ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ; ମହାଆଡମ୍ବରରେ ନୟାଗଡ଼ରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ - SNANA PURNIMA
🎬 Watch Now: Feature Video

Published : June 29, 2026 at 4:59 PM IST
ନୟାଗଡା: ଆଜି ଦେବସ୍ନାନ ପୂର୍ଣ୍ଣିମା । ଭକ୍ତ ସମ୍ମୁଖରେ ସ୍ନାନ କରି ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ । ସ୍ନାନବେଦୀର ଅପେକ୍ଷାର ଅନ୍ତ ଘଟିଛି । ବର୍ଷେ ପରେ ପୁଣି ମହାବାହୁ ସ୍ନାନମଣ୍ଡପକୁ ଆସିଥିଲେ । ଭୋର 4ଟାରୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ କରି ସ୍ନାନ ମଣ୍ଡପକୁ ଅଣାଯାଇଥିଲା । ଶ୍ରୀ ଜଗନ୍ନାଥ, ସୁଭଦ୍ରା ଏବଂ ବଳଭଦ୍ରଙ୍କୁ ତାଙ୍କର ସେବକ ମାନେ ନୀତି ନିୟମ ଅନୁସାରେ ସେବା କରିଥିଲେ ।
ପହଣ୍ଡି ଶେଷ ହେବା ପରେ ମଙ୍ଗଳା ଆଳତି, ଧୂପ ଅବକାଶ, ଚନ୍ଦନ ଲାଗି ବସ୍ତ୍ର ପରିଧାନ ପରେ ସ୍ନାନ କାଯ୍ୟ ସମ୍ପୂର୍ଣ୍ଣ କରାଯଇଛି । ପରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଇଥିଲେ । ରାତି ୧୦ ଟାରେ ପୁନର୍ବାର ପହଣ୍ଡି ବିଜେ ହୋଇ ମନ୍ଦିରକୁ ବିଜେ କରିବେ l ଅଣସର ଗୃହରେ ରହିବେ ମହାପ୍ରଭୁ l ହାତୀ ବେଶରେ ହଜାର ହଜାର ଭକ୍ତ କରୁଛନ୍ତି ଦର୍ଶନ l ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବନ୍ଦୋବସ୍ତ l ସନ୍ଧ୍ୟାରେ ଭଜନ ସଂଗୀତ ସମାରୋହର ବ୍ୟବସ୍ଥା କରାଯାଇଛି l
ଇଟିଭି ଭାରତ, ନୟାଗଡ