ଇସ୍କନର ଅଦିନିଆ ରଥଯାତ୍ରା ଆୟୋଜନ, ଶ୍ରୀକ୍ଷେତ୍ରରେ ଇସ୍କନ ଅନୁଗାମୀଙ୍କୁ ବିରୋଧ କଲେ ପୁରୀବାସୀ - ISKCON FACES PROTEST
🎬 Watch Now: Feature Video

Published : July 12, 2026 at 11:00 AM IST
ପୁରୀ: ଶ୍ରୀକ୍ଷେତ୍ରରେ ଇସ୍କନ୍କୁ ଜୋରଦାର ବିରୋଧ ଆରମ୍ଭ ହୋଇଛି । ପୁରୀ ବାସିନ୍ଦାମାନେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଇସ୍କନକୁ ବିରୋଧ କରିଛନ୍ତି । ପୁରୀ ବୁଦ୍ଧିଜୀବୀ, ଆଇନଜୀବି ଓ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ଇସ୍କନ ଅନୁଗାମୀଙ୍କୁ ବିରୋଧ କରାଯାଇଛି । ଶରଧାବାଲି ନିକଟରେ ଏକ ଗାଡ଼ିରେ ମହାପ୍ରଭୁଙ୍କ ଫୋଟୋ ସହିତ ଶଙ୍ଖ, ମାଳି, ବହି ବିକ୍ରି କରୁଥିବା ଦୁଇ ଇସ୍କନ ଧର୍ମାବଲମ୍ବୀଙ୍କୁ ବିରୋଧ କରାଯାଇଛି । ଅଦିନିଆ ରଥଯାତ୍ରା ଆୟୋଜନ ବନ୍ଦ ପାଇଁ ଇସ୍କନକୁ ଗଜପତି ମହାରାଜା ବାରମ୍ବାର ଅନୁରୋଧ କରି ଚିଠି ଲେଖିବା ପରେ ମଧ୍ୟ ଇସ୍କନ ଏହାକୁ ପ୍ରତ୍ୟାଖ୍ୟାନ କରିଛି । ଯାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆଗାମୀ ରଥଯାତ୍ରାରେ ପୁରୀରେ ଇସ୍କନ ଅନୁଗାମୀକୁ କଡା ବିରୋଧ କରାଯିବ ବୋଲି ଜଗନ୍ନାଥପ୍ରେମୀ କହିଛନ୍ତି ।
ଜଗନ୍ନାଥପ୍ରେମୀ ବଦ୍ରି ମିଶ୍ର କହିଛନ୍ତି, "ଜଗନ୍ନାଥ ସଂସ୍କୃତିକୁ ଇସ୍କନ ବାରମ୍ବାର ଅପମାନ କରିଆସୁଛି । ବ୍ୟାପକ ବିରୋଧ ସତ୍ତ୍ୱେ ଇସ୍କନ ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନ କରୁଛି । ଏପରିକି ଗଜପତି ମହାରାଜାଙ୍କ ଅନୁରୋଧକୁ ଇସ୍କନ ପ୍ରତ୍ୟାଖ୍ୟାନ କରି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥାକୁ ଆଘାତ ଦେଇଛି । ଇସ୍କନର ଏଭଳି ମନମାନିକୁ ଆମେ ବରଦାସ୍ତ କରିବୁନାହିଁ । କଡା ବିରୋଧ କରାଯିବ । ପୁରୀରେ ଏହି ଅଭିଯାନ ଆରମ୍ଭ ହୋଇଛି । ଆଗାମୀ ରଥଯାତ୍ରାରେ ଯେଉଁ ଇସ୍କନ ଅନୁଗାମୀ ପୁରୀ ଆସିବେ ସେମାନଙ୍କୁ ମଧ୍ୟ କଡା ବିରୋଧ କରାଯିବ । ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ ବନ୍ଦ ନକରିବା ଯାଏ ଏହି ବିରୋଧ ଜାରି ରହିବ ।"
ଇଟିଭି ଭାରତ, ପୁରୀ