ବାଲୁକା କଳାରେ ନେପାଳ ବନ୍ୟା ପ୍ରଭାବିତଙ୍କୁ ସମବେଦନା ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

🎬 Watch Now: Feature Video

thumbnail
ବାଲୁକା କଳାରେ ନେପାଳରେ ଆକସ୍ମିକ ବନ୍ୟା ପ୍ରଭାବିତଙ୍କ ପ୍ରତି ସମବେଦନା ବାର୍ତ୍ତା (ETV Bharat Odisha)

By ETV Bharat Odisha Team

Published : August 29, 2026 at 1:30 PM IST

|

Updated : August 29, 2026 at 1:49 PM IST

1 Min Read
Choose ETV Bharat

Sudarsan Pattnaik Sand Art , ପୁରୀ: ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ "Prayers for Nepal" (ନେପାଳ ପାଇଁ ପ୍ରାର୍ଥନା) ବାର୍ତ୍ତା ସହ ଏକ ବିଶେଷ ବାଲୁକା କଳା ନିର୍ମାଣ କରିଛନ୍ତି । ନେପାଳରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାରେ 600ରୁ ଅଧିକ ଜୀବନ ଯାଇଥିବା ବେଳେ, ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରତିଦିନ ନିଖୋଜ ଓ ମୃତକଙ୍କ ସଂଖ୍ୟା ବଢିଚାଲିଛି । ଏପରି ଘଡ଼ିସନ୍ଧି ମୂହୁର୍ତ୍ତରେ ପ୍ରଭାବିତ ବ୍ୟକ୍ତିଙ୍କୁ ବାଲୁକା ଚିତ୍ରକଳାରେ ସମବେଦନା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ । ସାରା ବିଶ୍ୱବାସୀଙ୍କୁ ନେପାଳ ବିପନ୍ନଙ୍କ ପ୍ରତି ସହାୟତାର ହାତ ବଢ଼ାଇବା ଉଚିତ ବୋଲି ସେ ବାଲୁକାକଳା ମାଧ୍ଯମରେ ବାର୍ତ୍ତା ଜଣାଇଛନ୍ତି । 

ବାଲୁକାକଳାରେ ନେପାଳ ବନ୍ୟା ପ୍ରଭାବିତଙ୍କୁ ସମବେଦନା: 
ପ୍ରାୟ ୨୦ ଫୁଟ ଓସାର ଏବଂ ୫ ଫୁଟ ଉଚ୍ଚତାର ଏହି ବାଲୁକା କଳାଟି ସହାନୁଭୂତି, ଆଶା ଏବଂ ମାନବିକତାର ଏକ ଶକ୍ତିଶାଳୀ ବାର୍ତ୍ତା ବହନ କରୁଛି । ନେପାଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟାରେ ଶତାଧିକ ଲୋକ ପ୍ରାଣ ହରାଇଥିବା ବେଳେ ବ୍ୟାପକ କ୍ଷତି ଘଟିଛି । ଏହି କଳାକୃତି ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ନେପାଳବାସୀଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରାର୍ଥନା କରିବା ସହ ପ୍ରଭାବିତ ପରିବାରଗୁଡ଼ିକ ପ୍ରତି ସମବେଦନା ଜଣାଇଛନ୍ତି । 

ପୁରୀ ବେଳାଭୂମିର ବାଲିରେ ନିର୍ମିତ ଏହି ଶିଳ୍ପକଳା ବନ୍ଧୁତା ଏବଂ ମାନବିକତାକୁ ଦର୍ଶାଉଛି । ପ୍ରାକୃତିକ ବିପତ୍ତି ଏବଂ ସଙ୍କଟ ସମୟରେ ମଣିଷ ସହାନୁଭୂତି, ସହାୟତା ଓ ଆଶାର ସହ ଏକାଠି ଠିଆ ହେବା ଉଚିତ ବୋଲି କୁହାଯାଇଛି । ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ଏହି ବାଲୁକା କଳା ନିର୍ମାଣ କରାଯାଇଛି ।

ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ବନ୍ୟା ଦ୍ୱାରା ପ୍ରଭାବିତ ନେପାଳବାସୀଙ୍କ ପାଇଁ ମୋର ହୃଦୟରୁ ପ୍ରାର୍ଥନା । ଏହି ବାଲୁକା କଳା ମାଧ୍ୟମରେ ମୁଁ ମୋର ସମବେଦନା ଜଣାଇବା ସହ ସମସ୍ତଙ୍କୁ ମନେ ପକାଇବାକୁ ଚାହେଁ ଯେ , କଠିନ ସମୟରେ ମାନବିକତା ସହ ଏକାଠି ଠିଆ ହେବା ଦରକାର । ମୁଁ ନେପାଳବାସୀଙ୍କ ସୁରକ୍ଷା, ଶକ୍ତି ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି । ନେପାଳକୁ ସାରା ବିଶ୍ୱବାସୀ ସହଯୋଗର ହାତ ବଢ଼ାଇବା ନେଇ ମୁଁ ବିଶ୍ୱବାସୀଙ୍କୁ ଅନୁରୋଧ କରୁଛି ।"

ଏହା ମଧ୍ୟ ପଢନ୍ତୁ:

କର୍ତ୍ତବ୍ୟ ବ୍ୟସ୍ତତା ମଧ୍ୟରେ କୁନି କୁନି ଛାତ୍ରଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ଯବାନ

ବାଲିମେଳା-ଚିତ୍ରକୋଣ୍ଡା ଘାଟିରୁ ଉଦ୍ଧାର ହେଲା ୫ ଫୁଟର ମଗର

ବୈତରଣୀ ନଦୀ ସ୍ରୋତରେ ଭାସିଗଲା କାର୍, ଦୁଇ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଇଟିଭି ଭାରତ, ପୁରୀ

Last Updated : August 29, 2026 at 1:49 PM IST