKE BERHAMPUR

🎬 Watch Now: Feature Video

thumbnail
ବ୍ରହ୍ମପୁରରୁ ବିରଳ ଆଲବିନୋ କମନ୍ ଉଲ୍ଫ ସାପ ଉଦ୍ଧାର, ଜାଣନ୍ତୁ ଏହା ବିଷୟରେ... (ETV Bharat Odisha)

By ETV Bharat Odisha Team

Published : February 25, 2026 at 1:33 PM IST

1 Min Read
Choose ETV Bharat

ବ୍ରହ୍ମପୁର: ବ୍ରହ୍ମପୁର ଠାରେ ଏକ ବିରଳ ପ୍ରଜାତିର ଚିତି ସାପ ଦେଖିବାକୁ ମିଳିଛି । ଏହାର ରଙ୍ଗ ସମ୍ପୂର୍ଣ୍ଣ ଧଳାରଙ୍ଗର । ବ୍ରହ୍ମପୁର ରଥ ସାହିର ବାସିନ୍ଦା ନଳିନୀ ପଣ୍ଡାଙ୍କ ବାଡ଼ି ପାଚେରୀରୁ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଉଦ୍ଧାର କରିଛନ୍ତି । ଏହାର ଲମ୍ବ ପାଖାପାଖି 2 ଫୁଟ ରହିଥିବା ସ୍ନେକ ହେଲ୍ପଲାଇନର ସଦସ୍ୟ ସ୍ବାଧୀନ କହିଛନ୍ତି ।

ଆଲବିନୋ କମନ୍ ଉଲ୍ଫ ଉଦ୍ଧାର:
ସୋମବାର ରାତିରେ ଏହାକୁ ନଳିନୀ ପଣ୍ଡାଙ୍କ ପରିବାର ସଦସ୍ୟ ବାଡି ପାଚେରୀରେ ଦେଖି ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ଏହା ପରେ ସ୍ନେକ ହେଲ୍ପଲାଇନର ସଂଯୋଜକ ସ୍ବାଧୀନ ସାହୁ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି । ସାପଟିର ରଙ୍ଗ ସମ୍ପୂର୍ଣ୍ଣ ଧଳା ହୋଇଥିବା ବେଳେ ଆଖିର ରଙ୍ଗ ଲାଲ ରହିଥିଲା । ଏହା ଏକ ବିରଳ ଚିତି ସାପର ପ୍ରଜାତି ଅଟେ । ଯାହାର ନାମ ଆଲବିନୋ କମନ୍ ଉଲ୍ଫ ଅଟେ ।

ବିରଳ ସାପ ପ୍ରଜାତି ବିଷୟରେ:
ବିଭିନ୍ନ ସ୍ଥାନରେ ଚିତି ସାପ (କମନ୍ ଉଲ୍ଫ) ମୁଖ୍ୟତଃ ଦେଖିବାକୁ ମିଳିଥାନ୍ତି । ମାତ୍ର ଆଲବିନୋ କମନ୍ ଉଲ୍ଫ ବା ଧଳା ରଙ୍ଗର ଚିତି ସାପ ଖୁବ୍ ବିରଳ ଅଟେ । ସାପଟି ଅଣ୍ଡାରେ ରହିଥ‌ିବା ସମୟରେ ଏକ ନିର୍ଦ୍ଦିଷ୍ଟ ରୋଗ କାରଣରୁ ତା ଶରୀରର ରଙ୍ଗ ଧଳା ହୋଇଥାଏ ବୋଲି ସ୍ନେକ ହେଲ୍ପଲାଇନର ସଂଯୋଜକ କହିଛନ୍ତି । ତାଙ୍କ ଶରୀରରେ ମେଲାନିନ୍ ନାମକ କଣିକା ଅନୁପସ୍ଥିତ ରହିଥାଏ । ଏହା ବେଳେ ବେଳେ ଧଳା କିମ୍ବା ଇଷତ୍ ଗୋଲାପି ରଙ୍ଗର ମଧ୍ୟ ହୋଇପାରନ୍ତି । ଏହାର ଆଖିର ରଙ୍ଗ ମଧ୍ୟ ଲାଲ କିମ୍ବା ଗୋଲାପି ହୋଇପାରେ ।

ସ୍ନେକ ହେଲ୍ପଲାଇନର ସଂଯୋଜକ ସ୍ବାଧୀନ ସାହୁ କହିଛନ୍ତି,"ଉଦ୍ଧାର କରାଯାଇଥିବା ସାପର ଲମ୍ବ ପାଖାପାଖି ୨ ଫୁଟ ରହିଛି ।" ବ୍ରହ୍ମପୁର ବନଖଣ୍ଡର ଡିଏଫ୍‌ଓ ସନି ଖୋଖରଙ୍କ ପରାମର୍ଶ କ୍ରମେ ସାପଟିକୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଛନ୍ତି ବୋଲି ସ୍ନେକ ହେଲ୍ପଲାଇନର ସଂଯୋଜକ କହିଛନ୍ତି ।

ଏହା ମଧ୍ୟ ଦେଖନ୍ତୁ:

ଭୁବନେଶ୍ୱରରେ ପ୍ରବଳ ବର୍ଷା ! 3 ଘଣ୍ଟା ପାଇଁ ଟ୍ୱିନସିଟିକୁ କାଳବୈଶାଖୀ ଆଲର୍ଟ, 6 ଜିଲ୍ଲାକୁ କୁଆପଥର ବର୍ଷା ସତର୍କତା

Watch: ଶାନ୍ତି ଶୃଙ୍ଖଳାରେ ମାତୃଭାଷା ପରୀକ୍ଷା ଶେଷ, ସହଜ ପ୍ରଶ୍ନ ଦେଖି ଖୁସି ପରୀକ୍ଷାର୍ଥୀ

Interview; ଧାନକିଣା ସମସ୍ୟା ଏବଂ ଚାଷୀ ପ୍ରସଙ୍ଗରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରତିକ୍ରିୟା

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details