Snana Yatra LIVE: ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀକ୍ଷେତ୍ରରୁ ଦେଖନ୍ତୁ ସ୍ନାନଯାତ୍ରାର ସିଧାପ୍ରସାରଣ - ସ୍ନାନଯାତ୍ରା
🎬 Watch Now: Feature Video

Published : June 29, 2026 at 6:34 AM IST
ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି, ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା । ଶ୍ରୀକ୍ଷେତ୍ରରେ ପାଳନ ହେଉଛି ମହାପ୍ରଭୁଙ୍କ ଦିବ୍ୟସ୍ନାନ । ଭାଇ-ଭଉଣୀଙ୍କ ସହ ରତ୍ନସିଂହାସନରୁ ସ୍ନାନବେଦୀକୁ ଆସି ୧୦୮ କଳସୀ ସୁବାସିତ ଜଳରେ ସ୍ନାନ କରନ୍ତି କାଳିଆ ସାଆନ୍ତ । ଏହି ଜଳରୁ ୩୫ ଗରା ଜଳରେ ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ । ମହାପ୍ରଭୁଙ୍କ ମାନବୀୟ ଲୀଳାର ଆଦ୍ୟ ପର୍ବ ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହଙ୍କ ଦିବ୍ୟସ୍ନାନ ଓ ଗଜାନନ ବେଶ ଦର୍ଶନ କରିବା ପାଇଁ ଆତୁର ଭକ୍ତ ମନ । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଛି ଶ୍ରୀକ୍ଷେତ୍ର । ସ୍ନାନ ଉତ୍ସବକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ସେପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଛି । ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।