ଅନ୍ତର୍ଜାତୀୟ ମହିଳା ଦିବସରେ ପଡ଼ିଲା ହାତଗଣ୍ଠି - COMMUNITY WEDDING JAJPUR

🎬 Watch Now: Feature Video

thumbnail
ନବ ଉତ୍କଳ ମହିଳା ସମିତି ପକ୍ଷରୁ ଗଣ ବିବାହ (ETV Bharat Odisha)

By ETV Bharat Odisha Team

Published : March 8, 2026 at 8:23 PM IST

|

Updated : March 8, 2026 at 8:28 PM IST

1 Min Read
Choose ETV Bharat

ରିପୋର୍ଟ: ଜ୍ଞାନ ରଞ୍ଜନ ଓଝା 

ଯାଜପୁର: ବାଜିଲା ସାହାନାଇ ପଡ଼ିଲା ହାତଗଣ୍ଠି । 15 ବର୍ଷରେ 52 ଯୋଡ଼ିଙ୍କ ଗଣ ବିବାହ କରି ଚର୍ଚ୍ଚାରେ ଯାଜପୁର ଜିଲ୍ଲାର ନବ ଉତ୍କଳ ମହିଳା ସମିତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନବ ଉତ୍କଳ ମହିଳା ସମିତି ପକ୍ଷରୁ ବ୍ୟାସନଗର ଠାରେ ଆଉ ଏକ ଗଣ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହିନ୍ଦୁ ରୀତିନୀତି ଅନୁଯାୟୀ ବ୍ୟାସନଗର ଟାଉନ ହଲ୍ ଠାରେ ଆଜି ଆଉ ଦୁଇ ଜଣ ନବ ଦମ୍ପତିଙ୍କ ହାତଗଣ୍ଠି ପଡ଼ିଛି । ଏହି ବିବାହ ଉତ୍ସବରେ କୋରେଇ ବିଧାୟକ ଆକାଶ ଦାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯାଜପୁର ରୋଡ଼ ଏସଡିପିଓ ଯୋଗ ଦେଇଥିଲେ। 

ଆର୍ଥିକ ଦୁର୍ବଳ ଥିବା ଯୁବକ ଯୁବତୀମାନଙ୍କର ବିବାହ କରି ସମାଜରେ ଏକ ନୂତନ ବାର୍ତ୍ତା ପ୍ରଦାନ କରିଛି ଏହି ସଂଗଠନ । ହିନ୍ଦୁ ଧର୍ମରେ ବିବାହକୁ ଏକ ପବିତ୍ର ବନ୍ଧନର ମାନ୍ୟତା ଦିଆଯାଇଥିବା ବେଳେ ଏଥରୁ ବଞ୍ଚିତ ରହିଯାଇଥିବା ଗରିବ ଯୁବକ ଯୁବତୀଙ୍କ ବିବାହ କରାଇବାର ଲକ୍ଷ ନେଇ ଏହି ମହିଳା ସଙ୍ଗଠନ ପ୍ରତିବର୍ଷ ଏଭଳି ଗଣ ବିବାହ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ଚଳିତବର୍ଷ ମଧ୍ୟ ଭୋଜିଭାତ ସାଙ୍ଗକୁ ବହୁ ଆଡ଼ମ୍ବରେ ଏହି ଗଣ ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିପାଇଁ ଉଭୟ ବରକନ୍ୟା ପରିବାର ବେଶ୍ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଥିଲା । ସେପଟେ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା । 

ଏହା ମଧ୍ୟ ପଢନ୍ତୁ...Women's Day Special: ଅଟୋ ଷ୍ଟିଅରିଂରୁ ପରିବାର ଆର୍ଥିକ ମେରୁଦଣ୍ଡ ସଳଖୁଛନ୍ତି ଦମୟନ୍ତୀ 

ଏହା ମଧ୍ୟ ପଢନ୍ତୁ... ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭେଟି; ବ୍ୟାଙ୍କ ଖାତାକୁ ଆସିଲା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି 

ଇଟିଭି ଭାରତ, ଯାଜପୁର

Last Updated : March 8, 2026 at 8:28 PM IST

ABOUT THE AUTHOR

...view details