Watch: ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସମ୍ବଲପୁର ସହର, ଖଣ୍ଡା ଓ ଗଦା ବୁଲାଇଲେ ଧର୍ମେନ୍ଦ୍ର - HANUMAN JAYANTI CELEBRATION

🎬 Watch Now: Feature Video

thumbnail
ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସମ୍ବଲପୁର ସହର, ହନୁମାନ ଜୟନ୍ତୀ ପାଇଁ ବିଭିନ୍ନ ସ୍ଥାନରେ ଭବ୍ୟ ଶୋଭାଯାତ୍ରା ଆୟୋଜିତ (ETV Bharat Odisha)

By ETV Bharat Odisha Team

Published : April 15, 2026 at 8:01 AM IST

1 Min Read
Choose ETV Bharat

ସମ୍ବଲପୁର: ଧୂମଧାମ୍‌ରେ ପାଳିତ ହୋଇଯାଇଛି ହନୁମାନ ଜୟନ୍ତୀ । ଏହି ଅବସରରେ ସମ୍ବଲପୁର ସହରରେ ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ବିଭିନ୍ନ ସ୍ଥାନରୁ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରା ବୃକସହିଲସ୍ଥିତ ହନୁମାନ ମନ୍ଦିରକୁ ପହଞ୍ଚିବା ପରେ ମହାଆଳତି ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଭାଗ ନେଇଥିଲେ ।

ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା:
 
ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁନାପାଲି ଠାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଖଣ୍ଡା ଏବଂ ଗଦା ବୁଲେଇବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସେହିପରି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଗଦା ବୁଲେଇ ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ଅନ୍ୟପଟେ ଧନକଉଡ଼ା ପଟରୁ ବାହାରୁଥିବା ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ବିଧାୟକ ଜୟନାରୟଣ ମିଶ୍ର ଆଦିବାସୀ ମହିଳା ମାନଙ୍କ ସହ ନୃତ୍ୟ କରିଥିଲେ । ଶେଷରେ ସହର ସମସ୍ତ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଜିଲ୍ଲା ସ୍କୁଲ ଛକରେ ଏକତ୍ରିତ ହୋଇଥିଲେ । ସମସ୍ତ ଶୋଭାଯାତ୍ରା ଗୁଡିକରେ ଭିନ୍ନ ଭିନ୍ନ ସାଂସ୍କୃତିକ ଦଳ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ଜିଲ୍ଲା ସ୍କୁଲ ଛକ ଠାରେ ଏକ ବିଶାଳ ଆତସବାଜୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

କଡ଼ା ସୁରକ୍ଷା ବ୍ୟବସ୍ଥା:
ଶୋଭାଯାତ୍ରାକୁ ଦେଖିବା ପାଇଁ ଜିଲ୍ଲା ସ୍କୁଲ ଛକରେ ବିଶାଳ ଜନ ସମାଗମ ହୋଇଥିଲା । ହନୁମାନ ଜୟନ୍ତୀ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବାପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ସମ୍ବଲପୁର ଏସ୍‌ପି ନିଜେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । 52 ପ୍ଲାଟୁନ ପୋଲିସ ଫୋର୍ସ ସହରରେ ମୁତୟନ କରାଯାଇଥିବା ନେଇ ଏସପି କହିଥିଲେ ।
 
ଏହା ମଧ୍ୟ ଦେଖନ୍ତୁ: ପବିତ୍ର ପଣା ସଂକ୍ରାନ୍ତି; ଘଟଗାଁ ମା' ତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆମ ସରକାର ଫୋକସରେ ସମସ୍ତଙ୍କ ଉନ୍ନତି

ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

With presence in all the 30 districts of the state, ETV Bharat Odisha is responsible for bringing out some of the best stories from the state. Its coverage is not limited to the happenings, spots and festivities of the state but also brings out stories that are unique and exclusive....view details