କୋଣାର୍କରେ ତିନି ଦିନିଆ ରଜ ମହୋତ୍ସବ ଆରମ୍ଭ; ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ପାରମ୍ପରିକ ପିଠାପଣା - RAJA FESTIVAL CELEBRATION

🎬 Watch Now: Feature Video

thumbnail
କୋଣାର୍କରେ ତିନି ଦିନିଆ ରଜ ମହୋତ୍ସବ (ETV Bharat Odisha)

By ETV Bharat Odisha Team

Published : June 14, 2026 at 2:51 PM IST

1 Min Read
Choose ETV Bharat

କୋଣାର୍କ: ଅର୍କକ୍ଷେତ୍ରରେ ରଜ ମହୋତ୍ସବ । ବାର ମାସରେ ତେର ଯାତ ମଧ୍ୟରୁ ରଜ ପର୍ବ ଅନ୍ୟତମ । ଏହି ପର୍ବ ବିଶେଷ କରି କୁଆଁରୀ ଝିଅମାନଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ, ଉଲ୍ଲାସର ବାର୍ତ୍ତା ନେଇ ଆସିଥାଏ । ଓଡ଼ିଶାର ଏହି ଗୌରବମୟ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଏବଂ ଦେଶ-ବିଦେଶର ପର୍ଯ୍ୟଟକମାନଙ୍କୁ ଆମର ପରମ୍ପରା ସହ ଯୋଡ଼ିବା ପାଇଁ ବିଶ୍ୱ ପ୍ରସିଦ୍ଧ ଅର୍କକ୍ଷେତ୍ର କୋଣାର୍କଠାରେ ଆରମ୍ଭ ହୋଇଛି ୩ ଦିନିଆ ରଜ ମହୋତ୍ସବ । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ପକ୍ଷରୁ କୋଣାର୍କ ପାନ୍ଥ ନିବାସ ପରିସରରେ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବେ ଏହି ରଜ ଉତ୍ସବକୁ ଶୁଭାରମ୍ଭ କରାଯାଇଛି ।
 
ଏହି ମହୋତ୍ସବକୁ କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ ପଢିହାରୀ ଏବଂ ଓଟିଡିସି (OTDC) ପରିଚାଳକ ବାପିରଞ୍ଜନ ସାହୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଆଜିର ଆଧୁନିକତା ଚାକଚକ୍ୟ ମଧ୍ୟରେ ଓଡ଼ିଶାର ହଜିଯାଉଥିବା ପାରମ୍ପରିକ ପିଠାପଣାକୁ ପୁନଃଉଜ୍ଜୀବିତ କରିବା ଏବଂ ଏହାର ପ୍ରଚାର ପ୍ରସାର କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି । ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଛି ପାନ୍ଥ ନିବାସରେ ଖୋଲାଯାଇଥିବା ଏକ ସ୍ୱତନ୍ତ୍ର ପିଠା ଷ୍ଟଲ୍। ଏହି ଷ୍ଟଲରେ ଓଡ଼ିଶାର ସୁଆଦିଆ ପୋଡ଼ପିଠା, ସିଝା ମଣ୍ଡା, ଆରିସା, କାକରା, ଚକୁଳି ଏବଂ ଓଡ଼ିଶାର ପ୍ରସିଦ୍ଧ ଛେନାପୋଡ଼ ଭଳି ବିଭିନ୍ନ ପ୍ରକାରର ପାରମ୍ପରିକ ପିଠା ପ୍ରସ୍ତୁତ କରାଯାଇ ପର୍ଯ୍ୟଟକଙ୍କ ପାଇଁ ବିକ୍ରିର ବ୍ୟବସ୍ଥା କରାଯାଇଛି । ଏହା ସହିତ ରଜର ମୁଖ୍ୟ ଆକର୍ଷଣ ସାଜିଥିବା ସୁବାସିତ ରଜ ପାନ ପର୍ଯ୍ୟଟକମାନଙ୍କ ମନ ମୋହିଛି ।

ଏହି ରଜ ଉତ୍ସବର ସବୁଠାରୁ ସୁନ୍ଦର ଦିଗ ହେଉଛି ସାମାଜିକ ସଦଭାବନା । କେବଳ ହିନ୍ଦୁ ସମ୍ପ୍ରଦାୟର ମହିଳା ଓ ଝିଅମାନେ ନୁହନ୍ତି ବରଂ ସଂଖ୍ୟାଲଘୁ ମୁସଲିମ୍ ସମ୍ପ୍ରଦାୟର ଯୁବତୀମାନେ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇ ବେଶ୍ ଧୂମଧାମରେ ରଜ ପର୍ବ ପାଳନ କରୁଥିବା ଦେଖିବାକୁ ମିଳିଛି । ସଂସ୍କୃତି ଯେ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖିପାରେ, ତାହା କୋଣାର୍କ ପାନ୍ଥ ନିବାସର ଏହି ରଜ ମହୋତ୍ସବ ପ୍ରମାଣିତ କରିଛି । ଝିଅମାନଙ୍କ ରଜ ଦୋଳି ଖେଳ, ପାରମ୍ପରିକ ଗୀତ ଏବଂ ପିଠାର ଆସର କୋଣାର୍କ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏକ ଭିନ୍ନ ଅନୁଭୂତି ପ୍ରଦାନ କରୁଛି । ଓଟିଡିସିର ଏହି ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ପର୍ଯ୍ୟଟକମାନେ ବେଶ୍ ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ମାଟି ଓ ମେଘର ମିଳନର ପର୍ବ ରଜ, ପୋଡପିଠା ପାନରେ ମହକୁଛି ଗାଁ ଠୁ ସହର

ଏହା ମଧ୍ୟ ପଢନ୍ତୁ...ଓଡ଼ିଶାର ଗଣପର୍ବ ରଜ: ଶାନ୍ତି ଓ ସମୃଦ୍ଧି କାମନା କଲେ ରାଷ୍ଟ୍ରପତି, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ନିମାପଡ଼ା
 
ABOUT THE AUTHOR

With presence in all the 30 districts of the state, ETV Bharat Odisha is responsible for bringing out some of the best stories from the state. Its coverage is not limited to the happenings, spots and festivities of the state but also brings out stories that are unique and exclusive....view details