ଝାରସୁଗୁଡାରେ 'ଦୁଲଦୁଲି ୨୦୨୬' ଉଦଘାଟିତ, ୫୯୬ ସୋଲାର ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପ ଲୋକାର୍ପଣ - DULDULI 2026 INAUGURATED

🎬 Watch Now: Feature Video

thumbnail
ଝାରସୁଗୁଡାରେ 'ଦୁଲଦୁଲି ୨୦୨୬' ଉଦଘାଟିତ (ETV BHARAT ODISHA)

By ETV Bharat Odisha Team

Published : January 2, 2026 at 7:55 PM IST

1 Min Read
Choose ETV Bharat

ଝାରସୁଗୁଡା: ଜିଲ୍ଲାରେ ଆରମ୍ଭ ହେଲା ସାଂସ୍କୃତିକ ମହୋତ୍ସବ 'ଦୁଲଦୁଲି ୨୦୨୬' । ଜିଲ୍ଲା ପ୍ରତିଷ୍ଠା ଦିବସ ସହ ପଲ୍ଲିଶ୍ରୀ ଓ ସ୍ୱଦେଶୀ ମେଳାର ଶୁଭାରମ୍ଭ ମଧ୍ୟ ହୋଇଛି । ଦୁଲଦୁଲି ମଞ୍ଚରୁ ୫୯୬ ଗୋଟି ସୋଲାର ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପର ମଧ୍ୟ ଲୋକାର୍ପଣ ହୋଇଛି । ପ୍ରଥମ ସଂଧ୍ୟାରେ ଲାଵନୀ, ପଞ୍ଚ ରସି, ବିଜନୀଆଁ ଓ ଛଉ ନୃତ୍ୟରେ ଝୁମିଲେ ଦର୍ଶକ।
 
ଝାରସୁଗୁଡ଼ା ଜିଲ୍ଲାର ପ୍ରତିଷ୍ଠା ଦିବସ ଅବସରରେ ଦୁଲଦୁଲି ମଞ୍ଚରୁ ହିଁ ଜିଲ୍ଲାର ଗ୍ରାମାଞ୍ଚଳ ଗୁଡ଼ିକୁ ଆଲୋକିତ କରିବା ପାଇଁ ସୌର ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ଜିଲ୍ଲାର ଜନସାଧାରଣଙ୍କ ଯାତାୟାତ ଓ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ତରଫରୁ ମୋଟ ୧୪୭୪ ଗୋଟି ସୋଲାର ଷ୍ଟ୍ରିଟ୍ ଲାଇଟ୍‌ର ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରୁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଚେଷ୍ଠା ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଝାରସୁଗୁଡ଼ା, କୋଲାବିରା ଏବଂ ଲଇକେରା ବ୍ଲକରେ ସମ୍ପୂର୍ଣ୍ଣ ହୋଇଥିବା ୫୯୬ ଗୋଟି ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଲୋକାର୍ପିତ କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା ରାତିରେ ଆଲୋକ ବ୍ୟବସ୍ଥା ସୁଦୃଢ଼ ହେବା ସହ ବିଦ୍ୟୁତ ସଞ୍ଚୟ ଓ ପରିବେଶ ସୁରକ୍ଷାରେ ଏହା ସହାୟକ ହେବବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ। 

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାକୁ ଉଦ୍‌ଘାଟନ କରିଥିଲେ। ମନ୍ତ୍ରୀ ରବି ନାରାୟଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଝାରସୁଗୁଡାର କଳା ଓ ସଂସ୍କୃତିର ମହାନତା ଉପରେ ଆଲୋକପାତ କରିଥିଲେ।  ଉଦଘାଟନୀ ସନ୍ଧ୍ୟାରେ ସୃଜନୀ ପରିବାରର 'ମା' ସମଲେଇ ବନ୍ଦନା', ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଓଡ଼ିଶୀ, ମଥୁରାର ମୟୂର ନୃତ୍ୟ, ମହାରାଷ୍ଟ୍ରର ଲାବଣୀ, ମୟୂରଭଞ୍ଜର ଛଉ, ଲଖନପୁରର ପଞ୍ଚରଶୀ, ସମ୍ବଲପୁରର ବଜନିଆଁ ଏବଂ ବେଲପାହାଡ଼ର ମିରର ଥିଏଟର ଦ୍ଵାରା 'ଆମର ଝାରସୁଗୁଡ଼ା' ନାଟକ ଦର୍ଶକଙ୍କୁ ବିଭୋର କରିଥିଲା।  

ଝାରସୁଗୁଡାରେ କାଶ୍ମୀର ମୋଗ୍ରା କେଶର, ଘର ଭିତରେ ଚାଷ କରିଛନ୍ତି ସୁଜାତା ଅଗ୍ରୱାଲ

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details