ASSEMBLY LIVE: ରାଜ୍ୟପାଳଙ୍କ ଅଭିଭାଷଣରୁ ଓଡ଼ିଶା ବିଧାନସଭା ବଜେଟ ଅଧିବେଶନ ଆରମ୍ଭ, ଦେଖନ୍ତୁ ସିଧାପ୍ରସାରଣ... - ODISHA ASSEMBLY LIVE STREAMING

🎬 Watch Now: Feature Video

thumbnail
ବିଧାନସଭାରେ ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ (ETV Bharat Odisha)

By ETV Bharat Odisha Team

Published : February 17, 2026 at 11:07 AM IST

|

Updated : February 17, 2026 at 12:56 PM IST

1 Min Read
Choose ETV Bharat

ODISHA ASSEMBLY BUDGET SESSION  ଭୁବନେଶ୍ବର: ବିଧାନସଭାରେ ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ । ଆଜିଠାରୁ ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ। ପ୍ରଥମ ଦିନରେ ଗୃହ କାର୍ଯ୍ୟ ଆରମ୍ଭରୁ ସ୍ବାଗତ ଭାଷଣ ରଖୁଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି । ଏହି ଅଧିବେଶନରେ ଆସନ୍ତା 20 ତାରିଖରେ, ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ବର୍ଷ ମୋହନ ସରକାରଙ୍କ ବଜେଟ ଆକାର ବୃଦ୍ଧି ହେବା ନେଇ ଆକଳନ କରାଯାଉଥିବା ବେଳେ ୩ ଲକ୍ଷ କୋଟି ଟଙ୍କାର ବଜେଟ ଆଣିପାରନ୍ତି ରାଜ୍ୟ ସରକାର । ସେପଟେ ସରକାରଙ୍କୁ ଘେରିବା ପାଇଁ ପୂରା ପ୍ରସ୍ତୁତ ଦୁଇ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ । ଚାଷୀଙ୍କ ଧାନ କିଣା ସମସ୍ୟାଠାରୁ ଆରମ୍ଭ କରି ରାଜ୍ୟରେ ମହିଳା ସୁରକ୍ଷା ଏବଂ ମହାନଦୀ ଜଳ ବିବାଦକୁ ବଡ଼ ପ୍ରସଙ୍ଗ କରି ମୋହନ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । ଏପ୍ରିଲ ୮ ତାରିଖ ଯାଏଁ ଚାଲିବା ଚଳିତ ବିଧାନସଭାର ବଜେଟ ଅଧିବେଶନ । ଦେଖନ୍ତୁ ସିଧାପ୍ରସାରଣ...

ଇଟିଭି ଭାରତ, ଭୁବନେଶ୍ବର 

ଆସନ୍ତାକାଲିଠୁ ବଜେଟ ଅଧିବେଶନ; ଜାଣନ୍ତୁ କେଉଁ ଦିନ କ'ଣ ରହିଛି...

ଆଜିଠୁ ବଜେଟ୍ ଅଧିବେଶନ; ମାଳ ମାଳ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ସଜବାଜ

Last Updated : February 17, 2026 at 12:56 PM IST

ABOUT THE AUTHOR

...view details