ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
🎬 Watch Now: Feature Video

Published : September 1, 2026 at 11:14 PM IST
ବାଲେଶ୍ୱର: ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହେବା ଘଟଣାକୁ ନେଇ କଂଗ୍ରେସରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଆଜି ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ସହ ଆରକ୍ଷୀ ଅଧୀକ୍ଷକ (ଏସ୍ପି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଜିଲ୍ଲା କଂଗ୍ରେସ ପକ୍ଷରୁ ପୋଲିସ ଲାଇନ୍ ନିକଟରେ ଥିବା ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରୁ ଏହି ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା । ଶତାଧିକ କଂଗ୍ରେସ କର୍ମୀ ହାତରେ ଦଳୀୟ ପତାକା ଏବଂ ପ୍ଲାକାର୍ଡ ଧରି ସରକାର ବିରୋଧୀ ନାରାବାଜି ଦେଇଥିଲେ । ପରେ ଏହି ଶୋଭାଯାତ୍ରା ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଏକ ପ୍ରତିବାଦ ସଭାରେ ପରିଣତ ହୋଇଥିଲା ।
ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଏହି ବିକ୍ଷୋଭରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତାଙ୍କ ସମେତ ଯୁବ, ଛାତ୍ର ଏବଂ ମହିଳା କଂଗ୍ରେସର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଉତ୍ତରାଖଣ୍ଡ ସରକାରଙ୍କ ଏକଛତ୍ରବାଦୀ ଆଭିମୁଖ୍ୟକୁ ତୀବ୍ର ନିନ୍ଦା କରିଥିଲେ। ଆଗାମୀ ଦିନରେ ଏହି ମାମଲା ପ୍ରତ୍ୟାହାର କରା ନ ଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଏହାକୁ ନେଇ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସ କହିଛନ୍ତି,"ଉତ୍ତରାଖଣ୍ଡର ହଲଦ୍ୱାନୀ ଠାରେ କଂଗ୍ରେସର ଯୋଉ ସମାବେଶ ଅନୁଷ୍ଠିତ ହେଇଥିଲା, ଯୋଉଥିରେ ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ଦେଇଥିଲେ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ଜଣେ ଦଳିତ ସମ୍ପ୍ରଦାୟର ନେତା ହେଇଥିବାରୁ ଏବଂ ସେ ସଭାମଞ୍ଚକୁ ବିଜେପି ଏବଂ ଆରଏସଏସର କର୍ମୀମାନେ ଶୁଦ୍ଧିକରଣ କଲେ, ଗୋବର ପାଣି ଛିଞ୍ଚିଲେ, ଗଙ୍ଗାଜଳ ଛିଞ୍ଚିଲେ। ଯାହା ବିରୁଦ୍ଧରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସ୍ୱର ଉଠେଇଲେ ଏବଂ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଏଫଆଇଆର ଦରଜ କରିବା ପାଇଁ ଉତ୍ତରାଖଣ୍ଡ ପୋଲିସକୁ କହିଲେ ।
ମାତ୍ର ଓଲଟି ଉତ୍ତରାଖଣ୍ଡର ବିଜେପି ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଉତ୍ତରାଖଣ୍ଡ ପୋଲିସ ବିଜେପି ଏବଂ ଆରଏସଏସ କର୍ମୀ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଏଫଆଇଆର ଦରଜ କରିବା ପରିବର୍ତ୍ତେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କଲେ । ଏ ପ୍ରତିବାଦର ଉଦ୍ଦେଶ୍ୟ ହେଉଛି ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଯେଉଁ ଷଡ଼ଯନ୍ତ୍ରମୂଳକ ମିଥ୍ୟା ମାମଲା ତୁମେ ରୁଜୁ କରିଛ, ତୁରନ୍ତ ତାହା ପ୍ରତ୍ୟାହାର କର ଏବଂ ଉତ୍ତରାଖଣ୍ଡର ଅଭିଯୁକ୍ତ ବିଜେପି ଆରଏସଏସ କର୍ମୀଙ୍କ ବିରୁଦ୍ଧରେ ମାମଲା ରୁଜୁ କର । ଏଇ ଦାବି ନେଇ ଆଜି ଦେଶ ତମାମ ସବୁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏଭଳି ବିକ୍ଷୋଭ ଏବଂ ପ୍ରତିବାଦ ଆୟୋଜନ କରାଯାଇଛି ।"
ଇଟିଭି ଭାରତ, ବାଲେଶ୍ୱର