'ମୋ ନେତାଙ୍କ ସହ ଆଲୋଚନା କରିଛି, ତାଙ୍କ ନିର୍ଦ୍ଦେଶ ମୁତାବକ ଭୋଟ ଦେବି' - BASTA MLA SUBASINI JENA

🎬 Watch Now: Feature Video

thumbnail
ବସ୍ତା ବିଧାୟିକା ସୁବାସିନୀ ଜେନା (ETV Bharat Odisha)

By ETV Bharat Odisha Team

Published : March 14, 2026 at 7:01 PM IST

1 Min Read
Choose ETV Bharat

ସାକ୍ଷାତକାର- ସଞ୍ଜୀବ ରାୟ

ଭୁବନେଶ୍ୱର: ଆସନ୍ତା 16 ତାରିଖରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ । ଭୋଟିଂ ପୂର୍ବରୁ ସରଗରମ ଓଡିଶା ରାଜନୀତି । ବିଜେଡି ଦଳ, ତାର ସମସ୍ତ ବିଧାୟକଙ୍କୁ ରାଜ୍ୟସଭା ନିର୍ବାଚନ ଭୋଟିଂ ନେଇ ଦୁଇ ଦିନ ଧରି ତାଲିମ ଦେଇସାରିଥିବା ବେଳେ କଂଗ୍ରେସ ଦଳ, ତାର କିଛି ବିଧାୟକଙ୍କୁ ନେଇ ବେଙ୍ଗାଲୁରୁରେ ରଖିଛି । ଏହାରି ମଧ୍ୟରେ ଚର୍ଚ୍ଚାର ପରିସର ଭିତରେ ଅଛନ୍ତି ବିଧାୟିକା ସୁବାସିନୀ ଜେନା । ନବୀନ ନିବାସରେ ତାଲିମ ପରେ ରାଜ୍ୟସଭା ନିର୍ବାଚନ ନେଇ ଭୋଟିଂ ପ୍ରକ୍ରିୟା ପାଇଁ ବିଧାନସଭାରେ ପହଁଚି ଦଳର ନେତାଙ୍କ ସହ ସାମିଲ ହେଇଥିଲେ ବିଜେଡି ବିଧାୟିକା ସୁବାସିନୀ ଜେନା ।

ଉତ୍ତର ଓଡ଼ିଶାର ବରିଷ୍ଠ ବିଜେଡି ନେତା ରବୀନ୍ଦ୍ର ଜେନା ବିଜେଡି ଛାଡି ବିଜେପିରେ ସାମିଲ ହେବାପରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ବିଧାୟିକା ପତ୍ନୀ ସୁବାସିନୀ ଜେନା । ସୁବାସିନୀଙ୍କ ରାଜ୍ୟସଭା ଭୋଟ ଉପରେ ରହିଛି ସମସ୍ତଙ୍କ ନଜର । ତେବେ ସୁବାସିନୀଙ୍କୁ ନେଇ ଚର୍ଚ୍ଚା ହେବାରୁ ସେ ନିଜେ ଯାଇ ନବୀନ ନିବାସରେ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ସୁବାସିନୀ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବେ ନା ରବୀନ୍ଦ୍ର ଜେନାଙ୍କ ସହ ରହିବେ ତାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଥିବା ବେଳେ 'ETV Bharat'କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସୁବାସିନୀ କହିଛନ୍ତି, "ରାଜ୍ୟସଭା ନିର୍ବାଚନ ୧୬ ତାରିଖରେ ଅନୁଷ୍ଠିତ ହେବ । ମୁଁ ମୋ ନେତାଙ୍କ ସହ ଆଲୋଚନା କରିଛି । ଦଳୀୟ ମୁଖିଆଙ୍କ ନିର୍ଦ୍ଦେଶ ମୁତାବକ ଭୋଟ ଦେବି ।"

ଏହା ବି ପଢନ୍ତୁ-ରାଜ୍ୟସଭା ନିର୍ବାଚନ ପୂର୍ବରୁ ରିସୋର୍ଟ ପଲିଟିକ୍ସ; ବେଙ୍ଗାଲୁରୁରେ 8 କଂଗ୍ରେସ ବିଧାୟକ, ବିରୋଧୀଙ୍କୁ ଘାରିଛି ଘୋଡ଼ାବେପାର ଚିନ୍ତା

ଇଟିଭି ଭାରତ, ଭୁବନେଶ୍ୱର 

ABOUT THE AUTHOR

...view details