Watch: ବିଶ୍ବର ସବୁଠୁ ବଡ଼ ଶିବଲିଙ୍ଗ ସ୍ଥାପନ - WORLD BIGGEST SIBA LINGA
🎬 Watch Now: Feature Video

Published : January 17, 2026 at 6:17 PM IST
World Largest Shiva Linga ପାଟନା(ବିହାର): ବିହାରର ପୂର୍ବ ଚମ୍ପାରଣର କଲ୍ୟାଣପୁର ବ୍ଲକର କୈଥୱାଲିଆ ଜାନକୀପୁରରେ ଥିବା ବିରାଟ ରାମାୟଣ ମନ୍ଦିରରେ ବିଶ୍ୱର ସର୍ବବୃହତ ଶିବଲିଙ୍ଗ ସ୍ଥାପନ କରାଯାଇଛି । ତାମିଲନାଡୁର ମହାବଳୀପୁରମରେ ଗ୍ରାନାଇଟ୍ ପଥରରେ ନିର୍ମିତ ଏହି ଶିବଲିଙ୍ଗ 33 ଫୁଟ ଉଚ୍ଚ ଏବଂ 33 ଫୁଟ ପରିଧି ବିଶିଷ୍ଟ ରହିଥିବା ବେଳେ ଏହାର ଓଜନ 210 ମେଟ୍ରିକ୍ ଟନ୍ ରହିଛି । ଏହାକୁ ନିର୍ମାଣ କରିବାକୁ ପ୍ରାୟ 3 କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ତେବେ ତାମିଲନାଡୁରେ ନିର୍ମାଣ ହୋଇଥିବା ଏହି ଶିବଲିଙ୍ଗକୁ ବିହାରକୁ ଆଣିବା ପାଇଁ ଏକ 96 ଚକିଆ ଟ୍ରକ୍ ବ୍ୟବହାର କରାଯାଇଥିଲା । ଶିବଲିଙ୍ଗ ସ୍ଥାପନ ପାଇଁ ରାଜସ୍ଥାନ ଏବଂ ଭୋପାଳରୁ 750 ଟନ୍ କ୍ଷମତା ବିଶିଷ୍ଟ ଦୁଇଟି କ୍ରେନ୍ ଅଣାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ... ସାଧୁଙ୍କ ସମାଧି ଉପରେ ଶିବ ମନ୍ଦିର, ବ୍ରାହ୍ମଣ ନୁୁହେଁ ପୂଜା କରନ୍ତି ମହିଳା |
ବିରାଟ ରାମାୟଣ ମନ୍ଦିର ବିଶ୍ୱର ସର୍ବବୃହତ ସନାତନ ମନ୍ଦିର ହେବାକୁ ସ୍ଥିର କରାଯାଇଛି । ମନ୍ଦିରଟି 140 ଏକର ଜମିରେ ନିର୍ମାଣ କରାଯାଉଛି । 270 ଫୁଟ ଉଚ୍ଚତା, 270 ଫୁଟ ଓସାର ଏବଂ 1080 ଫୁଟ ଲମ୍ବା ବିଶିଷ୍ଠ ଏହି ଭବ୍ୟ ମନ୍ଦିରରେ 22 ଦେବତାଙ୍କ ମୂର୍ତ୍ତି ସ୍ଥାପନ କରାଯିବ । ଭଗବାନ ରାମ, ମାତା ସୀତା ଏବଂ ଲବ-କୁଶଙ୍କ ମୂର୍ତ୍ତି ସ୍ଥାପନ କରାଯିବ । ପ୍ରଭୁ ରାମଙ୍କ ବିପରୀତ ମୁଖ୍ୟ ପ୍ରବେଶ ଦ୍ୱାରରେ 33 ଫୁଟର ଶିବଲିଙ୍ଗ ସ୍ଥାପନ କରାଯାଇଛି । ଯାହା ବିଶ୍ୱର ସବୁଠାରୁ ବଡ଼ ଶିବଲିଙ୍ଗ ।