Watch: ଶାନ୍ତି ଶୃଙ୍ଖଳାରେ ମାତୃଭାଷା ପରୀକ୍ଷା ଶେଷ, ସହଜ ପ୍ରଶ୍ନ ଦେଖି ଖୁସି ପରୀକ୍ଷାର୍ଥୀ - MATRICULATION EXAM
🎬 Watch Now: Feature Video

Published : February 19, 2026 at 7:31 PM IST
Matriculation Exam କଟକ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପ୍ରଥମ ଦିନ ଥିଲା ମାତୃଭାଷା । ସୁରୁଖୁରୁରେ ମାତୃଭାଷା ପରୀକ୍ଷା ଶେଷ ହୋଇଛି । ଏଥିସହ ପରୀକ୍ଷା ଶେଷ ହେବା ପରେ ହସ ହସ ମୁହଁରେ ପରୀକ୍ଷା କେନ୍ଦ୍ରରୁ ବାହାରିଛନ୍ତି ଛାତ୍ରଛାତ୍ରୀ । ପ୍ରଶ୍ନ ସହଜ ଥିଲା ଏବଂ ଭଲ ହୋଇଛି ବୋଲି କହିଛନ୍ତି ପରୀକ୍ଷାର୍ଥୀ । ସେହିପରି ଢେଙ୍କାନାଳରେ ୧୬ହଜାର ୭୭୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।
କେତେ ପରୀକ୍ଷାର୍ଥୀ ଦେଇଛନ୍ତି ପରୀକ୍ଷା ?
ଚଳିତ ବର୍ଷ ମୋଟ 5 ଲକ୍ଷ 61 ହଜାର 979 ଜଣ ପରୀକ୍ଷା ଦେଉଛନ୍ତି । ସାରା ଓଡ଼ିଶାରେ ମୋଟ 322 ନୋଡାଲ ସେଣ୍ଟର, 3082 ପରୀକ୍ଷା କେନ୍ଦ୍ର କରାଯାଇଛି ।
ଖୁସି ଛାତ୍ରଛାତ୍ରୀ:
ପରୀକ୍ଷାର୍ଥୀ କହିଛନ୍ତି, ‘ପ୍ରସ୍ତୁତି ଅନୁଯାୟୀ ପ୍ରଶ୍ନ ଆସିଥିଲା । ସହଜ ପ୍ରଶ୍ନ ଆସିଥିଲା ଏବଂ ପରୀକ୍ଷା ଭଲ ହୋଇଛି ।’
ସୁରୁଖୁରୁରେ ହୋଇଛି ପରୀକ୍ଷା:
ଅନ୍ୟପଟେ ପ୍ରଥମ ଦିନ ପରୀକ୍ଷାକୁ ନେଇ ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, ‘ପ୍ରଥମ ଦିନ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି । କୌଣସି ପରୀକ୍ଷା କେନ୍ଦ୍ରରେ କୌଣସି ବିଶୃଙ୍ଖଳା ହୋଇନାହିଁ । ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକୁ ବୋର୍ଡ କାର୍ଯ୍ୟାଳୟରେ ଥିବା କମାଣ୍ଡ କଣ୍ଟ୍ରୋଲ ରୁମରୁ ନଜର ରଖାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: |
ଢେଙ୍କାନାଳରେ କିପରି ଥିଲା ପ୍ରସ୍ତୁତି ?
ଢେଙ୍କାନାଳ ଜିଲ୍ଲାରେ ମୋଟ ୨୬୯ଟି ହାଇସ୍କୁଲର ମଧ୍ୟରୁ ୯୫ଟି ସ୍କୁଲରେ ପରୀକ୍ଷା କେନ୍ଦ୍ରରେ ମୋଟ ୧୬ହଜାର ୭୭୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ପରୀକ୍ଷାରେ କପି ରୋକିବା ପାଇଁ ସିସିଟିଭି ଓ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହା ସହିତ ୪ ଥାକିଆ ସ୍କ୍ବାର୍ଡ ବ୍ୟବସ୍ଥା ପ୍ରସ୍ତୁତି ରହିଛି । ପ୍ରତେକ ବ୍ଲକର ବିଡ଼ିଓ ମାନଙ୍କୁ ନୋଡାଲ ଅଫିସର ଭାବେ ୮ଟି ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ୩ଟି ଫ୍ଲାଇଂ ସ୍କ୍ୱାର୍ଡ ଗଠନ କରାଯାଇଛି । ୫୦ଟି ପରୀକ୍ଷା କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇ ସେଗୁଡିକରେ ସ୍ୱତନ୍ତ୍ର ଭାବେ ସଶସ୍ତ୍ର ପୋଲିସ ବ୍ୟବସ୍ଥା କରାଯାଇଛି ।
ଇଟିଭି ଭାରତ, କଟକ ଓ ଢେଙ୍କାନାଳ