Watch: ବୌଦ୍ଧ ମହୋତ୍ସବ ଉଦଯାପିତ, ଦର୍ଶକଙ୍କୁ ବାନ୍ଧି ରଖିଲା ଲୋକନୃତ୍ୟ - BOUDH MOHATSAV 2026
🎬 Watch Now: Feature Video

Published : January 7, 2026 at 7:20 PM IST
ବୌଦ୍ଧ: ଗତକାଲି(ମଙ୍ଗଳବାର) ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପିତ ହୋଇଛି ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା । 5 ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ଏଥର ଆତ୍ମ ନିର୍ଭର ଭାରତ ସ୍ବଦେଶୀ ମେଳା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲା । ସେପଟେ ଅତିଥି ମାନେ ଜିଲ୍ଲାର ଐତିହ୍ୟ, କଳା ସଂସ୍କୃତିର ଭୂୟସୀ ପ୍ରଶଂସା କରିଥିଲେ ।
କଳା-ସଂସ୍କୃତିକୁ ପ୍ରଶଂସା:
ବୌଦ୍ଧ ଜିଲ୍ଲା ମହୋତ୍ସବକୁ ଗତ 2 ତାରିଖରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଉଦଘାଟନ କରିଥିଲେ । ଆଉ ମଙ୍ଗଳବାର ବୌଦ୍ଧ ଜିଲ୍ଲା ମହୋତ୍ସବ ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି । ଜିଲ୍ଲାପାଳ ବିଭୂତି ଭୂଷଣ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିଥି ରୂପେ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ, ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଳା ଯୋଗ ଦେଇ ବୌଦ୍ଧ ଜିଲ୍ଲାର କଳା, ସଂସ୍କୃତି, ସାହିତ୍ୟର ଅବଦାନକୁ ନେଇ ଭୂୟସୀ ପ୍ରଶଂସା କରିଥିଲେ ।
32 ବର୍ଷରେ ପାଦ ଦେଇଥିବା ଯୁବ ବୌଦ୍ଧ ଜିଲ୍ଲାର ସାମଗ୍ରୀକ ବିକାଶ ମୋହନ ମାଝୀ ସରକାରଙ୍କ ପ୍ରାଥମିକତା ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ବିଶେଷ ଭାବରେ ବୌଦ୍ଧ ଏକ କୃଷି ଭିତ୍ତିକ ଜିଲ୍ଲା ହୋଇଥିବାରୁ ଆହୁରି ଅଧିକ ଜଳ ସେଚନ ପ୍ରକଳ୍ପ ପ୍ରତିଷ୍ଠାର ଆବଶ୍ୟକତା ରହିଥିବା ଅତିଥି ମାନେ ମତ ଦେଇଥିଲେ । ବର୍ତମାନ ନୂତନ ସରକାର ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ସମୁଦାୟ 6ଟି ଆଇଏସଏସ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନେଇଥିବା ତନ୍ମଧ୍ୟରୁ ତିନୋଟି ପ୍ରକଳ୍ପ ବୌଦ୍ଧ ଜିଲ୍ଲାରେ ନିର୍ମାଣ ହେବ ବୋଲି ସୂଚନା ମିଳିଛି । ଫଳରେ ବୌଦ୍ଧ ଜିଲ୍ଲା ସମେତ ବୀରମହାରାଜପୁର ଉପଖଣ୍ଡ, ରେଢ଼ାଖୋଲ ଉପଖଣ୍ଡ ଓ ଆଠମଲ୍ଲିକ ଉପଖଣ୍ଡ ଅଞ୍ଚଳ ଏହାଦ୍ୱାରା ଉପକୃତ ହେବ ।
ଆକର୍ଷଣ ସାଜିଲା ସ୍ବଦେଶୀ ମେଳା:
ସେହିପରି ବୌଦ୍ଧ ଜିଲ୍ଲାରେ ନୈସର୍ଗିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନ ସହ ପର୍ଯ୍ୟଟନର ବିରାଟ ସମ୍ଭାବନା ରହିଥିବାରୁ ଏନେଇ ମଧ୍ୟ ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଏ ସମ୍ପର୍କରେ ଖୋଦ ମନ୍ତ୍ରୀ ଓ ବୌଦ୍ଧ ବିଧାୟକ ଜିଲ୍ଲାକୁ ଏକ ବିକଶିତ ଜିଲ୍ଲାରେ ପରିଣତ ପାଇଁ ସମସ୍ତ ଚେଷ୍ଟା କରାଯିବ ବୋଲି କହିଛନ୍ତି । ସେହିପରି ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଅବସରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ମେଳାରେ ବିଭିନ୍ନ ହାତ ତିଆରି ସାମଗ୍ରୀ ଲୋକଙ୍କୁ ବେଶ ଆକର୍ଷିତ କରିଥିଲା ।
ଏହା ମଧ୍ୟ ପଢନ୍ତୁ: ବୌଦ୍ଧ ମହୋତ୍ସବରେ ଆତ୍ମନିର୍ଭର ଭାରତ ସ୍ବଦେଶୀ ମେଳା; ଆକର୍ଷଣର କେନ୍ଦ୍ରବିନ୍ଦୁ ନବକୋଠୀ ଶାଢ଼ୀ Foundation Day: 32 ବର୍ଷରେ ପାଦ ଦେଲା ବୌଦ୍ଧ, ଆଜି ବି ବାଟ ପାଉନି ବିକାଶ ! |
ବାନ୍ଧି ରଖିଲା ପାରମ୍ପାରିକ ଲୋକନୃତ୍ୟ:
ଜଙ୍ଗଲଜାତ ସାମଗ୍ରୀ ଠାରୁ ନେଇ ବିଭିନ୍ନ ଘର କରଣା ସାମଗ୍ରୀ କିଣିବାକୁ ସାଧାରଣରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା । ପାଞ୍ଚ ଦିନ ଧରି ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ପାରମ୍ପରିକ ଲୋକ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିବା ବେଳେ ଧିରେ ଧିରେ ଲୁପ୍ତପ୍ରାୟ ଲୋକ କଳା ବଞ୍ଚାଇ ରଖିବାକୁ ଜିଲ୍ଲା ମହୋତ୍ସବର ସାଂସ୍କୃତିକ ମଞ୍ଚ ବେଶ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା ।
ଇଟିଭି ଭାରତ, ବୌଦ୍ଧ