ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବାଜି ମାରିଲା ABVP; ସଭାପତି ଭାବେ କୀର୍ତ୍ତିବନ୍ତ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ
🎬 Watch Now: Feature Video

Published : October 11, 2026 at 3:27 PM IST
ବ୍ରହ୍ମପୁର: ଭଞ୍ଜ ବିହାରର ନୂଆ ଛାତ୍ର ସଂସଦ ସଭାପତି ହେଲେ କୀର୍ତ୍ତିବନ୍ତ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ସଭାପତି ପଦ ସମେତ ନାଟ୍ୟ ସଂସଦ ସମ୍ପାଦକ ପଦବୀରେ ଅପ୍ରତିଦ୍ୱନ୍ଦ୍ବୀ ଭାବେ ବିଜୟ ହୋଇଛି ଏବିଭିପି । ଗତ ଆଠ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଏହାକୁ ନେଇ କ୍ୟାମ୍ପାସ୍ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ସଭାପତି ଏବଂ ନାଟ୍ୟ ସଂସଦର ସମ୍ପାଦକ ଏବଂ ସହ ସମ୍ପାଦକ ପଦବୀ ପାଇଁ କେବଳ ଗୋଟିଏ ଲେଖାଏଁ ପ୍ରାର୍ଥୀ ରହିଥିବାରୁ ସେମାନଙ୍କୁ ଅପ୍ରତିଦ୍ୱନ୍ଦୀ ବିଜୟୀ ହୋଇଥିବା ଘୋଷଣା କରାଯାଇଛି ।
ଛାତ୍ର ସଂସଦର ସଭାପତି ଭାବରେ ବିଶ୍ୱବିଦ୍ୟାଳୟର ଏମ୍.ବି.ଏ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର କିର୍ତ୍ତିବନ୍ତ ରଣା ବିଜୟୀ ହୋଇଥିବା ବେଳେ ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ପୂଜା ପାତ୍ର ନାଟ୍ୟ ସଂସଦର ସମ୍ପାଦକ ବିଜୟୀ ହୋଇଛନ୍ତି । ସେହିପରି ନାଟ୍ୟ ସଂସଦର ସହ ସମ୍ପାଦକ ଭାବରେ ଶ୍ରୟାସଂ ଶେଖର ସିଂ ବିଜୟୀ ହୋଇଥିବା କୁହାଯାଇଛି । ଏହି ସମସ୍ତ ବିଜୟୀ ପ୍ରାର୍ଥୀମାନେ ଏବିଭିପି ସମର୍ଥିତ ହୋଇଥିବା ବେଳେ ଦୀର୍ଘ ଦିନ ଧରି ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ପାଇଁ କାର୍ଯ୍ୟ କରି ଆସୁଥିଲେ ବୋଲି କହିଛନ୍ତି ସେମାନେ ।
ଏହି ଅବସରରେ କୀର୍ତ୍ତିବନ୍ତ କହିଛନ୍ତି,"ଏହି ବିଜୟ କେବଳ ମୋର ନୁହେଁ, ଏହା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିଜୟ ଅଟେ । କେବଳ ଏଠାରେ ନୁହେଁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟରେ ଏବିଭିପି ନିଶ୍ଚିତ ବିଜୟ ହେବ ।"
ଏହା ମଧ୍ୟ ପଢନ୍ତୁ... ଛାତ୍ର ସଂସଦ ନିର୍ବାଚନ; ବାହାରିଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା, ମୈଦାନରେ 6649 ଜଣ ପ୍ରାର୍ଥୀ ଏହା ମଧ୍ୟ ପଢନ୍ତୁ...ଏକଲବ୍ୟ ବିଦ୍ୟାଳୟରେ ଅବ୍ୟବସ୍ଥାର ପାହାଡ଼; ନ୍ୟାୟ ପାଇଁ 10 କିମି ଚାଲିଲେ 500 ଛାତ୍ରଛାତ୍ରୀ |
ଇଟିଭି ଭାରତ, ବ୍ରହ୍ମପୁର