Watch: ଜଗତସିଂହପୁରରେ ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ - MALLIKARJUN KHARGE
🎬 Watch Now: Feature Video

Published : April 12, 2026 at 9:49 AM IST
ଜଗତସିଂହପୁର: AICC ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିବା ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ବର୍ଶମାଙ୍କ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ କଂଗ୍ରେସ ପକ୍ଷରୁ ଜଗତସିଂହପୁର ସ୍ଥିତ ଟାଉନ ହଲ୍ ଠାରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱାଶର୍ମାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
କଂଗ୍ରେସର ଜିଲ୍ଲା ସଭାପତି ଦେବ ପ୍ରସାଦ ନାୟକ କହିଛନ୍ତି ଯେ, ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱାଶର୍ମା, AICCର ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ମଲିକାର୍ଜୁନ ଖଡ଼ଗେଙ୍କ ପ୍ରତି ଯେଉଁଭଳି ଭାବେ ଅରୁଚିକର ମନ୍ତ୍ୟବ ଦେଇଛନ୍ତି ତାହା ଗ୍ରହଣ ଯୋଗ୍ୟ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀଙ୍କ ଏକାଧିକ ପାସପୋର୍ଟ ସହିତ ବିଦେଶରେ ସମ୍ପତ୍ତି ଥିବା ଜଣାପଡିଛି । ଏନେଇ ମଲିକାର୍ଜୁନ ଖଡ଼ଗେ ପ୍ରକାଶ କରିବା ପରେ ହେମନ୍ତ ଯେଉଁଭଳି ଭାବେ ମନ୍ତବ୍ୟ ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ । ଏହି ଘଟଣାକୁ ନେଇ କଂଗ୍ରେସ କର୍ମୀମାନେ ଜଗତସିଂହପୁର ସହରରେ ଏକାଠି ହେବା ସହିତ ସହର ପରିକ୍ରମା କରି ସ୍ଥାନୀୟ ଟାଉନ ହଲ ଠାରେ କୁଶପୁତ୍ତଳିକା ଦାହ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ... କଣ୍ଟାମାଳରେ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ, ପୋଲିସ ଆକ୍ରମଣକୁ ନିନ୍ଦା ଏପ୍ରିଲ 15ରେ ମହିଳା ବିଲ୍ ଉପରେ ରଣନୀତି ସ୍ଥିର କରିବ I.N.D.I.A. ବ୍ଲକ୍ |
ଇଟିଭି ଭାରତ, ଜଗତସିଂହପୁର