8 ବର୍ଷ ପରେ କ୍ୟାମ୍ପସ୍‌କୁ ଫେରୁଛି ନିର୍ବାଚନ, ବଢୁଛି ଉଷ୍ମତା, ତେଜୁଛି ରାଜନୀତି

🎬 Watch Now: Feature Video

thumbnail
8 ବର୍ଷ ପରେ କ୍ୟାମ୍ପସ୍‌କୁ ଫେରୁଛି ନିର୍ବାଚନ, ବଢୁଛି ଉଷ୍ମତା, ତେଜୁଛି ରାଜନୀତି (ETV Bharat Odisha)

By ETV Bharat Odisha Team

Published : October 8, 2026 at 7:19 PM IST

1 Min Read
Choose ETV Bharat

8 ବର୍ଷ ପରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି । ଲାଗିଲାଣି ପୋଷ୍ଟର, କମ୍ପିଲାଣି ପ୍ରଚାର, ପୁଣି ସରଗରମ କ୍ୟାମ୍ପସ୍‌ ରାଜନୀତି । ରାଜ୍ୟର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ଅକ୍ଟୋବର 15 ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବ । ଦୀର୍ଘ 8 ବର୍ଷ ପରେ ନିର୍ବାଚନ ହେବାକୁ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ବିଭିନ୍ନ ଛାତ୍ର ସଂଗଠନ ନିର୍ବାଚନକୁ ନେଇ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନିର୍ବାଚନ ଘୋଷଣା ପରେ କଲେଜ ପରିସରରେ ଛାତ୍ର ରାଜନୀତି ସରଗରମ ହେବା ସହ ନିର୍ବାଚନୀ ମାହୋଲ ଆରମ୍ଭ ହୋଇଛି ।

ନିର୍ବାଚନ ପାଇଁ ଅକ୍ଟୋବର 7 ତାରିଖରେ ନୋଟିଫିକେସନ୍ ପ୍ରକାଶ ପାଇଛି । ଅକ୍ଟୋବର 9ରେ ନୋମିନେସନ୍ ଦାଖଲ, 14 ଅକ୍ଟୋବରରେ "Why I Stand For" ବୈଠକ, 15 ଅକ୍ଟୋବରରେ  ମତଦାନ ଓ ଫଳାଫଳ ଘୋଷଣା ଆଉ 16 ଅକ୍ଟୋବରରେ ସକାଳ 11ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

ଓଡ଼ିଶାରେ ଶେଷ ଥର ପାଇଁ 2017 ମସିହାରେ କ୍ୟାମ୍ପସ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପୂର୍ବ ରାଜ୍ୟ ସରକାର କ୍ୟାମ୍ପସ ହିଂସା ଓ ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା ତିତଲି ପାଇଁ 2018 ମସିହାରେ ନିର୍ବାଚନ ବାତିଲ କରାଯାଇଥିଲେ । ପରେ କୋଭିଡ-19 ମହାମାରୀ ଓ ସରକାର ପରିବର୍ତ୍ତନ ଯୋଗୁଁ ଛାତ୍ର ସଂଘ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରହିଥିଲା । 2024 ନିର୍ବାଚନ ବେଳେ ବିଜେପି ରାଜ୍ୟରେ ସରକାରକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଇସ୍ତହାରରେ ପ୍ରକାଶ କରିଥିଲା । ଗତ 8 ବର୍ଷ ଧରି ନିର୍ବାଚନ ବନ୍ଦ ଥିବା ବେଳେ ଛାତ୍ର ସଂଗଠନଗୁଡ଼ିକ ନିର୍ବାଚିତ ପାଇଁ ନିରନ୍ତର ଦାବି କରିଆସୁଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା ପରେ ଅକ୍ଟୋବର 5 ତାରିଖରେ୍ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି ।