ସହରରେ ପଶିଲା ହାତୀ, ଆକ୍ରମଣରେ ଫରେଷ୍ଟ ଗାର୍ଡ ଗୁରୁତର - ELEPHANT ATTACK ANGUL

🎬 Watch Now: Feature Video

thumbnail
ଅନୁଗୋଳ ସହରରେ ପଶିଲା ହାତୀ, ଫରେଷ୍ଟ ଗାର୍ଡଙ୍କୁ କଲା ଆକ୍ରମଣ (ETV Bharat Odisha)

By ETV Bharat Odisha Team

Published : May 10, 2026 at 9:22 PM IST

1 Min Read
Choose ETV Bharat

ଅନୁଗୋଳ: ହାତୀ ଆକ୍ରମଣରେ ଜଣେ ଫରେଷ୍ଟ ଗାର୍ଡ ଗୁରୁତର । ଗୋଟିଏ ଦନ୍ତାହାତୀ ଅନୁଗୋଳ ସହର ମଧ୍ୟକୁ ପଶି ଆସିଥିବା ବେଳେ ଆଜି ଦିନ ତମାମ୍ ଲୋକେ ଭୟଭୀତ ରହିଥିଲେ । ହାତୀଟି ସହରର ସୌଭାଗ୍ୟ ନଗର ପାଖ ହୋମଗାର୍ଡ ଅଫିସ ପିଟିସି ମେଡ଼ିକାଲ କଲୋନୀ ପାଖରେ ଥିବା ଏକ ଜଙ୍ଗଲିଆ ଅଞ୍ଚଳରେ ଦିନ ସାରା ରହିଥିଲା । ଏହି ସମୟରେ ହାତୀଟିକୁ ଘଉଡ଼ାଇବା ପାଇଁ ବନ ବିଭାଗ ଏବଂ ପୋଲିସ ବିଭାଗର ମିଳିତ ଉଦ୍ୟମ ଜାରି ରହିଥିଲା । ଏହି ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ ଫରେଷ୍ଟର ରଞ୍ଜନ ପ୍ରଧାନ ।

ଅନୁଗୋଳ DFO, ନୀତିଶ କୁମାର କହିଛନ୍ତି, "ଆଜି ଅନୁଗୋଳ ସହର ଭିତରକୁ ଏକ ହାତୀ ପଶି ଆସିଥିଲା । ହାତୀଟିକୁ ଘଉଡ଼ାଇବା ପାଇଁ ବନ କର୍ମଚାରୀମାନେ ନିୟୋଜିତ ରହିଥିଲେ । ଏହି ସମୟରେ ହଠାତ୍ ହାତୀଟି ଆକ୍ରମଣ କରିବା ପାଇଁ ଆସିଥିଲା ସେହି ସମୟରେ ବନ କର୍ମଚାରୀମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିବା ବେଳେ ଫରେଷ୍ଟ ଗାର୍ଡ଼ ରଞ୍ଜନଙ୍କ ଗୋଡ଼ ଖସିଯିବାରୁ ସେ ତଳେ ପଡି ଯାଇଥିଲେ । ଏହାପରେ ହାତୀଟି ଶୁଣ୍ଢରେ ତାଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ ତାଙ୍କ ଡ଼ାହାଣ ହାତରେ ଗଭୀର ଆଘାତ ଲାଗିଛି । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।" 

ଅନୁଗୁଳ ଡିଏଫଓ, ଏସିଏଫ ଏବଂ ଅନ୍ୟ ଅଧିକାରୀମାନେ ଆସି ଡାକ୍ତରଖାନାରେ ପହଞ୍ଚିଛନ୍ତି । ତେବେ ହାତୀଟି ସନ୍ଧ୍ୟାରେ ଅନ୍ୟତ୍ର ଚାଲିଯାଇଛି । ସେପଟେ ଏବେବି ସ୍ଥାନୀୟ ଅଞ୍ଚଳରେ ଲୋକେ  ଭୟଭୀତ ଅବସ୍ଥାରେ ଅଛନ୍ତି ।  

ଏହା ମଧ୍ୟ ପଢନ୍ତୁ...ବାଲେଶ୍ବରରେ ଦନ୍ତା ହାତୀ ଆତଙ୍କ, ଦୁଇ ଦିନରେ ବୁଲିଲାଣି ୫୦ କିଲୋମିଟର, ଭୟରେ ଲୋକେ

ଏହା ମଧ୍ୟ ପଢନ୍ତୁ...ବହଳଦା ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ବନ କର୍ମଚାରୀ: ହାତୀ ଘଉଡ଼ାଇବାରେ ବିଳମ୍ବ କାରଣରୁ ଗାଡ଼ି ଭଙ୍ଗିବା ସହ ନିର୍ଦ୍ଧୁମ ମାଡ଼

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

With presence in all the 30 districts of the state, ETV Bharat Odisha is responsible for bringing out some of the best stories from the state. Its coverage is not limited to the happenings, spots and festivities of the state but also brings out stories that are unique and exclusive....view details