ଯାହା ନେପାଳରେ ଘଟିଥିଲା ତାହା ଆଗକୁ ଓଡ଼ିଶାରେ ଘଟିବ, ଯୁବକମାନେ ନେତୃତ୍ବ ନେବେ ଓ ରାଜ୍ୟରେ ପରିବର୍ତ୍ତନ ଘଟିବ:ମହମ୍ମଦ ମୋକିମ - ODISHA JANATA CONGRESS

🎬 Watch Now: Feature Video

thumbnail
ମହମ୍ମଦ ମୋକିମ (ETV Bharat)

By ETV Bharat Odisha Team

Published : April 15, 2026 at 9:06 PM IST

1 Min Read
Choose ETV Bharat

ଭୁବନେଶ୍ବର: ଓଡ଼ିଶାରେ ବିଧିବଦ୍ଧ ଭାବରେ ନୂଆ ଆଞ୍ଚଳିକ ଦଳ 'ଓଡ଼ିଶା ଜନତା କଂଗ୍ରେସ' ଦଳ ଗଠନ ହୋଇଛି । ଓଡ଼ିଶା ଓ ଓଡ଼ିଆଙ୍କ ହକ ପାଇଁ ଦଳ ଲଢ଼ିବ ବୋଲି କହିଛନ୍ତି ପାର୍ଟିର ପ୍ରତିଷ୍ଠାତା ମହମ୍ମଦ ମୋକିମ । ଏହାସହ ବିଗତ ସରକାର ଓ ବର୍ତ୍ତମାନର ସରକାରଙ୍କ ଉପରେ ବର୍ଷିଛନ୍ତି ମୋକିମ । ତେବେ ଆଗକୁ ଓଡ଼ିଶା ଜନତା କଂଗ୍ରେସ ଦଳର ଆଭିମୁଖ୍ୟ କଣ ରହିବ ? ଦଳ କେଉଁ ମୁଦ୍ଦା ଉପରେ ଅଧିକ ଫୋକସ୍‌ କରିବ ? ସେନେଇ ETV Bharat ସହ ସ୍ବତନ୍ତ୍ର ସାକ୍ଷାତକାରରେ ଖୁଲାସା କରିଛନ୍ତି ପ୍ରତିଷ୍ଠାତା ମହମ୍ମଦ ମୋକିମ ।

ପ୍ରଶ୍ନ: ମହମ୍ମଦ ମୋକିମଙ୍କ ନୂଆ ଦଳର ଆଭିମୁଖ୍ୟ କ'ଣ ?
ଉତ୍ତର: 'ଓଡ଼ିଆଙ୍କ ପାଇଁ ଓଡ଼ିଶା' ଆମର ଟ୍ୟାଗ୍‌ । ସରକାର ପରିବର୍ତ୍ତନ ହେଲା, ହେଲେ ଢାଞ୍ଚାରେ ପରିବର୍ତ୍ତନ ହେଲାନାହିଁ ।ସରକାର ପରିବର୍ତ୍ତନ ହେଲା, କିନ୍ତୁ ମଦ ବନ୍ଦ ହେଲାନାହିଁ କି ମହାନଦୀର ପାଣି ଆସିପାରିଲାନି । ଆସନ୍ତାକାଲି ଏକ ନୂଆ ଓଡ଼ିଶା ପାଇଁ ଏକ ଯୁବ କେନ୍ଦ୍ରିକ ଓଡ଼ିଶା ଗଠନ କରିବା । ବହୁ ବରିଷ୍ଠ ରାଜନେତା ଏ ଦଳରେ ସାମିଲ ହେବେ ଦଳର ଆଭିମୁଖ୍ୟ ।

ପ୍ରଶ୍ନ: ନୂଆ ଦଳ ଓଡିଶା ଜନତା କଂଗ୍ରେସର ଗ୍ରହଣୀୟତା ରହିବ କି ?

ଉତ୍ତର: ଓଡିଶା ଜନତା କଂଗ୍ରେସ ପାର୍ଟି ଭାରତୀୟ ଜନତା ପାର୍ଟିର ବିକଳ୍ପ ଭାବେ ଉଭା ହେବ । ରାଜ୍ୟର ବିକାଶ ଦିଗରେ ଆମ ଦଳ କାର୍ଯ୍ୟ କରିବ । ଯୁବଶକ୍ତି, ମହିଳା, ଚାଷୀମାନଙ୍କ ଉନ୍ନତି ଉପରେ ଗୁରୁତ୍ୱ ଦିଆଯିବ । ସେହିପରି ଶିକ୍ଷା, ସ୍ୱାସ୍ଥ୍ୟକର ପରିବେଶ ଯୋଗାଇ ଦେବା ଆମର ପ୍ରାଥମିକତା ହେବ ।

ପ୍ରଶ୍ନ: ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ, ଦଳର ପ୍ରସ୍ତୁତି କେମିତି ରହିବ ?

ଉତ୍ତର: ଆଗାମୀ ଦିନରେ ପୌର ଓ ପଞ୍ଚାୟତ ନିର୍ବାଚନରେ ଆମେ ଲଢେଇ କରିବୁ । ଓଡିଶାବାସୀଙ୍କ ପାଖକୁ ଯିବୁ ।ଲୋକମାନଙ୍କଙ୍କୁ ସଚେତନ କରିବୁ ।
 
ପ୍ରଶ୍ନ: Gen-Zଙ୍କୁ କଣ କହିବେ?

ଉତ୍ତର: ଯାହା ପୂର୍ବରୁ ନେପାଳ ଓ ଆସାମରେ ଘଟିଥିଲା, ତାହା ପରବର୍ତ୍ତି ସମୟରେ ଓଡ଼ିଶାରେ ଘଟିବ । ଯୁବକମାନେ ନେତୃତ୍ବ ନେବେ, ଓଡ଼ିଶାରେ ପରିବର୍ତ୍ତନ ହେବ, ଯୁବକମାନେ ଶାସନ କ୍ଷମତା ଦଖଲ କରିବେ ଓ ଆଗକୁ ବଢ଼ିବେ ।

ପ୍ରଶ୍ନ: ଜାତୀୟ ରାଜନୈତିକ ପୃଷ୍ଠଭୂମରେ ତେଲେଙ୍ଗାନାରେ ଓବେସି ନିର୍ବାଚନ ଲଢ଼ୁଛନ୍ତି, ବାହାର ରାଜ୍ୟରେ ମଧ୍ୟ ନିର୍ବାଚନରେ ଭାଗ ନେଉଛନ୍ତି ,ସେମିତି କଣ ଲକ୍ଷ ରଖିଛନ୍ତି ?

ଉତ୍ତର: ଓଡିଶା ଭିତରେ ଆମର କାର୍ଯ୍ୟକ୍ରମ ରହିବ । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ଆମର ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେବୁ ।
 
ଏହା ମଧ୍ୟ ପଢ଼ନ୍ତୁ...

ଓଡ଼ିଶାରେ ଜନ୍ମ ନେଲା ନୂଆ ଦଳ, 'ଓଡିଶା ଜନତା କଂଗ୍ରେସ' ପାର୍ଟି ଲୋକାର୍ପିତ କଲେ ମହମ୍ମଦ ମୋକିମ

ଆସନ୍ତାକାଲି ଲୋକାର୍ପିତ ହେବ 'ଓଡିଶା ଜନତା କଂଗ୍ରେସ', ଜନତା ମୈଦାନରେ ଶକ୍ତି ପ୍ରଦର୍ଶନ କରିବେ ମୋକିମ; ପ୍ରତିକ୍ରିୟା ରଖିଲେ କଂଗ୍ରେସ, ବିଜେପି

ଇଟିଭି ଭାରତ, ଭୁବନେଶ୍ବର  

ABOUT THE AUTHOR

With presence in all the 30 districts of the state, ETV Bharat Odisha is responsible for bringing out some of the best stories from the state. Its coverage is not limited to the happenings, spots and festivities of the state but also brings out stories that are unique and exclusive....view details