WATCH LIVE: 4ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା - 2026 ELECTION DATES ANNOUNCED

🎬 Watch Now: Feature Video

thumbnail
୨୦୨୬ ନିର୍ବାଚନ (ANI)

By ETV Bharat Odisha Team

Published : March 15, 2026 at 4:03 PM IST

|

Updated : March 15, 2026 at 4:44 PM IST

1 Min Read
Choose ETV Bharat

4ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ବିଗୁଲ ବାଜିଛି । ଭାରତର ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀରେ 2026 ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରୁଛନ୍ତି । ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀ/ପଣ୍ଡିଚେରୀରେ ଚଳିତ ବର୍ଷ ନିର୍ବାଚନ ହେବାକୁ ଯାଉଛି । ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ମେ' ଏବଂ ଜୁନ୍ ମାସରେ ଭିନ୍ନ ଭିନ୍ନ ତାରିଖରେ ଶେଷ ହେଉଛି । 

ଆସାମ ବିଧାନସଭାର କାର୍ଯ୍ୟକାଳ ମେ' 20 ତାରିଖରେ ଶେଷ ହେବାକୁ ଯାଉଛି । ସେହିପରି କେରଳ ବିଧାନସଭାର କାର୍ଯ୍ୟକାଳ ମେ' 23 ତାରିଖ, ତାମିଲନାଡୁ ବିଧାନସଭାର କାର୍ଯ୍ୟକାଳ ମେ' 10 ତାରିଖ ଏବଂ ପଶ୍ଚିମବଙ୍ଗ ବିଧାନସଭାର କାର୍ଯ୍ୟକାଳ ମେ' 7  ତାରିଖରେ ଶେଷ ହେବ । ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ର ଅଂଶ ଭାବରେ ଚାରୋଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପୁଡୁଚେରୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଛି ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଶୀଙ୍କୁ ନେଇ ଗଠିତ ନିର୍ବାଚନ କମିଶନର ପ୍ୟାନେଲ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରୁଛନ୍ତି ।

Last Updated : March 15, 2026 at 4:44 PM IST

ABOUT THE AUTHOR

...view details