କେନ୍ଦ୍ରାପଡ଼ାର ୧୬ ଥାନାରେ ଡିଜିଟାଲ ସଚେତନତା କାର୍ଯ୍ୟକ୍ରମ 'ଜୁଭେଣ୍ଟିକା' - UNICEF

🎬 Watch Now: Feature Video

thumbnail
କେନ୍ଦ୍ରାପଡ଼ାର ୧୬ଟି ଥାନାରେ ଅନୁଷ୍ଠିତ ହେଲା ଡିଜିଟାଲ ସଚେତନତା କାର୍ଯ୍ୟକ୍ରମ 'ଜୁଭେଣ୍ଟିକା' (ETV Bharat)

By ETV Bharat Odisha Team

Published : May 9, 2026 at 2:57 PM IST

1 Min Read
Choose ETV Bharat

JUVENTICA  , କେନ୍ଦ୍ରାପଡ଼ା: ୟୁନିସେଫ (UNICEF)ର ସହଯୋଗରେ ଓଡିଶା ପୋଲିସ ପକ୍ଷରୁ ରାଜ୍ୟର ସମସ୍ତ ଥାନାରେ "ଜୁଭେଣ୍ଟିକା-କିଶୋରୀମାନଙ୍କ ସହିତ CWPO ପ୍ରସାର" ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏନେଇ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଓ କିଶୋର କିଶୋରୀମାନଙ୍କ ସୁରକ୍ଷା, ସଚେତନତା ଓ ସଶକ୍ତିକରଣକୁ ଲକ୍ଷ୍ୟ କରି କେନ୍ଦ୍ରାପଡ଼ା ପୋଲିସର CAW & CW Wing ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି । ସ୍ଥାନୀୟ ସଦର ଥାନା ପରିସରରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଥାନା ଅଧିକାରିଣୀ ପଦ୍ମାଳୟା ପ୍ରଧାନ ଯୋଗଦେଇ କିଶୋର ଅବସ୍ଥାରେ ଘଟୁଥିବା ବିଭିନ୍ନ ଅପରାଧ, ସାଇବର ସୁରକ୍ଷା, ଡିଜିଟାଲ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ କିଶୋର କିଶୋରୀମାନଙ୍କ ସହ ପୋଲିସ ଅଧିକାରୀମାନଙ୍କ ଆଲୋଚନା, ସାଇବର ସୁରକ୍ଷା ଉପରେ ଭିଡିଓ ପ୍ରଦର୍ଶନ ଏବଂ ମତ ବିନିମୟ ସଭା ଆୟୋଜିତ ହୋଇଥିଲା । 
 
ଏହା ମଧ୍ୟ ପଢ଼ନ୍ତୁ...

ୟୁନିସେଫ୍ ଓ ପୋଲିସ ବିଭାଗର ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ: 1500ରୁ ଅଧିକ କିଶୋର-କିଶୋରୀଙ୍କ ଯୋଗଦାନ

ରିଲ୍ସରେ ମନୋରଞ୍ଜନ କରାଉଛନ୍ତି ହୋମଗାର୍ଡ ପ୍ରସନ୍ନ, ବାଣ୍ଟୁଛନ୍ତି ଟ୍ରାଫିକ୍ ସଚେତନତା ବାର୍ତ୍ତା, ବଢୁଛି ଲୋକପ୍ରିୟତା 

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

With presence in all the 30 districts of the state, ETV Bharat Odisha is responsible for bringing out some of the best stories from the state. Its coverage is not limited to the happenings, spots and festivities of the state but also brings out stories that are unique and exclusive....view details