WATCH: ସଂସ୍କୃତିର ଅପୂର୍ବ ସମନ୍ବୟ,ଗଜପତିରେ ଓଡ଼ିଆ-ତେଲୁଗୁ ପାଳିଲେ ମକର ସଂକ୍ରାନ୍ତି - MAKAR SANKRANTI GAJAPATI

🎬 Watch Now: Feature Video

thumbnail
ସଂସ୍କୃତିର ଅପୂର୍ବ ସମନ୍ବୟ: ଓଡିଆ ଓ ତେଲୁଗୁ ମିଶି ପାଳିଲେ ଭାଇଚାରାର ପର୍ବ ମକର ସଂକ୍ରାନ୍ତି (ETV Bharat Odisha)

By ETV Bharat Odisha Team

Published : January 14, 2026 at 10:44 AM IST

1 Min Read
Choose ETV Bharat

MAKAR SANKRANTI GAJAPATI  ପାରଳାଖେମୁଣ୍ଡି(ଗଜପତି): ଆଜି ମକର ସଂକ୍ରାନ୍ତି । ହିନ୍ଦୁ ଧର୍ମରେ ଏହି ପର୍ବର ଅନେକ ମହତ୍ତ୍ବ ରହିଛି । ଏହି ପର୍ବକୁ ସାରା ଭାରତରେ ବହୁ ଆଡମ୍ବରରେ ପାଳନ କରାଯାଇଥାଏ । ି ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି 2ଟି ସଂସ୍କୃତିର ଅପୂର୍ବ ସମନ୍ବୟ । ଏଠାରେ ରହୁଥିବା ଉଭୟ ତେଲୁଗୁ ଏବଂ ଓଡିଆ ଭାଷାଭାଷୀ ଲୋକେ ମିଶି ଖୁବ୍ ଆନନ୍ଦୋଲ୍ଲାସର ସହିତ ମକର ସଂକ୍ରାନ୍ତି ପାଳନ କରିଛନ୍ତି । 

ମକର ସଂକ୍ରାନ୍ତି: 

ତେଲୁଗୁ ସଂପ୍ରଦାୟ ଲୋକେ ମକର ସଂକ୍ରାନ୍ତି ଉତ୍ସବକୁ 4ଦିନ ଧରି ପାଳନ କରିଥାନ୍ତି । ପରିବାରର ସମସ୍ତ ସଦସ୍ୟ ଏହି ପର୍ବ ଉପଲକ୍ଷେ ଏକତ୍ରିତ ହୋଇଥାନ୍ତି । ସୁସ୍ବାଦୁ ଖାଦ୍ୟ, ମିଷ୍ଟାନ୍ନ ଓ ଅନ୍ନ ବ୍ୟଞ୍ଜନର ଆସର ଜମିଥାଏ । ପରିବାରର ସମସ୍ତ ସଦସ୍ୟ ଏହି ପର୍ବକୁ ଖୁବ ମନ ଭରି ଉପଭୋଗ କରିଥାନ୍ତି ।  

4ଦିନ ପାଳିତ ହୁଏ ମକର ସଂକ୍ରାନ୍ତି:
ତେଲୁଗୁ ସଂପ୍ରଦାୟ ମକର ଉତ୍ସବର ପର୍ବର ପ୍ରଥମ ଦିନକୁ 'ଭୋଗି' ଭାବେ ପାଳନ କରିଥାନ୍ତି । ଏହି ଦିନ ବଡ ବଡ କାଠଗଣ୍ଡିରେ ନିଆଁ ଲଗାଇ ଅଗ୍ନି ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଏ । ଦ୍ବିତୀୟ ଦିନରେ ପାଣ୍ଡୁକୁ ପାଳନ ପୂର୍ବକ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯାଏ । ତୃତୀୟ ଓ ଚତୁର୍ଥ ଦିନ କାନୁମୁ ଓ ମୁକାନୁମୁ ପାଳନ ହୋଇଥାଏ । ଏହି ସମୟରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖାଇବାର ମଜା ଉଠାଇଥାନ୍ତି ବୋଲି ପାରଳାଖେମୁଣ୍ଡି ବାସିନ୍ଦା ହନିଶା କହିଛନ୍ତି । 
 
ପୂର୍ବପୁରୁଷଙ୍କୁ ପିଣ୍ଡଦାନ:
ପାରଳାଖେମୁଣ୍ଡି ବାସିନ୍ଦା ରାମାରାଓ କହିଛନ୍ତି, "ପ୍ରଥମ ଦିନରେ ଭୋଗି ପାଳନ କରି ଆମେ ନିଆଁ ଲଗାଇ କେକ୍ କାଟି ସମସ୍ତେ ନାଚଗୀତର ମଜା ନେଉ । ପରସ୍ପରକୁ ପୋଙ୍ଗଲର ଶୁଭେଚ୍ଛା ଜଣାଇଥାଉ । ଆଗାମୀ ଦୁଇଦିନ ପିଠା ପଣା କରି ପୂର୍ବପୁରୁଷଙ୍କୁ ପୂଜା କରିବା ସଙ୍ଗେ ଭଗବାନଙ୍କୁ ମଧ୍ୟ ଅର୍ପଣ କରି ନୂଆ ପୋଷାକ ପିନ୍ଧି ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇଥାଉ ।"   
  
ଚାଷଭିତ୍ତିକ ପର୍ବ ମକର ସଂକ୍ରାନ୍ତି :       
ଏହି ଉତ୍ସବ ପାଳନ କରିବାର ଦୁଇଟି କାରଣ ରହିଛି । ପ୍ରଥମତଃ ଏହି ଦିନରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯାଏ । ଅନ୍ୟ କାରଣଟି ଚାଷୀମାନେ ହାଡଭଙ୍ଗା ଶୀତରେ ବିଲରେ କଷ୍ଟ କରି ଅମଳ କରିସାରିବା ନୂତନ ଅମଳକୁ ଭଗବାନଙ୍କୁ ଅର୍ପଣ କରି ଏହି ପର୍ବକୁ ଖୁସିରେ ମନାଇଥାନ୍ତି ବୋଲି ସୁଧାରାଣୀ କହିଛନ୍ତି  । 

ଏହା ମଧ୍ୟ ଦେଖନ୍ତୁ:

 ଯାଜପୁରରେ କ୍ରୋମ ନଗର ମହୋତ୍ସବ ୨୦୨୬ ଉଦଘାଟିତ

ଅଟ୍ରିରେ ମକର ମେଳା; ମାନସିକଧାରୀଙ୍କ ଛୁଆ ପାଇଁ ଗୁଆ ଖୋଜା - MAKAR SANKRANTI 2026

ପବିତ୍ର ମକର ସଂକ୍ରାନ୍ତି; ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି,  ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ଇଟିଭି ଭାରତ, ଗଜପତି 

ABOUT THE AUTHOR

...view details