କର୍ତ୍ତବ୍ୟ ବ୍ୟସ୍ତତା ମଧ୍ୟରେ କୁନି କୁନି ଛାତ୍ରଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ଯବାନ
🎬 Watch Now: Feature Video

Published : August 28, 2026 at 4:23 PM IST
ଝାରସୁଗୁଡା: ଝାରସୁଗୁଡ଼ା ସ୍ଥିତ ଓଏସଏପି (OSAP) ଦ୍ୱିତୀୟ ବାଟାଲିଅନ ପରିସରରେ ରକ୍ଷାବନ୍ଧନ ପାଳନ ହୋଇଯାଇଛି । ପଞ୍ଚପଡ଼ା ଶିଶୁ ମନ୍ଦିରର କୁନି କୁନି ଛାତ୍ରଛାତ୍ରୀମାନେ ଉପସ୍ଥିତ ହୋଇ ବାଟାଲିଅନର ଯବାନମାନଙ୍କ ହାତରେ ରାଖୀ ବାନ୍ଧି ଭାଇ-ଭଉଣୀର ପବିତ୍ର ସମ୍ପର୍କକୁ ସୁଦୃଢ଼ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଏହି ଅବସରରେ ଓଏସଏପି ଦ୍ୱିତୀୟ ବାଟାଲିଅନର କମାଣ୍ଡାଣ୍ଟ ପ୍ରସାଦ ଥାପା କହିଥିଲେ ଯେ, କର୍ତ୍ତବ୍ୟର ବ୍ୟସ୍ତତା କାରଣରୁ ଅନେକ ସମୟରେ ନିଜ ପରିବାର ଓ ଭଉଣୀମାନଙ୍କ ସହ ରକ୍ଷାବନ୍ଧନ ପାଳନ କରିବାର ସୁଯୋଗ ମିଳିନଥାଏ । କିନ୍ତୁ ଆଜି ପିଲାମାନେ ରାକ୍ଷୀ ବାନ୍ଧିବା ଦ୍ୱାରା ସେହି ସ୍ମୃତି ଗୁଡ଼ିକ ପୁନର୍ଜୀବିତ ହୋଇଥିଲା ଏବଂ ସମସ୍ତେ ନୂତନ ଭଉଣୀମାନଙ୍କ ସ୍ନେହ ଅନୁଭବ କରିପାରିଥିଲେ।’
ସେ ପଞ୍ଚପଡ଼ା ଶିଶୁ ମନ୍ଦିରର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଏହି ସୁନ୍ଦର ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଥିଲେ । ଏହା ସହିତ ସମସ୍ତ ପିଲାମାନଙ୍କୁ ଭଲ ପାଠ ପଢି ଭବିଷ୍ୟତରେ ଉତ୍ତମ ସ୍ଥାନ ଅଧିକାର କରିବାକୁ ପରାମର୍ଶ ଦେଇଥିଲେ । ଯାହାଦ୍ୱାରା ସେମାନେ ନିଜ ପରିବାର, ରାଜ୍ୟ ଓ ଦେଶର ଗୌରବ ବୃଦ୍ଧି କରିପାରିବେ ।