ଉଦୟଗିରିରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ, ସାମିଲ ହେଲେ 15ଶହରୁ ଉର୍ଦ୍ଧ୍ବ ଧର୍ମାବଲମ୍ବୀ - BUDDHIST CONFERENCE
🎬 Watch Now: Feature Video

Published : January 11, 2026 at 7:48 PM IST
ଯାଜପୁର: ବୌଦ୍ଧପୀଠ ଉଦୟଗିରିର ମହାବିହାରର ପାଦ ଦେଶରେ ଆଜି ଠାରୁ ଆରମ୍ଭ ହେଇଛି ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ । ଜିଲ୍ଲାର ଏହି ପ୍ରସିଦ୍ଧ ସ୍ଥାନକୁ ୧୭ଟି ଦେଶର ବୌଦ୍ଧ ଧର୍ମାବଲମ୍ବୀ, ବୌଦ୍ଧ ଭିକ୍ଷୁ ଯୋଗଦେଇଛନ୍ତି । ଏଥିପାଇଁ ଉଦୟଗିରିର ବିଭିନ୍ନ ବୌଦ୍ଧ ମଠକୁ ପତାକାରେ ସୁସଜିତ କରାଯାଇଛି l ସମ୍ମିଳନୀର ଉଦଘାଟନ ଉତ୍ସବରେ ଶହଶହ ବୌଦ୍ଧଧର୍ମଲମ୍ବୀ ଶାହି ଶୋଭାଯାତ୍ରାରେ ସାମିଲ ହୋଇ ଉତ୍ସବ ସ୍ଥାନରେ ପହଞ୍ଚିଥିଲେ l ଭାରତ ସମେତ ନେପାଳ, ଭୂଟାନ, ଚୀନ୍, ଆମେରିକା, ଇଂଲଣ୍ଡ, ବାଂଲାଦେଶ ଓ ତିବ୍ଦତରୁ ୧୫ଶହରୁ ଅଧିକ ପ୍ରତିନିଧି ଯୋଗଦେଇଛନ୍ତି ଏହି ସମ୍ମିଳନୀରେ l ଆଜି ଠାରୁ ଆରମ୍ଭ ହେଇଥିବା ଏହି ସମ୍ମିଳନୀ ଆସନ୍ତା 16 ତାରିଖରେ ଶେଷ ହେବ l ଆଜିର ଉଦଘାଟନୀ ଉତ୍ସବରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବିଧାୟକ ଅମର କୁମାର ନାୟକ ଓ ଜିଲ୍ଲାପାଳ ଅମ୍ବର କୁମାର କର ଉପସ୍ଥିତ ଥିଲେ l
ସମ୍ବଲପୁରରେ ମେଗା ପାନୀୟ ଜଳ ପ୍ରକଳ୍ପ ଶିଳାନ୍ୟାସ, ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଭେଟି ଦେଲେ ମୁଖ୍ୟମନ୍ତ୍ରୀ
ଇଟିଭି ଭାରତ, ଯାଜପୁର