୨୩ତମ ବଲାଙ୍ଗୀର ଲୋକ ଉତ୍ସବ ଉଦଘାଟିତ, ଲୋକନୃତ୍ୟରେ କମ୍ପିଲା ଶୀତୁଆ ସନ୍ଧ୍ୟା - LOK UTSAV
🎬 Watch Now: Feature Video

Published : January 20, 2026 at 9:25 AM IST
ବଲାଙ୍ଗୀର: ଉଦଘାଟିତ ହୋଇ ଯାଇଛି ୨୩ତମ ବଲାଙ୍ଗୀର ଲୋକ ଉତ୍ସବ। ଉଦଘାଟନୀ ସନ୍ଧ୍ୟାରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାର ଲୋକ ନୃତ୍ୟ ଗୀତରେ ଦୁଲୁକିଥିଲା ମଞ୍ଚ। ଗୁଜରାଟ, ପଞ୍ଜାବ ଓ ଆସାମର ଲୋକନୃତ୍ୟ ସାଙ୍ଗକୁ ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକ ନୃତ୍ୟ ଗୀତ ଦର୍ଶକଙ୍କ ମନ ଜିଣିଛି। ଲୋକ ଉତ୍ସବ ସାଙ୍ଗକୁ ପଲ୍ଲିଶ୍ରୀ ମେଳା ଯୋଗୁଁ ଲୋକଙ୍କ ଭିଡ଼ ଦ୍ବିଗୁଣିତ ହୋଇଛି। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ।
ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକ ଉତ୍ସବକୁ ଉଦଘାଟନ କରିଥିଲେ । ଏଥିସହ ବଲାଙ୍ଗୀର ଜିଲ୍ଲାପାଳ ଶିବାଜୀ ଗୌରବ ଇସଲ୍ୱାର ଓ ଏସପି ଅଭିଳାଷ ଜି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ସନ୍ଧ୍ୟାରେ ଗୁଜୁରାଟର ଆଦିବାସୀ ନୃତ୍ୟ ସିଦ୍ଧି ଧମାଲ , ଆସାମର ବରଦାଇ ଚିଖଲି, ପଞ୍ଜାବର ଭଙ୍ଗଡ଼ା ନୃତ୍ୟ ସେଠାକାର କଳାକାର ମାନେ ପରିବେଷଣ କରିଥିଲେ। ସେହିପରି କଳାହାଣ୍ଡିର ଘୁମୁରା, ଗଞ୍ଜାମ ଜିଲ୍ଲାର ଯୋଡି ସଂଖ ସହ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ସଂଗଠନ ମାନେ ଲୋକନୃତ୍ୟ ଓ ଗୀତ ପରିବେଷଣ କରିଥିଲେ। ଯାହା ଦର୍ଶକଙ୍କ ମନ ଛୁଇଁଥିଲା।
ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କହିଛନ୍ତି" ଆମ ବଲାଙ୍ଗୀର ଭାଷା ଲୋକକଳା, ନୃତ୍ୟଗୀତ ପୃଥିବୀ ପ୍ରସିଦ୍ଧ ଅଟେ। ଆମ ଲୋକକଳା ଉପରେ ନିର୍ମିତ ବିଭିନ୍ନ ସିନେମା ମଧ୍ୟ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା। ଆମ କଳାକାର ମାନେ ମଧ୍ୟ ସବୁ ବେଳେ ଏଠିକାର ଲୋକକଳା ସବୁଠି ପ୍ରଦର୍ଶିତ କରି ଆମ ପାଇଁ ଗର୍ବ ଆଣି ଦେଇଛନ୍ତି। ଏହି ଲୋକଉତ୍ସବ ଦ୍ୱାରା ଆମର ସେହି ଲୋକକଳା ସମ୍ନାକୁ ଆସିବ ଓ ତା ସାଙ୍ଗକୁ ରାଜ୍ୟ ବାହାର ଲୋକକଳା ମଧ୍ୟ ଏଠି ନୂଆ ଶିକ୍ଷା ଦେବ ।"
ଆୟୋଜ କମିଟିର ସଦସ୍ୟ ଗୋପାଲିଜି ପାଣିଗ୍ରାହୀ କହିଛନ୍ତି" ବଲାଙ୍ଗୀର ତାର ଗର୍ବ ଓ ଗୌରବ ଲୋକକଳାକୁ ନେଇ ୨୩ ତମ ଲୋକ ଉତ୍ସବ ଆୟୋଜନ କରିଛି।ଏଥର ସରକାର ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଏହାର ଖୁବ ସୁନ୍ଦର ଆୟୋଜନ ହୋଇଛି। ଯେଉଁଥିରେ ଲୋକକଳା ନୃତ୍ୟଗୀତରେ ସାରା ଜିଲ୍ଲା ଝୁମିବ। ସମାନ ଭାବରେ ଏଥର ଅତି ବ୍ୟବସ୍ଥିତ ଭାବରେ 296 ଟି ଦୋକାନ ଲାଗିଛି। ଯେଉଁଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ମହିଳା ବ୍ୟବସାୟୀ ମାନେ ଆସି ତାଙ୍କ ଦ୍ବାରା ନିର୍ମିତ ସାମଗ୍ରୀ ବିକ୍ରି କରୁଛନ୍ତି ।"
ବଲାଙ୍ଗୀର ଜିଲ୍ଲାପାଳ ଶିବାଜୀ ଗୌରବ ଇସଲ୍ୱାର କହିଛନ୍ତି " ଆମେ ପ୍ରଥମ ଥର ବଲାଙ୍ଗୀର ଲୋକ ଉତ୍ସବକୁ ପାଞ୍ଚ ଦିନ ପାଇଁ ଆୟୋଜନ କରିଛୁ। ଏଥିରେ ଲୋକ ଉତ୍ସବ ସହ ସୁଭଦ୍ରା ଶକ୍ତି ମେଳା, ଭାରତ ଆତ୍ମ ନିର୍ଭର ମେଳା ଓ ପଲ୍ଲିଶ୍ରୀ ମେଳାର ମଧ୍ୟ ଆୟୋଜନ କରିଛୁ। ପ୍ରଥମେ ଆମେ ବ୍ଲକ ଓ ସବ ଡିଭିଜନ ସ୍ଥରରେ ଲୋକ ଉତ୍ସବ ଆୟୋଜନ କରିଥିଲୁ। ସେଠୁ ଉତ୍କୃଷ୍ଟ ଦଳ ଆଜି ଏଠି ଲୋକ ଉତ୍ସବରେ କମାଲ ଦେଖାଇବେ। ଆମ ଜିଲ୍ଲାରେ କୌଣସି କ୍ଷେତ୍ରରେ ପ୍ରତିଭାର ଅଭାବ ନାହାନ୍ତି। ଆମେ ଚେଷ୍ଟା କରିଛୁ ସବୁ ପ୍ରତିଭାକୁ ଏହାଦ୍ୱାରା ମଞ୍ଚ ମିଳିବ ଓ କଳାର ବିକାଶ ହେବ ।"
କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ
ଇଟିଭି ଭାରତ, ବଲାଙ୍ଗୀର