Interview; ଧାନକିଣା ସମସ୍ୟା ଏବଂ ଚାଷୀ ପ୍ରସଙ୍ଗରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରତିକ୍ରିୟା - ODISHA ASSEMBLY BUDGET SESSION 2026
🎬 Watch Now: Feature Video

Published : February 18, 2026 at 9:32 PM IST
ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିବସରେ ଜୋର ଧରିଲା ଚାଷ ଏବଂ ଚାଷୀ ପ୍ରସଙ୍ଗ । ଆଜି ବିଜେଡି ସଦସ୍ୟମାନେ ଧାନ ରଖି ହଟ୍ଟଗୋଳ କରିବା ଯୋଗଁ ପ୍ରଶ୍ନକାଳ ଓ ଶୂନ୍ୟକାଳ ଚାଲିପାରି ନାହିଁ । ସମାନ ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ ମଧ୍ୟ ଗୃହ ମଧ୍ୟରେ ପ୍ରତିବାଦ କରିଛନ୍ତି ।
ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡି ସଦସ୍ୟମାନେ ଧାନର ଅଭାବୀ ବିକ୍ରି ସଂକ୍ରାନ୍ତରେ ହାତରେ ବ୍ୟାନର ଧରି ଗୃହ ମଧ୍ୟକୁ ଆସି ପ୍ରତିବାଦ କରିଥିଲେ । ଏହି ସମୟରେ ସଦସ୍ୟ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଣ୍ଡରେ ଗାମୁଛା ବାନ୍ଧି ଗୋଟିଏ ପୁଡା ଧାନ ମୁଣ୍ଡାଇ ଗୃହ ମଧ୍ୟ ଭାଗକୁ ଆସିବା ସହିତ ଧାନକୁ ସଚିବଙ୍କ ଟେବୁଲ ଉପରେ ରଖି ଦେଇଥିଲେ ।
ଧାନପୁଡା ଖୋଲାଯିବା ପରେ ବିଜେଡି ସଦସ୍ୟ ଡକ୍ଟର ଅରୁଣ କୁମାର ସାହୁ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାନକୁ ହାତରେ ଧରି ଉପରକୁ ଟେକି ପ୍ରଦର୍ଶନ କରିଥିଲେ । ଅନ୍ୟ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ତଳେ ସରକାର ବିରୋଧୀ ଧ୍ୱନିମାନ ଦେଉଥିବା ଲକ୍ଷ୍ୟ କରାଯାଇଥିଲା ।
ତେବେ ଚାଷୀ ଏବଂ ଚାଷ ପ୍ରସଙ୍ଗରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ପ୍ରତିନିଧି ସଞ୍ଜୀବ ରାଏ ।
ଇଟିଭି ଭାରତ, ଭୁବନେଶ୍ୱର