ନୂଆବର୍ଷ କାଉଣ୍ଟଡାଉନ: କେକ୍-ମିଠା ଦୋକାନରେ ପ୍ରବଳ ଭିଡ଼, ବ୍ରହ୍ମପୁରରେ ଜମିବ ଜିରୋ ନାଇଟ ସେଲିବ୍ରେସନ - ZERO NIGHT CELEBRATION
🎬 Watch Now: Feature Video

Published : December 31, 2025 at 8:19 PM IST
Zero Night Celebration ବ୍ରହ୍ମପୁର: ବିଦାୟ ନେଉଛି 2025... ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ ବାସ୍ ଆଉ କିଛି ଘଣ୍ଟାର ଅପେକ୍ଷା । ପାଦ ଥାପିବ ନୂଆବର୍ଷ । ଜିରୋ ନାଇଟ ନୂଆବର୍ଷ ସେଲିବ୍ରେସନ ପାଇଁ ସବୁଠି ଜୋରଦାର ପ୍ରସ୍ତୁତି । ଆଉ ଏଥିରୁ କେମିତି ବା ବାଦ୍ ପଡିବ ରେଶମ ସହର । କେକ୍ କାଟି ମିଠା ଖୁଆଇ, ସୁସ୍ବାଦୁ ଖାଦ୍ୟ ପାଇ ଲୋକେ ମନାଇବେ ନୂଆବର୍ଷର ଖୁସି । ଆଉ କେକ୍ ହେଉ କି ମିଠା ଦୋକାନ ଅବା ରେସ୍ତୋରାଁ । ସବୁଠି ପ୍ରସ୍ତୁତି ଜୋରଦାର । କେକ୍ ସପରେ ରଖାଯାଇଛି ଭଳିକି ଭଳି କେକ୍ । ଆଉ ମିଠା ଦୋକାନରେ ନୂଆ ନୂଆ ମିଠାର ସମ୍ଭାର । ଜିରୋ ନାଇଟ ସେଲିବ୍ରେସନ ପାଇଁ ଏସବୁ ଦୋକାନ ମାନଙ୍କରେ ଲାଗିଛି ଭିଡ଼ ।
ଜିରୋ ନାଇଟ ସେଲିବ୍ରେସନ ପାଇଁ ବ୍ରହ୍ମପୁର ସହରର ବିଭିନ୍ନ ହୋଟେଲ, କ୍ଲବ ପରିସରରେ ଏନେଇ ଆୟୋଜିତ ହେବ ନାଚ, ଗୀତ, ଷ୍ଟାର୍ ନାଇଟ୍, କମେଡି ସୋ' ଭଳି ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଯେଉଁଥିରେ ଭାଗ ନେବେ ସାଙ୍ଗ ସାଥି ଏବଂ ପରିବାରବର୍ଗଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । ଏପରିକି ଏହି ଅବସରରେ ହୋଟେଲ, କ୍ଲବ୍, ବେଳାଭୂମିରେ ଖାଇବା ସାଙ୍ଗକୁ ନାଚଗୀତର ଆସର ଜମିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ହସଖୁସିରେ ପୁରୁଣା ବର୍ଷକୁ ବିଦାୟ ଦେଇ ସ୍ୱାଗତ ହେବ ନୂଆବର୍ଷକୁ ।
ଏହା ମଧ୍ୟ ପଢନ୍ତୁ: ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ କଡା ସୁରକ୍ଷା, ନଜର ରଖିଛି ୩୪୪ CCTV ସହ ୭୦ ପ୍ଲାଟୁନ୍ ଫୋର୍ସ ସାବଧାନ ! ନୂଆବର୍ଷ ଅଭିନନ୍ଦନ ନାଁରେ WhatsAppରେ ସ୍କାମ୍, ଖାଲି ହୋଇଯିବ ବ୍ୟାଙ୍କ ଖାତା |
କେକ୍ ଦୋକାନରେ ଭିଡ:
ବ୍ରହ୍ମପୁର ସହରରେ ଜିରୋନାଇଟ୍ ଏବଂ ନବବର୍ଷ ଅବସରରେ କେକ୍ ଦୋକାନରେ ଦିନ ତମାମ ଭିଡ ଦେଖିବାକୁ ମିଳିଥିଲା । ଏହି ଯୁବପିଢି ପ୍ରତ୍ୟେକ ସ୍ଥାନରେ କେକ କାଟି ପରସ୍ପର ମଧ୍ୟରେ ଶୁଭେଚ୍ଛା ଜଣାଇଥାନ୍ତି । ଏନେଇ ସହରର ଫୁଲ ବଜାର ଠାରୁ ଆରମ୍ଭ କରି କେକ୍, ମିଠା ସବୁଠି ବ୍ୟବସାୟିକ ପ୍ରତିଷ୍ଠାନ ସଜେଇ ହୋଇ ରହିଛି । ଗ୍ରାହକଙ୍କ ଚାହିଦାକୁ ନେଇ ଭଳିକି ଭଳି କେକର ପ୍ରସ୍ତୁତ କରି ରଖିଛନ୍ତି । ଅନ୍ୟପଟେ ହୋଟେଲ ଗୁଡ଼ିକରେ ମଧ୍ୟ ସହରବାସୀଙ୍କୁ ଆକୃଷ୍ଟ କରିବାକୁ ଭଳିକି ଭଳି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର