ରଥଖଳା ହାଲଚାଲ: ତିନି ରଥର ନାହାକା ଚକ ନିର୍ମାଣ ଶେଷ - RATH YATRA 2026
🎬 Watch Now: Feature Video

Published : May 5, 2026 at 7:32 AM IST
ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନି ରଥର ତିନିଟି ଲେଖାଏଁ ନାହାକା ଚକ ନିର୍ମାଣ ଶେଷ ହୋଇଛି । ନାହାକା ଅଖ ନିର୍ମାଣ ଅନୁକୂଳ ପୂଜା ତିନି ରଥର ବିଶ୍ୱକର୍ମା ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଛି । ତିନି ନାହାକା ଅଖର ଉଭୟ ମୁଖର ବୋଳା କାର୍ଯ୍ୟ ଜାରି ରହିଛି ।
ତିନି ରଥର ଚତୁର୍ଥ ଚକ ପାଇଁ ପଇ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଚତୁର୍ଥ ଏବଂ ପଞ୍ଚମ ଚକ ତୁମ୍ବ ଅରର ବଳକା ଅଂଶ କଟାଯାଇ ସିଙ୍ଗଡା କଳଶା ଜାରି ରହିଛି । ତିନି ରଥର ଚତୁର୍ଥ ଏବଂ ପଞ୍ଚମ ଚକରେ ପଇ ସଂଯୋଗ ପରେ ପଇ କଳସା କାର୍ଯ୍ୟ (ପଇ, ପଇକୁ ବାନ୍ଧି ରଖିବା ପାଇଁ ପଇ ସଂଯୋଗ ସ୍ଥଳରେ କାପ ବା ଘାଟି ନିର୍ମାଣ କାର୍ଯ୍ୟ ହେବ) । ଏଥିସହ ବାକି ତୁମ୍ୱ ଗୁଡ଼ିକର ଅଖ ବିନ୍ଧ ଖୋଳା କାର୍ଯ୍ୟ ସାଥୀ ମହାରଣା ସେବକମାନେ ଜାରି ରଖିଛନ୍ତି । ତିନି ରଥର ଗୋଟିଏ ଲେଖାଏଁ ୧୨ ଫୁଟିଆ ଅସନ କାଠର ପ୍ରଭା ଅପସରା ଏବଂ ଗୋଟିଏ ଲେଖାଏଁ ସିଂହାସନ ରାଏ ଚଉପଟ କାର୍ଯ୍ୟ ଜାରି ରହିଛି । ଏଥିସହ ତିନି ରଥର ନାହାକା ଅଖର ନିର୍ମାଣ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ପରେ ସାଥୀ ମହାରଣା ସେବକମାନେ ନାହାକା ଅଖ ତ୍ରୟର ଦୁଇ ମୁଖକୁ ବାରିଶୀରେ ହାଣି ସାଲ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ଅଖ ଓ ଅଖର ଉଭୟ ମୁଖର ଗୋଲେଇ କାର୍ଯ୍ୟ ବାକି ରହିଛି ।
ରୂପକାର ସେବକମାନେ ତିନି ରଥର କୋଣ ଗୁଜ ବା ସାଲ ଗୁଜରେ ସିଂହ ବିରଳ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ନାହାକା ଚକର ଆବଶ୍ୟକ ଅର, କଣ୍ଟା ସହ ପନ୍ଦାରି ଏବଂ ତୁମ୍ବ ବାହ୍ୟ ବଳା ରଥ ଖଳାକୁ ଯୋଗାଇ ବାକି ଚକ ଗୁଡ଼ିକ ପାଇଁ ପନ୍ଦାରି ଏବଂ ତୁମ୍ବ ବଳା, ଆର କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ଚକା ଡେରା ନୀତି ପାଇଁ ଶେଷ ପର୍ଯ୍ୟାୟରେ ତିନି ରଥର ଦୁଇଟି ଲେଖାଏଁ ଚକ ପ୍ରସ୍ତୁତ କାମ ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ |
ଇଟିଭି ଭାରତ, ପୁରୀ