Watch: ବରଫାବୃତ୍ତ ହ୍ରଦ ଉପରେ ସ୍କେଟିଂର ଆନନ୍ଦ ନେଉଛନ୍ତି ବେଜିଂବାସୀ - SCENIC BEIJING FROZEN LAKE RINKS
🎬 Watch Now: Feature Video

Published : January 5, 2026 at 4:28 PM IST
ବେଜିଙ୍ଗ: ସାରା ବିଶ୍ବରେ ଦେଖିବାକୁ ମିଳୁଛି ଶୀତର ପ୍ରଭାବ । ସେହିପରି ତାପମାତ୍ରା ହ୍ରାସ ପାଇବା କାରଣରୁ ଚୀନ ରାଜଧାନୀରେ ଥିବା ରିଙ୍କସ୍(Rinks) ନାମକ ଏକ ହ୍ରଦ ସମ୍ପୂର୍ଣ୍ଣ ଭାବେ ବରଫାବୃତ୍ତ ହୋଇପଡିଛି । ଏଠାରେ ବନ୍ଧୁ, ପରିବାରବର୍ଗଙ୍କ ସହିତ କିଛି ସମୟ ବିତାଇବା ପାଇଁ ଏଠାକାର ଅଧିବାସୀ ଭିଡ଼ ଲଗାଉଥିବାର ଦେଖିବାକୁ ମିଳୁଛି । ଲୋକେ ଏଠାରେ ନିଜର ସ୍ଲେଜ, ସାଇକେଲ ଆଦି ଚଳାଉଥିବା ସହିତ ଆଇସ୍ ସ୍କେଟିଂର ମଧ୍ୟ ମଜା ନେଉଛନ୍ତି ।
ବରଫାବୃତ୍ତ ହ୍ରଦର ମଜା ନେଉଛନ୍ତି ବେଜିଂ ବାସିନ୍ଦା:
ଚୀନରେ ଜାନୁଆରୀ ମାସ ସବୁଠାରୁ ଶୀତଳ ମାସ ହୋଇଥାଏ । ଏହି ସମୟରେ ରାଜଧାନୀ ବେଜିଂର ଅଧିବାସୀମାନେ ଥଣ୍ଡା ଦିନର ମଜା ଉଠାଇବାକୁ ବରଫାବୃତ୍ତ ରିଙ୍କସ୍ ହ୍ରଦ ନିକଟରେ ଏକତ୍ରିତ ହୋଇଛନ୍ତି । କେହି ନିଜର ସାଇକେଲ ଚଳାଉଥିବା ବେଳେ ପରିବାର ଓ ବନ୍ଧୁ ପରିଜନଙ୍କ ସହିତ ଅନେକ ସ୍ଲେଜ ଗାଡିରେ ବସି ବେଶ୍ ମଜା ଉଠାଉଥିବାର ଦେଖିବାକୁ ମିଳୁଛି । କେହି କେହି ବରଫ ଉପରେ ସ୍କେଟିଂ କରି ଏହି ସମୟରେ ଭରପୂର ମଜା ନେଉଛନ୍ତି । କେତେକ ଲୋକ ଏହି ସ୍ମୃତିକୁ ଫଟୋ ଉଠାଇ ସାଉଁଟିବାରେ ଲାଗିଛନ୍ତି ।
-19 ଡିଗ୍ରୀରେ ପହଞ୍ଚେ ତାପମାତ୍ରା:
ଶୀତ ଦିନମାନଙ୍କରେ ବେଜିଂରେ ତାପମାତ୍ରା ଲଗାତାର କମିବାକୁ ଲାଗିଥାଏ । ଚୀନର ରାଜଧାନୀ ବେଜିଂରେ ନଭେମ୍ବର ଶେଷ ଭାଗରେ ଶୀତ ଋତୁ ଆରମ୍ଭ ହୋଇଥାଏ ଏବଂ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଭୂତ ହୋଇଥାଏ । ଜାନୁଆରୀ ମାସରେ ସର୍ବନିମ୍ନ ତାପମାତ୍ରା ଦେଖିବାକୁ ମିଳିଥାଏ । ଏହି ସମୟରେ ସର୍ବାଧିକ ତାପମାତ୍ରା 10 ଡିଗ୍ରୀ ରହୁଥିବା ବେଳେ ସର୍ବନିମ୍ନ ତାପମାତ୍ରା -5 ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଥାଏ । କେତେକ ସମୟରେ ତାପମାତ୍ରା -19 ଡିଗ୍ରୀ ସେଲସିୟସରୁ ମଧ୍ୟ କମିଯାଇଥାଏ ।
ଏହା ମଧ୍ୟ ପଢନ୍ତୁ: Watch: ବାଃ କି ସୁନ୍ଦର...ବରଫ ଚାଦର ଢାଙ୍କି ହୋଇଛି ପ୍ରକୃତି