ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ - KALAHANDI UTSAV

🎬 Watch Now: Feature Video

thumbnail
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ (ETV BHARAT ODISHA)

By ETV Bharat Odisha Team

Published : January 10, 2026 at 11:33 AM IST

1 Min Read
Choose ETV Bharat

ଭଭାନୀପାଟଣା: କଳାହାଣ୍ଡି ଜିଲ୍ଲାର ଲୋକ ମହୋତ୍ସବ ଘୁମୁରା-୨୦୨୬ ଉଦଘାଟନ ପୂର୍ବରୁ ଇନ୍ଦ୍ରାବତୀ ଜଳ ଭଣ୍ଡାରର ସାନ ଛତରଙ୍ଗ ଠାରେ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବୁଡି ଅଞ୍ଚଳରୁ ପ୍ରତିଯୋଗୀ ସହ ଦେଖଣାହାରୀ ମଧ୍ୟ ଛୁଟି ଆସିଥିଲେ। ପ୍ରତିଯୋଗିତାକୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ହୋଇଥିଲେ।

ଏହି ଉତ୍ସବ ମାଧ୍ଯମରେ ଜିଲ୍ଲାର ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ କରିଥାଏ ତଥା ଏଠାକାର ଲୋକଙ୍କ ପାଖରେ ଥିବା କଳା ଓ କୌଶଳକୁ ଆଗକୁ ଆଣିବା ହିଁ ଲୋକ ମହୋତ୍ସବ ଘୁମୁରାର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ବର୍ଷ ତମାମ ବୁଡି ଅଞ୍ଚଳର ଏଇ ଅଧିବାସୀ ଦୁଃଖ କଷ୍ଟରେ କାଳାତିପାତ କରୁଥିବା ବେଳେ ଏମାନଙ୍କୁ ଏଇ ଘୁମୁରା ଉତ୍ସବ ମାଧ୍ୟମରେ ସାମିଲ କରି ଜିଲ୍ଲାର ସଂସ୍କୃତି ପରମ୍ପରା ସହ ଯୋଡି ରଖିବା ଜିଲ୍ଲା ସଂସ୍କୃତି ବିଭାଗର ଏଇ ପ୍ରୟାସ ।
 
ଏନେଇ ତୀରନ୍ଦାଜୀ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ରାଇମନ ମାଝୀ କହିଛନ୍ତି, " ପ୍ରତ୍ୟେକ ବର୍ଷ ଆମ ଇନ୍ଦ୍ରାବତୀରେ ତୀର ଚାଳନା ଓ ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୁଏ। ମୁଁ ତିର ଚାଳନାରେ ଭାଗ ନେଇ ପ୍ରଥମ ପୁରସ୍କାର ପାଇଛି।"
 
ଏନେଇ ସଂସ୍କୃତି ଗବେଷକ ସତ୍ୟନାରାୟଣ ମୁଣ୍ଡଚୀନା କହିଛନ୍ତି, " ଯେଉଁମାନେ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ରହୁଛନ୍ତି ସେମାନେ ପ୍ରତ୍ୟେକ ଦିନ ଡଙ୍ଗାରେ ଯିବା ଆସିବା କରୁଛନ୍ତି, ସେମାନଙ୍କୁ ପ୍ରୋତ୍ସାହନ ଦେବା ଓ ଯେଉଁ ମାନେ ତିର ଚାଳନା କରୁଛନ୍ତି  ପ୍ରୋତ୍ସାହନ ଦେବା ପାଇଁ ଆମର କଳାହାଣ୍ଡି ଉତ୍ସଵ ଘୁମୁରା ପକ୍ଷରୁ ଏହା ଏକ ସ୍ୱତନ୍ତ୍ର କାର୍ଯକ୍ରମ ରଖାଯାଇଛି। ୧୯୯୭ ମସିହାରୁ ଏହି କାର୍ଯ୍ୟକ୍ରମ ଚାଲୁଅଛି ।"

ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ କହିଛନ୍ତି, "  ଆମର ଉଦଘାଟନି ଦିବସରେ ଦୁଇଟି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା, ଗୋଟିଏ ହେଲା  ତିର ଚାଳନା ଓ ଅନ୍ୟଟି ହେଲା ନୌକା ଚାଳନା। ଦୁଇଟି ପ୍ରତିଯୋଗିତାରେ ବହୁତ ଲୋକ ଭାଗ ନେଇଥିଲେ। ଏଠାକାର ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି " ।

Watch: ରଣପୁର ମହୋତ୍ସବ 'ଅର୍ଜୁନ', ଓଡ଼ିଶୀ ନୃତ୍ୟ-ମେଲୋଡିରେ ଝୁମିଲେ ଦର୍ଶକ

 ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details