ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ - MAHENDRAGIRI MAHENDRA MELA

🎬 Watch Now: Feature Video

thumbnail
ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ (ETV Bharat)

By ETV Bharat Odisha Team

Published : June 3, 2026 at 8:25 PM IST

1 Min Read
Choose ETV Bharat

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ପୌରାଣିକ ଓ ଐତିହାସିକ ଆଧ୍ୟାତ୍ମିକ ପୀଠ ମହେନ୍ଦ୍ରଗିରି ଶିଖରରେ ଆରମ୍ଭ ହୋଇଛି ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱ ଶାନ୍ତି ମହାଯଜ୍ଞ । ମହେନ୍ଦ୍ର ମେଳା ପାଇଁ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ମେଳାରେ ଯୋଗଦେବା ପାଇଁ ଦୂରଦୂରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଆଗମନ ଆରମ୍ଭ ହୋଇଛି । ହଜାର ହଜାର ମହିଳା ଶ୍ରଦ୍ଧାଳୁଙ୍କ ଅଂଶଗ୍ରହଣରେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହେବା ପରେ ବିଧିବଦ୍ଧ ଭାବେ ଯଜ୍ଞ କାର୍ଯ୍ୟ ଚାଲିଛି । ମେଳା ଅବସରରେ ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ସ୍ୱାହି ସ୍ନାନ ସମେତ ବିଭିନ୍ନ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ମହେନ୍ଦ୍ର ମେଳାରେ ସାମିଲ ହେବା ପାଇଁ ଗଜପତି ଓ ଗଞ୍ଜାମ ଜିଲ୍ଲା ସମେତ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଭକ୍ତଙ୍କ ସୁଅ ଛୁଟିବା ସହ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥଙ୍କ ଉପସ୍ଥିତି ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଚି କରିଛି ।
 
ଏନେଇ ଆୟୋଜକ ଅନ୍ତର୍ଯ୍ୟାମୀ ଗମାଙ୍ଗ କହିଛନ୍ତି, "ଆଜିଠାରୁ ଆଠ ଦିନ ବ୍ୟାପୀ ମେଳା ଚାଲିବ । ମେଳାରେ ସାମିଲ ହେବା ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଛି । ଶାନ୍ତିଶୃଙ୍ଖଳାର ସହ ମେଳା ଆୟୋଜନ କରାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...

କାଲିଠୁ ମହେନ୍ଦ୍ର ମେଳା, ମହେନ୍ଦ୍ରଗିରିରେ ପ୍ରସ୍ତୁତି ଅନୁଧ୍ୟାନ କଲେ ମନ୍ତ୍ରୀ ବିଭୂତି ଜେନା

ଜୁନ ପହିଲାରୁ 9 ଦିନିଆ 'ମହେନ୍ଦ୍ର ମେଳା'; ପ୍ରଥମ ଥର ପୁରୁଷୋତ୍ତମ ମାସରେ ଯଜ୍ଞ, 3 ଲକ୍ଷ ଶ୍ରଦ୍ଧାଳୁ ସାମିଲ ସମ୍ଭାବନା

ଇଟିଭି ଭାରତ, ଗଜପତି

ABOUT THE AUTHOR

With presence in all the 30 districts of the state, ETV Bharat Odisha is responsible for bringing out some of the best stories from the state. Its coverage is not limited to the happenings, spots and festivities of the state but also brings out stories that are unique and exclusive....view details