MGNREGA ବଞ୍ଚାଅ ସଂଗ୍ରାମ; ବ୍ରହ୍ମପୁରରେ ଦିନିକିଆ ଉପବାସ କରି ପ୍ରତିବାଦ କରିବ କଂଗ୍ରେସ - GANJAM CONGRESS
🎬 Watch Now: Feature Video

Published : January 10, 2026 at 8:57 PM IST
Congress MGNREGA Bachao Sangram ବ୍ରହ୍ମପୁର: ମନରେଗା ନାଁ ପରିବର୍ତ୍ତନକୁ ନେଇ କଂଗ୍ରେସର MGNREGA ବଞ୍ଚାଅ ସଂଗ୍ରାମ । ଏନେଇ ବ୍ରହ୍ମପୁର ଠାରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ଦଳର ନେତୃବୃନ୍ଦ । ବ୍ରହ୍ମପୁରରେ ଦଳର ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ନେତା ତଥା ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ଯୋଗ ଦେଇ ବର୍ତ୍ତମାନର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଦିଲ୍ଲୀ ଓ ପଞ୍ଜାବରେ ଚାଷୀଙ୍କ ପାଇଁ କିଭଳି ମାଗଣାରେ ବିଦ୍ୟୁତ ଯୋଗାଣ ହେଉଥିବା ବେଳେ ଓଡ଼ିଶା କ୍ଷେତ୍ରରେ ତାହା କାର୍ଯ୍ୟକ୍ଷମ ହେଉନଥିବା ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ ।
କଂଗ୍ରେସ କହିଛି ଯେ, MGNREGA ଗ୍ରାମୀଣ ଜୀବିକା ସୁରକ୍ଷାର ମୂଳ ଆଧାର ଭାବେ ପ୍ରତିବର୍ଷ କୋଟି କୋଟି ପରିବାରକୁ ରୋଜଗାର ଯୋଗାଇଛି । ଏଥିଯୋଗୁଁ ଦାଦନ କମିବା ସହିତ ଗ୍ରାମୀଣ ମଜୁରୀ ବଢ଼ିଛି । ସମାଜିକ ଜୀବନରେ ରୋଜଗାରକୁ ଦୀର୍ଘସ୍ଥାୟୀ କରିଛି । ଏହାର ଚାହିଦା ଭିତ୍ତିକ ରୂପରେଖ, ନିଶ୍ଚିତ ମଜୁରୀ ଓ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା, ବିଶେଷକରି ମହିଳା ଓ ଆଦିବାସୀଙ୍କୁ ଲାଭାନ୍ବିତ କରିଛି । କଂଗ୍ରେସ ଅଭିଯୋଗ କରିଛି ଯେ, ନୂତନ VB-GRAM-G ଆଇନ ଏହି ଢାଞ୍ଚାରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ । ଏହା କାମର ଆଇନଗତ ନିଶ୍ଚିତତାକୁ ହଟାଏ । ଏହା କେନ୍ଦ୍ର ସରକାରଙ୍କ ହାତରେ ନିଷ୍ପତ୍ତିକୁ କେନ୍ଦ୍ରୀଭୂତ କରେ, ଗ୍ରାମସଭା ଓ ପଞ୍ଚାୟତକୁ ଦୁର୍ବଳ କରେ ଏବଂ କେନ୍ଦ୍ରର ମଜୁରୀ ଅଂଶଦାନକୁ ପ୍ରାୟ 90%ରୁ 60% କମାଇ ରାଜ୍ୟ ଓ ଶ୍ରମିକଙ୍କ ଉପରେ ଆର୍ଥିକ ଭାର ଲଦି ଦେଉଥିବା ଯୋଗୁଁ କୃଷିଋତୁରେ ମଧ୍ୟ ସୀମିତ ବଜେଟ ଯୋଗୁଁ କାମ ନ ମିଳିବାର ଆଶଂକା ରହିଛି । କାର୍ଯ୍ୟକ୍ରମରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବା ଦ୍ବାରା ଶ୍ରମର ମର୍ଯ୍ୟାଦା ପ୍ରତି ଅପମାନ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ... ଜାନୁଆରୀ ୫ରୁ କଂଗ୍ରେସ ଆରମ୍ଭ କରିବ 'ମନରେଗା ବଚାଓ ଅଭିଯାନ': CWC ବୈଠକରେ ନିଷ୍ପତ୍ତି ବଦଳିଲା MGNREGA ଯୋଜନା ନାଁ, ଗ୍ୟାରେଣ୍ଟି କାର୍ଯ୍ୟ ଦିବସ ୧୨୫ ଦିନକୁ ବୃଦ୍ଧି |
ଏନେଇ କଂଗ୍ରେସ ନେତା ନିମାଇଁ ସରକାର କହିଛନ୍ତି, "ଗରିବ ଲୋକଙ୍କ ପାଇଁ ଥିବା ମନରେଗା ଯୋଜନାକୁ କେନ୍ଦ୍ର ମୋଦି ସରକାର ସମ୍ପୂର୍ଣ୍ଣ ନଷ୍ଟ କରିଦେଲେ । ଗରିବ ଲୋକମାନଙ୍କ ପାଇଁ ଥିବା 100 ଦିନର କାମ ପାଇବାର ଅଧିକରା ନଷ୍ଟ କରିଦେଇଛନ୍ତି । ଫଳରେ 27 ଲକ୍ଷ ଲୋକ ପ୍ରଭାବିତ ହେବେ । ଆସନ୍ତାକାଲି ରାଜ୍ୟସ୍ତରୀୟ ସହ ବ୍ରହ୍ମପୁର ସହରର ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଉପବାସ ପାଳନ କରାଯିବ । 11 ଜାନୁଆରୀରୁ 16 ଜାନୁଆରୀ ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ସମସ୍ତ ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହେବ ।"
ଇଟିଭି ଭାରତ, ବ୍ରହ୍ମପୁର