ନୟାଗଡ଼ରୁ ପୁରୀ ଗଲା ରଥ କାଠ, ଶ୍ରୀପଞ୍ଚମୀରେ ଅନୁକୂଳ - PURI RATH YATRA 2026

🎬 Watch Now: Feature Video

thumbnail
ନୟାଗଡ଼ରୁ ବାହାରିଲା ପ୍ରଥମ ପର୍ଯ୍ୟାୟ ରଥକାଠ, ଶ୍ରୀପଞ୍ଚମୀରେ ଅନୁକୂଳ (ETV Bharat Odisha)

By ETV Bharat Odisha Team

Published : January 20, 2026 at 4:57 PM IST

1 Min Read
Choose ETV Bharat

Puri Rath Yatra 2026 ନୟାଗଡ଼: ଚଳିତବର୍ଷର ଘୋଷଯାତ୍ରା ପାଇଁ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିବ ପ୍ରଥମ ପର୍ଯ୍ୟାୟ ରଥକାଠ । ଆସନ୍ତା ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥକାଠ । ଏନେଇ ବିଧିବଦ୍ଧ ଭାବେ ନୟାଗଡ଼ରୁ ରଥକାଠ ପରିବହନର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ମନ୍ଦିରରେ ପୂଜାର୍ଚ୍ଚନା ପରେ 3ଟି ଟ୍ରକରେ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀ ଅଭିମୁଖେ ବାହାରିଛି ।
 
ଶ୍ରୀପଞ୍ଚମୀରେ ରଥକାଠ ଅନୁକୂଳ:
ପ୍ରଥମ ପର୍ଯ୍ୟାୟରେ ଦଶପଲ୍ଲା ବନାଞ୍ଚଳର ଚଢ଼େୟାପଲ୍ଲୀ ଟାକେରା ସେକ୍ସନରୁ ତିନି ଟ୍ରିପ୍ କାଠ ପୁରୀକୁ ପଠାଯାଇଛି । ତିନୋଟି ଟ୍ରକରେ 83 ଖଣ୍ଡ ଅସନ ଓ ଧଉରା କାଠ ରହିଛି । ସେଥିରେ 40 ଖଣ୍ଡ ଅସନ ଏବଂ 43 ଖଣ୍ଡ ଧଉରା କାଠ ରହିଛି । ବିଧି ଅନୁଯାୟୀ ଶ୍ରୀପଞ୍ଚମୀ ଦିନ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ନିମନ୍ତେ ତିନି ଖଣ୍ଡ ଅସନ ଓ ଧଉରା କାଠର ଆବଶ୍ୟକତା ରହିଛି । ବଡଦାଣ୍ଡ ରଥଖଳାରେ ଏହି କାଠ ପୂଜା ହେବ ।

"ଚଳିତବର୍ଷ ମନ୍ଦିର ପକ୍ଷରୁ 818ଟି ରଥକାଠର ବରାଦ ଦିଆଯାଇଥିଲା । ବୌଦ୍ଧ, ରେଢାଖୋଲ, ଘୁମୁସର ଉତ୍ତର ଓ ଦକ୍ଷିଣ, ବାମରା, ସୁବର୍ଣ୍ଣପୂର ଆଦି ଡିଭିଜନରେ କାଠ ଚିହ୍ନଟ କରାଯାଇଛି । ଏହି ସବୁ ସ୍ଥାନରୁ ବିଭିନ୍ନ ପର୍ଯ୍ୟାୟରେ ରଥକାଠ ପୁରୀରେ ପହଞ୍ଚିବ । ଶ୍ରୀପଞ୍ଚମୀରେ ରଥକାଠ ଅନୁକୂଳ ହେବା ଆଗରୁ ଆମେ 3ଟ୍ରିପ୍ କାଠ ରଥଖଳାରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛୁ" ବୋଲି ନୟାଗଡ଼ DFO କହିଛନ୍ତି ।
 
ଏହା ମଧ୍ୟ ଦେଖନ୍ତୁ: ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ, ଆରମ୍ଭ ହେଲା ରଥକାଠ ସଂଗ୍ରହ ପ୍ରକ୍ରିୟା

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details