Watch: ରାଇରଙ୍ଗପୁର ପ୍ରସିଦ୍ଧ ଉଡା ଯାତ୍ରା ସମ୍ପନ୍ନ, ମାନସିକ ପୂର୍ଣ୍ଣ ପାଇଁ ଶରୀରରେ କଣ୍ଟା ଫୋଡିଲେ ଶ୍ରଦ୍ଧାଳୁ - UDA JATRA
🎬 Watch Now: Feature Video

Published : April 15, 2026 at 12:00 PM IST
ରାଇରଙ୍ଗପୁର: ମହାବିଷୁବ ସଂକ୍ରାନ୍ତି ଅବସରରେ ରାଇରଙ୍ଗପୁର ପ୍ରସିଦ୍ଧ ଉଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ୱାର୍ଡ଼ ନଂ ୭ ଗଢ ବେଶ ଚଳଚଞ୍ଚଳ ହୋଇଉଠିଥିଲା । ଐଶନେଶ୍ବର ମହାଦେବଙ୍କ ପୀଠରେ ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଉଡା ଯାତ୍ରା ଦେଖିବାକୁ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
ପ୍ରତ୍ୟେକ ବର୍ଷ ରାଇରଙ୍ଗପୁର ଗଢ଼ରେ ଉଡା ଯାତ୍ରା ବେଶ ଧୂମଧାମରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ବେଶ ଧୂମଧାମରେ ପାଳନ କରାଯାଇଛି । ଏହି ଯାତ୍ରା ଗତ ଏପ୍ରିଲ ୧୧ ଠାରୁ ଆରମ୍ଭ ହୋଇଥିବା ମହାବିଷୁବ ସଂକ୍ରାନ୍ତିରେ ସମାପନ ହୋଇଥିଲା । କାହିଁ କେଉଁ ଅମଳରୁ ରାଇରଙ୍ଗପୁରରେ ଉଡା ଯାତ୍ରା ପାଳନ ହୋଇଆସୁଛି ।
ରାଜାରାଜୁଡା ଅମଳରୁ ଚାଲିଆସିଛି ଉଡା ଯାତ୍ରା:
ଗଢ ଅଞ୍ଚଳର ବରିଷ୍ଠ ନାଗରିକଙ୍କ କହିବା ଅନୁଯାୟୀ, ରାଜା ରାଜୁଡା ଅମଳରୁ ଚାଲି ଆସିଛି ରାଇରଙ୍ଗପୁରର ଏହି ପ୍ରସିଦ୍ଧ ଉଡା ଯାତ୍ରା । ତେବେ ଚାରି ଦିନ ଧରି ଏହି ପର୍ବ ପାଳନ କରାଯାଉଥିବା ବେଳେ ଗତ ଶନିବାର ନିକଟସ୍ଥ ଖଡଖାଇ ନଦୀରୁ ମହାଦେବଙ୍କ ଶୁଭ ଘଟ ରାତି ୧୨.୦୦ ଘଟିକା ସମୟରେ ମନ୍ଦିର ମଧ୍ୟକୁ ପ୍ରବେଶ କରାଯାଇଥିଲା । ରବିବାର ଦିନ ମଧ୍ୟ ରାତି ୧୨ ଘଟିକା ସମୟରେ ଖଡଖାଇ ନଦୀରୁ ଯାତରା ଘଟ ଉଠାଯାଇ ମନ୍ଦିରକୁ ଅଣାଯାଇ, ପୁଣି ଭୋର ୪.୦୦ ଘଟିକା ସମୟରେ କାମନା ଘଟ ଆଣି ମନ୍ଦିରକୁ ଅଣାଯାଇଥିଲା । ଏହାପରେ ଐଶନେଶ୍ବର ମହାଦେବଙ୍କ ନିକଟରେ ଅର୍ପଣ କରାଯାଇଥିଲା ।
ସେହିପରି ସୋମବାର ରାତି ୧୨.୩୦ ଘଟିକା ସମୟରେ ଡାଳିଭଙ୍ଗା ଘଟ ଆଣି ସେହି ଘଟର ଜଳକୁ ମହାଦେବଙ୍କ ନିକଟରେ ଅର୍ପଣ କରାଯାଇଥିଲା । ସେହି ସୋମବାର ରାତି ୩.୦୦ ଘଟିକାରେ କାଳିକା ଘଟ ଉଠାଇଥାନ୍ତି ଗଢ ଗ୍ରାମର ଭକ୍ତ । କାଳିକା ଘଟକୁ ମଧ୍ୟ ମନ୍ଦିରକୁ ଅଣାଯାଇ ମହାଦେବଙ୍କ ନିକଟରେ ଅର୍ପଣ କରାଯାଇଥାଏ ।
ସୂଚନାଯୋଗ୍ୟ ଯେ, କାଳିକା ଘଟ ନ ଉଠିଲେ ଉଡା ଯାତ୍ରା ଅଞ୍ଚଳରେ ହେବା ସମ୍ଭବପର ନୁହେଁ । ତେବେ ଭୋରରୁ ଗୋରିଆ ଭାର ଉଠାଯାଇ ମହାଦେବଙ୍କୁ ଅର୍ପଣ କରାଯାଇଥିଲା ।
ଗତକାଲି ଶେଷ ଦିବସରେ ମହାବିଷୁବ ସଂକ୍ରାନ୍ତି ଅବସରରେ ମଧ୍ୟ ଭୋର ୪.୩୦ ଘଟିକା ସମୟରେ ଖଡଖାଇ ନଦୀରୁ ଘଟ ଉତ୍ତୋଳନ କରାଯାଇ ଐଶନେଶ୍ବର ମହାଦେବଙ୍କ ନିକଟରେ ଅର୍ପଣ କରାଯାଇଥିଲା । ତେବେ ପୂର୍ବାହ୍ନ ପ୍ରାୟ ୫.୦୦ ଘଟିକା ସମୟରେ ଖଡଖାଇ ନଦୀରେ ବୁଡ଼ ପକାଇ ଭକ୍ତମାନେ 'ଦେବ ଦେବ ମହାଦେବ' ନାରା ଦେଇ ରାସ୍ତା ସାରା ଅଧିଆ ପଡି ମହାଦେବ ମନ୍ଦିରକୁ ଆସିଥିଲେ ।
ମାନସିକ ପୂର୍ଣ୍ଣ ପାଇଁ ଶରୀରରେ କଣ୍ଟା ଫୋଡା:
ସେହିପରି ଶହ ଶହ ଭକ୍ତଙ୍କ ମଧ୍ୟରେ ମାନସିକଧାରୀ ଭକ୍ତ ମାନେ ଲୁହା କଣ୍ଟାରେ ହାତ ବାହୁକୁ ଫୋଡି ସବାଇ ଘାସରେ ପ୍ରସ୍ତୁତ ସୁତୁଲି ଦେଇ, କିଏ ପିଠିରେ ଲୁହା କଣ୍ଟା ଫୋଡି, ତ ଆଉ କିଏ ଜିଭରେ କଣ୍ଟା ଫୋଡି ନାଚି ନାଚି ମହାଦେବ ପୀଠରେ ପହଞ୍ଚି ମହାଦେବଙ୍କ ସାନିଧ୍ୟ ଲାଭ କରିଥାନ୍ତି । କିଛି ସ୍ବତନ୍ତ୍ର ଭକ୍ତ ମାନେ ପାଖାପାଖି ୩୦ ଫୁଟ ଉପରେ ଥିବା ଖୁଣ୍ଟରେ ଲମ୍ବା କାଠ ସାହାଯ୍ୟରେ ଗାମୁଛା ଦ୍ବାରା ବାନ୍ଧି ହୋଇ ଉଡିଥିଲେ ।
ରାଜ୍ୟ ବାହାରୁ ଆସିଥିଲେ ଶ୍ରଦ୍ଧାଳୁ:
ସ୍ଥାନୀୟ ଲୋକଙ୍କ ସହିତ ମାନସିକଧାରୀଙ୍କ ବିଶ୍ବାସ ରହିଛି ଯେ, ଏପରି କଲେ ମହାଦେବଙ୍କ ସାନିଧ୍ୟ ଲାଭ ହୋଇପାରିବ । ତେବେ ଏସବୁ ଦୃଶ୍ୟ ଉପଭୋଗ କରିବା ପାଇଁ ସ୍ଥାନୀୟ ଲୋକଙ୍କ ସମେତ ଓଡ଼ିଶା, ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ମାନଙ୍କ ଭିଡ଼ ଜମିଥିଲା । ସେପଟେ ହଜାର ହଜାର ସଂଖ୍ୟାରେ ଜନ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷାକୁ ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।
ଇଟିଭି ଭାରତ, ରାଇରଙ୍ଗପୁର