ଯାଜପୁରରେ କ୍ରୋମ ନଗର ମହୋତ୍ସବ ୨୦୨୬ ଉଦଘାଟିତ - CHROME NAGAR MAHOTSAV
🎬 Watch Now: Feature Video

Published : January 13, 2026 at 1:49 PM IST
ଯାଜପୁର: ଜିଲ୍ଲାର କାଳିଆପାଣି ଖଣି ଅଞ୍ଚଳରେ 'କ୍ରୋମ ନଗର ମହୋତ୍ସବ-୨୦୨୬' ଉଦଘାଟିତ ହୋଇଯାଇଛି। ଶୀତୁଆ ସନ୍ଧ୍ୟାରେ ନାଚଗୀତରେ ଦୁଲୁକିଲା ମଞ୍ଚ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନସାଧାରଣ ପାରମ୍ପରିକ ନୃତ୍ୟ ଗୀତର ତାଳେତାଳେ ଶୋଭାଯାତ୍ରା କରି ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲେ। ପରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଓ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଖଣି ସଂସ୍ଥାର କର୍ତ୍ତୃପକ୍ଷ, ସ୍ଥାନୀୟ ଜନପ୍ରତିନିଧି, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ମହୋତ୍ସବ ୩ ଦିନ ଧରି ଚାଲିବ। ପ୍ରତିଦିନ ସନ୍ଧ୍ୟାରେ କଳାକାରଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ମିନାବଜାର ବୁଲିବେ ଦର୍ଶକ ।
ଉଦୟଗିରିରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ, ସାମିଲ ହେଲେ 15ଶହରୁ ଉର୍ଦ୍ଧ୍ବ ଧର୍ମାବଲମ୍ବୀ
ଇଟିଭି ଭାରତ, ଯାଜପୁର