LIVE: ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀର ଦ୍ବିତୀୟ ଦିବସ କାର୍ଯ୍ୟକ୍ରମର ସିଧା ପ୍ରସାରଣ... - PURI BRICS SUMMIT LIVE

🎬 Watch Now: Feature Video

thumbnail
BRICS ସମ୍ମିଳନୀ (ETV Bharat)

By ETV Bharat Odisha Team

Published : June 4, 2026 at 9:37 AM IST

|

Updated : June 4, 2026 at 10:54 AM IST

1 Min Read
Choose ETV Bharat

PURI BRICS SUMMIT LIVE ,

 ଆଜି BRICS ସମ୍ମିଳନୀର ଦ୍ବିତୀୟ ଦିନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ମିଳନୀକୁ ଅଧିକାରିକ ଭାବେ ଉଦ୍‌ଘାଟନ କରୁଛନ୍ତି । ବ୍ରିକ୍ସ୍ ରାଷ୍ଟ୍ରସମୂହ ପ୍ରତିନିଧିଙ୍କ ସାମ୍ନାରେ ଓଡ଼ିଶାର ସୁଦୃଢ଼ ସତର୍କ ସୂଚନା କାର୍ଯ୍ୟକାରୀ ଏବଂ ସଫଳ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ମଡେଲ୍ ପ୍ରଦର୍ଶିତ କରାଯାଇଛି । ଭାରତର ବ୍ରିକ୍ସ ୨୦୨୬ ଅଧ୍ୟକ୍ଷତା ଅଧୀନରେ ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ପକ୍ଷରୁ ଜୁନ୍ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପୁରୀଠାରେ BRICS ୨୦୨୬ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ (DRRG) ବୈଠକ ଆୟୋଜିତ ହେଉଛି ।

ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସାରା ବିଶ୍ବରେ ରୋଲ୍ ମଡେଲ ସାଜିଛି । ଘୂର୍ଣ୍ଣିଝଡ଼ ଓ ଭୀଷଣ ବାତ୍ୟା ପରିଚାଳନା ଭଳି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ବିପର୍ଯ୍ୟୟ ସମୟରେ ସ୍ଥାନାନ୍ତରଣ ପ୍ରକ୍ରିୟା, ସୁରକ୍ଷିତ ଆଶ୍ରୟସ୍ଥଳୀ ପ୍ରଦାନ କ୍ଷେତ୍ରରେ ରାଜ୍ୟର ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ସଫଳତାକୁ ପ୍ରଦର୍ଶିତ କରିବା ପାଇଁ ଚଳିତ ବର୍ଷର ବ୍ରିକ୍ସ ବୈଠକ ପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ଭାବରେ ମନୋନୀତ କରାଯାଇଛି ।

ବିପର୍ଯ୍ୟୟ ପରିଚାଳନା ଉପରେ ଓଡି଼ଶା ସାରା ବିଶ୍ବକୁ ଦେବ ଗୁରୁମନ୍ତ୍ର । ଆଜି ବିପର୍ଯ୍ୟୟ ହ୍ରାସକାରୀ ଗୋଷ୍ଠୀର ବୈଷୟିକ ବୈଠକ ଅନୁଷ୍ଠିତ ହେବ । ବ୍ରାଜିଲ, ଋଷିଆ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ଇଜିପ୍ଟ, ସଂଯୁକ୍ତ ଆରବ ଏମିରେଟ୍ସ (UAE), ଇଥିଓପିଆ, ଇରାନ ଏବଂ ଇଣ୍ଡୋନେସିଆ ଆଦି 11ଟି ଦେଶରର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: 

ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ: ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟ ଗୋଷ୍ଠୀର ବୈଷୟିକ ବୈଠକ

Photo Gallery: ଆରମ୍ଭ ହେଲା 'ବ୍ରିକ୍ସ ସମ୍ମିଳନୀ 2026'

ପୁରୀରେ ବ୍ରିକ୍ସ ବୈଷୟିକ ସମ୍ମିଳନୀ; ବାଲୁକା ଆନିମେସନରେ ବ୍ରିକ୍ସ ପ୍ରତିନିଧିଙ୍କୁ ସ୍ୱାଗତ, ଫୋକସରେ ବିପର୍ଯ୍ୟୟ ପରିଚାଳନା ପ୍ରତିରୋଧ କ୍ଷମତା ବୃଦ୍ଧି

Last Updated : June 4, 2026 at 10:54 AM IST

ABOUT THE AUTHOR

With presence in all the 30 districts of the state, ETV Bharat Odisha is responsible for bringing out some of the best stories from the state. Its coverage is not limited to the happenings, spots and festivities of the state but also brings out stories that are unique and exclusive....view details