ଗଜପତିରେ ବନ ବିଭାଗକୁ ବଡ଼ ସଫଳତା: ଦୁଇଟି କଲରାପତରିଆ ବାଘ ଚମଡ଼ା ଜବତ, ୬ ଗିରଫ୍
🎬 Watch Now: Feature Video

Published : October 9, 2026 at 7:53 PM IST
Leopard Skins Seized in Gajapati, ପାରଳାଖେମୁଣ୍ଡି (ଗଜପତି) : ଗଜପତିରେ ବାଘ ଚମଡ଼ା ଚୋରା କାରବାର ଉପରେ ବନ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ । ଦୁଇଟି କଲରାପତରିଆ ବାଘ ଚମଡ଼ା ଜବତ ସହ ୬ ଜଣଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ବନଖଣ୍ଡ । ଗତକାଲି ପାରଳାଖେମୁଣ୍ଡି ନୂଆ ବସ୍ଷ୍ଟାଣ୍ଡ ନିକଟରୁ ଗୋଟିଏ ବାଘ ଚମଡ଼ା ଜବତ ସହ ଦୁଇ ଜଣଙ୍କୁ ଧରିଥିଲା ବନ ବିଭାଗ । ସେହିପରି ଆଜି ମୋହନା ରେଞ୍ଜର ପାଣିଗଣ୍ଡା ଅଞ୍ଚଳରୁ ଆଉ ଗୋଟିଏ ବାଘ ଚମଡ଼ା ଜବତ ସହ ଚାରି ଜଣଙ୍କୁ ଗିରଫ କରାଯାଇଛି । ଦୁଇଟି ଚଢ଼ାଉରେ ମୋଟ ତିନିଟି ମୋଟରସାଇକେଲ୍ ସହ ୬ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଗଜପତି ଓ କନ୍ଧମାଳ ଜିଲ୍ଲାର ବ୍ୟକ୍ତି ରହିଛନ୍ତି । ବାଘ ଚମଡ଼ା କେଉଁଠାରୁ ଆସିଥିଲା ଏବଂ ଏହି ଚୋରା କାରବାରରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ବନ ବିଭାଗର ତଦନ୍ତ ଜାରି ରହିଥିବା ବନଖଣ୍ଡ ଅଧିକାରୀ କେ.ନାଗରାଜୁ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ- ଓଡ଼ିଶାରେ ପ୍ରଥମ: ଗଜପତିରେ ଆରମ୍ଭ ହେଲା ଜାତୀୟ ମାଉଣ୍ଟେନ୍ ସାଇକ୍ଲିଂ ଚାମ୍ପିଅନସିପ୍
ଏହା ମଧ୍ୟ ପଢ଼ନ୍ତୁ- ଗୁଣିଗାରେଡି ସନ୍ଦେହରେ ଘରୁ ଡାକିନେଇ ହତ୍ୟା, ମୃତଦେହ ଜାଳିଦେଲେ
ଇଟିଭି ଭାରତ, ଗଜପତି