ଭୁବନେଶ୍ୱରରେ ପ୍ରବଳ ବର୍ଷା ! 3 ଘଣ୍ଟା ପାଇଁ ଟ୍ୱିନସିଟିକୁ କାଳବୈଶାଖୀ ଆଲର୍ଟ, 6 ଜିଲ୍ଲାକୁ କୁଆପଥର ବର୍ଷା ସତର୍କତା - BHUBANESWAR RAIN

🎬 Watch Now: Feature Video

thumbnail
ଭୁବନେଶ୍ୱରରେ ପ୍ରବଳ ବର୍ଷା (ETV Bharat Odisha)

By ETV Bharat Odisha Team

Published : February 24, 2026 at 6:44 PM IST

|

Updated : February 24, 2026 at 7:00 PM IST

2 Min Read
Choose ETV Bharat

ଭୁବନେଶ୍ୱର: ମଙ୍ଗଳବାର ସନ୍ଧ୍ୟାରେ ହଠାତ୍ ଆରମ୍ଭ ହୋଇଥିଲା ମଧ୍ୟମ ଧରଣର ବର୍ଷା ସହିତ ବଜ୍ରାଘାତ । ଆକାଶ ମେଘାଛନ୍ନ କରିବା ସହିତ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ବର୍ଷା ଯୋଗୁଁ ରାଜଧାନୀ ସାଧାରଣ ଜୀବନ ଠପ ହୋଇପଡ଼ିଥିଲା । ସହରର ଅଧିକାଂଶ ମୁଖ୍ୟ ରାସ୍ତା ଜଳମଗ୍ନ ହୋଇ ଯାତାୟାତ ବ୍ୟାହତ ହୋଇଥିଲା । 

ସନ୍ଧ୍ୟା ୫ଟା ପରେ ହଠାତ କଳାହାଣ୍ଡିଆ ମେଘ ଘୋଟି ଆସି ବର୍ଷା ଆରମ୍ଭ ହୋଇଥିଲା । କିଛି ସମୟ ମଧ୍ୟରେ ରାସ୍ତାଗୁଡ଼ିକ ଜଳ ମଗ୍ନ ହୋଇଯାଇଥିଲା । ବହୁ ସ୍ଥାନରେ ଯାନବାହନ ଧୀରେ ଚାଲିଥିବାବେଳେ ଅଧିକାଂଶ ଦୁଇଚକିଆ ଯାନ ରାସ୍ତାରେ ବନ୍ଦ ହୋଇଯାଇଥିଲା । କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ଲୋକମାନେ ଦୀର୍ଘ ସମୟ ପାଇଁ ଜାମରେ ଅଟକି ରହିଥିଲେ । 

ସହରର ତଳି ଅଞ୍ଚଳଗୁଡ଼ିକରେ ଜଳବନ୍ଦି ସ୍ଥିତି ସୃଷ୍ଟି ହୋଇଥିଲା । କେତେକ ସ୍ଥାନରେ ନାଳ ଉପରେ ପାଣି ଚାଲୁଥିବାର ଦେଖିବାକୁ ମିଳିଥିଲା । ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ୱର କେନ୍ଦ୍ର ତରଫରୁ ଜାରି ହୋଇଥିବା ସତର୍କବାଣୀରେ ଅନୁସାରେ ତିନି ଘଣ୍ଟା ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱରରେ ଘଡଘଡି ସହ ବର୍ଷା ହେବାର ଚେତାବନୀ ଦିଆଯାଇଥିଲା । ବଜ୍ରାଘାତ ଓ ଘଡଘଡି ସହ ଜୋର ବର୍ଷ ଯୋଗୁଁ ଦୃଶ୍ୟତା କମିଯାଇଥିଲା । ଫଳରେ ଗାଡ଼ି ଚାଲାଇବା ବିପଦପୂର୍ଣ୍ଣ  ହୋଇପଡ଼ିଥିଲା । ଅନେକ ସ୍ଥାନରେ ବିଦ୍ୟୁତ୍‌ ବିଚ୍ଛିନ୍ନ ହେବାର ଖବର ମଧ୍ୟ ମିଳିଛି।

ଏହି ଆକସ୍ମିକ ବର୍ଷା ପୁଣିଥରେ ରାଜଧାନୀର ଡ୍ରେନେଜ୍ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସାଧାରଣ ବର୍ଷାରେ ଯଦି ଏମିତି ସ୍ଥିତି ସୃଷ୍ଟି ହୁଏ, ତେବେ ଆଗାମୀ ବର୍ଷା ଋତୁରେ ପରିସ୍ଥିତି କେମିତି ହେବ ବୋଲି ନାଗରିକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । 

ତେବେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ସହ ପ୍ରବଳ ବର୍ଷା ହୋଇଥିବା ବେଳେ ଆଜି ଟ୍ୱିନସିଟି ସମେତ ୬ ଜିଲ୍ଲାକୁ କୁଆପଥର ବର୍ଷା ପାଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିଲା । ଆଗାମୀ ୩ ଘଣ୍ଟା ପାଇଁ କଟକ ଭୁବନେଶ୍ୱର, ମୟୂରଭଞ୍ଜ, ଖୋର୍ଦ୍ଧା, କେନ୍ଦୁଝର ଓ ଯାଜପୁର ଏହି ୬ ଜିଲ୍ଲାକୁ କୁଆପଥର ସହ ବିଜୁଳି ଘଡଘଡି ବର୍ଷାର ସମ୍ଭାବନାକୁ ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣଇପାଗ ବିଭାଗ । ଏହି ସମୟରେ ୩୦ ରୁ ୪୦ କିମି ପବନ ବହିବାର ମଧ୍ୟ ସମ୍ଭାବନା ଦେଇଛି ବିଭାଗ । 

ସେହିପରି ଦୁର୍ବଳ ଲଘୁଚାପ ଓ ଟର୍ପ ଲାଇନ ପ୍ରଭାବରେ ଆସନ୍ତା ୨ ଦିନ ଯାଏ ରାଜ୍ୟର କିଛି ଅଂଚଳରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ପାଇଁ ହଳଦିଆ ଚେତାବନୀ ଦେଇଛି ବିଭାଗ । ଆସନ୍ତା ୨୪ ଘଣ୍ଟା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ଖୋର୍ଦ୍ଧା ପୁରୀ ଓ ଜଗତସିଂହପୁର ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । 

ଅନ୍ୟପଟେ ଗତ ୨୪ ଘଂଟାରେ ୧୦ଟି ଷ୍ଟେସନ କୁଆପଥର ସହ ରେ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜର ଯୋଶିପୁରରେ ସର୍ବାଧିକ ୪୦.୪ ବର୍ଷା ରେକର୍ଡ ହୋଇଛି । ସର୍ବାଧିକ ଉତ୍ତାପ ପାରଳାଖେମୁଣ୍ଡିରେ ୩୬.୬ ଓ ସର୍ବନିମ୍ନ ଝାରସୁଗୁଡ଼ାରେ ୧୫.୩ ଡିଗ୍ରୀ ରେକର୍ଡ ହୋଇଛି। 

ଇଟିଭି ଭାରତ, ଭୁବନେଶ୍ୱର 

Last Updated : February 24, 2026 at 7:00 PM IST

ABOUT THE AUTHOR

...view details