ଚିଲିକାରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ, ଖୁବଶୀଘ୍ର କୁହୁଡିରେ ହେବ ନୂଆ ଥାନା ଓ ଫାଣ୍ଡି - VISITOR SAFETY IN CHILIKA
🎬 Watch Now: Feature Video

Published : December 29, 2025 at 7:57 AM IST
ଭୁବନେଶ୍ବର: ଦିନକୁ ଦିନ ଚିଲିକାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଚିଲିକା ସମେତ ମଙ୍ଗଳାଯୋଡ଼ି, କାଳିଯାଈ ଓ ସାତପଡା ଆଦି ସ୍ଥାନକୁ ମଧ୍ୟ ପର୍ଯ୍ୟଟକମାନେ ବୁଲିବା ପାଇଁ ଯାଉଛନ୍ତି । ସେମାନଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ସୁରକ୍ଷା ଦୃଷ୍ଟିରୁ ଖୁବଶୀଘ୍ର କୁହୁଡି ଅଞ୍ଚଳରେ ନୂଆ ଥାନା ଓ ଫାଣ୍ଡି ହେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ପର୍ଯ୍ୟଟକ ଏପର୍ଯ୍ୟନ୍ତ ଚିଲିକାରେ ଅସୁରକ୍ଷିତ ହୋଇନାହାନ୍ତି । ଅତୀତରେ ଚିଲିକା ଅଞ୍ଚଳରେ ଆଇନ ଶୃଙ୍ଖଳା ସେତେ ଭଲ ନଥିଲା । ବର୍ତ୍ତମାନ ଚିଲିକା ଏକ ଅତ୍ୟନ୍ତ ସୁରକ୍ଷିତ ସ୍ଥାନ । ଚିଲିକା ହ୍ରଦରେ ହେଉ ବା ଚିଲିକା ବାହାର ଜଙ୍ଗଲରେ ହେଉ, ସବୁଠି ପର୍ଯ୍ୟଟକ ସୁରକ୍ଷିତ । ଚିଲିକା ଅଞ୍ଚଳରେ ପର୍ଯ୍ୟଟକମାନଙ୍କୁ ସବୁବେଳେ ସମ୍ମାନ ଦିଆଯାଇଛି । ସବୁବେଳେ ଖୁସି ମନରେ ବୁଲିକି ଆସିଛନ୍ତି । ଆଇନ ଶୃଙ୍ଖଳାକୁ ଆହୁରି ଅଧିକ ଶୃଙ୍ଖଳିତ କରିବା ପାଇଁ ଏକ ଥାନା କରିବା ପାଇଁ ଆମେ ଏହାରି ମଧ୍ୟରେ ବିଭାଗକୁ ଅନୁମତି ମାଗିଛୁ । କୁହୁଡି ଅଞ୍ଚଳରେ ଏହି ଥାନା ରହିବ । କାରଣ ଟାଙ୍ଗୀ ଅଞ୍ଚଳରେ ଜନସଂଖ୍ୟା ହିସାବରେ ଆଉ ଏକ ଥାନାର ଆବଶ୍ୟକତା ରହିଛି । ଏହାସହ ଆଉ ଏକ ଫାଣ୍ଡି ଜଙ୍ଗଲ ମଧ୍ୟରେ କରାଯିବ । ଏନେଇ ବିଭାଗ ପ୍ରସ୍ତୁତ ଆରମ୍ଭ କରିଛି । ଖୁବଶୀଘ୍ର ସଫଳତା ମିଳିବ ।"
ଏହା ମଧ୍ୟ ପଢ଼ନ୍ତୁ... ଓଡିଶା ବିହଙ୍ଗ ଉତ୍ସବ; ପର୍ଯ୍ୟଟକ ଶୁଣିବେ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ, କେବେ ଓ କ'ଣ ରହିଛି ସୁବିଧା ଚିଲିକାରେ ବିଦେଶୀ ବିହଙ୍ଗ: ସୁରକ୍ଷା ପାଇଁ 21 କ୍ୟାମ୍ପ, ଏମିତି ବ୍ୟବସ୍ଥା କରିଛି ବନ ବିଭାଗ |
ଇଟିଭି ଭାରତ, ଭୁବନେଶ୍ବର