Watch: କଂଗ୍ରେସ ଭବନରେ ଉଡିଲା ଅବିର: ନେତା ଖେଳିଲେ ହୋଲି, ଜଣାଇଲେ ଶୁଭେଚ୍ଛା - HOLI CELEBRATION
🎬 Watch Now: Feature Video

Published : March 4, 2026 at 6:05 PM IST
Holi 2026 ଭୁବନେଶ୍ବର: ରଙ୍ଗର ପର୍ବ ହୋଲିରେ ଆଜି ସାରା ଦେଶ ଉତ୍ସବ ମୁଖର । ସବୁଠି ଆନନ୍ଦ ଉଲ୍ଲାସର ମାହୋଲ । କଂଗ୍ରେସ ନେତା ମାନଙ୍କ ରଙ୍ଗ ଖେଳରେ ମସଗୁଲ । କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତ ଦାସ, ନେତା ଓ କର୍ମୀଙ୍କ ସହ ହୋଲି ଖେଳିଥିଲେ ।
ଖୁସି ସମୃଦ୍ଧି ଆଣୁ ହୋଲି..
କଂଗ୍ରେସ ଭବନରେ ପ୍ରଶଂସକଙ୍କ ଗହଣରେ ରଙ୍ଗର ପର୍ବ ହୋଲିକୁ ପାଳନ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।
ଏହି ଅବସରରେ ପିସିସି ସଭାପତି କହିଛନ୍ତି, ‘ରଙ୍ଗର ପର୍ବ ହୋଲି ଭାଇଚାରାର ପର୍ବ ହୋଲି ସମସ୍ତଙ୍କ ପାଇଁ ଖୁସି ଏବଂ ସମୃଦ୍ଧି ଆଣିଦେଉ ।
ଦାୟିତ୍ୱ ସହ ସମସ୍ତେ ନିଜର କର୍ମ କରିବାକୁ ଆବଶ୍ୟକତା ରହିଛି । ତାହାଲେ ହୋଲି ପର୍ବ ପ୍ରାସଙ୍ଗିକତା ରହିବ । ଲୋକ ଯଦି ଦୁଃଖରେ ରହିବେ ତେବେ ଏହି ହୋଲି ପର୍ବର କଣ ମହାନତା ରହିବ ।’
ଖୁସି ଭରି ଦେଉ ହୋଲି:
ସେପଟେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ମଧ୍ୟ ନିଜ ସରକାରୀ ବାସଭବନରେ ହୋଲି ପାଳିଛନ୍ତି । ନିଜର ପ୍ରଶଂସକ, ଶୁଭେଚ୍ଛୁ ମାନଙ୍କୁ ମିଠା ଖୁଆଇ,ରଙ୍ଗ ବୋଳି ହୋଲି ଶୁଭେଚ୍ଛା ଜଣାଇଥିଲେ । ‘ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଜୀବନରେ ସରସ ସୁନ୍ଦର ଭରିଦେଉ, ଆଜି ସମାଜରେ ଯେଉଁ ଭଳି ଚାଲିଛି, ରାଜନୈତିକ ସ୍ଥିତି ଯାହା ହୋଇଛି ଗଣତନ୍ତ୍ର ଅସୁରକ୍ଷିତ ବୋଲି ମନେ ହେଉଛି । ସମସ୍ତଙ୍କର ଭଲରେ ବଞ୍ଚିବାର ଅଧିକାର ଅଛି, ତେଣୁ ହୋଲି ସମସ୍ତଙ୍କ ଜୀବନରେ ଖୁସି ଭରିଦେଉ ।’ ବରିଷ୍ଠ ନେତା ସୁର ରାଉତରାୟ ନିଜ ପରିବାର ସହ ଆସି କଂଗ୍ରେସ ଭବନରେ ହୋଲି ଖେଳିଥିଲେ ।
ଏହା ମଧ୍ୟ ପଢନ୍ତୁ: ହୋଲି ପାଳିଲେ...ଆଖିରେ ନୁହେଁ, ମନର ରଙ୍ଗରେ ରଙ୍ଗେଇ ହେଲେ ଦୃଷ୍ଟିବାଧିତ ପିଲାରାଜଧାନୀରେ ହୋଲିର ଧୁମ୍: ଗୀତର ତାଳେ ତାଳେ ଝୁମିଲେ ଯୁବପିଢ଼ି, ବିଧାୟକ ମେୟର ଖେଳିଲେ ହୋଲି |
ଇଟିଭି ଭାରତ, ଭୁବନେଶ୍ବର