ବାବା ଚନ୍ଦନେଶ୍ୱରଙ୍କ ଅନ୍ତିମ ପର୍ବ- ପାଟ ପର୍ବ, ଦେହରେ କଣ୍ଟା ଫୋଡ଼ିଲେ ଭକ୍ତ - CHANDANESWAR CHADAKA PARBA

🎬 Watch Now: Feature Video

thumbnail
ବାବା ଚନ୍ଦନେଶ୍ୱରଙ୍କ ଅନ୍ତିମ ପର୍ବ- ପାଟ ପର୍ବ, ଦେହରେ କଣ୍ଟା ଫୋଡ଼ିଲେ ଭକ୍ତ (ETV BHARAT ODISHA)

By ETV Bharat Odisha Team

Published : April 13, 2026 at 7:50 PM IST

1 Min Read
Choose ETV Bharat

ବାଲେଶ୍ବର: ବାବା ଚନ୍ଦନେଶ୍ୱରଙ୍କ ବିଶ୍ୱପ୍ରସିଦ୍ଧ ଚଡ଼କ ପର୍ବର ଅନ୍ତିମ ପର୍ବ- ପାଟ ପର୍ବ ଆଜି ସମାପନ ହେବ । ଦୀର୍ଘ 11 ଦିନ ନିର୍ଜଳା ଉପବାସ ରହି ବାବାଙ୍କ ନିକଟରେ ବ୍ରତ ଧାରଣ କରିଥିବା ଭକ୍ତମାନେ ସନ୍ଧ୍ୟାରେ ଶେଷ ଅର୍ଘ୍ୟ ପ୍ରଦାନ କରି ଘରକୁ ବାହୁଡ଼ିବେ । ସକାଳେ ଶ୍ରୀଜୀଉଙ୍କ ନୀତିକାନ୍ତି ପରେ ଭକ୍ତଙ୍କ ବିଦାୟୀ ଉତ୍ସବ ମାଳା ଚନ୍ଦନି ଆରମ୍ଭ ହୋଇଥିଲା । ଏଥିରେ ଭକ୍ତମାନେ ପରସ୍ପରକୁ ମାଳ ଓ ଚନ୍ଦନ ପିନ୍ଧାଇ କୋଳା କୋଳି ହୋଇ ଭାବ ଆଦାନ ପ୍ରଦାନ ସହିତ ବିଦାୟ ନେବାର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଭାରତର ବିଭିନ୍ନ ପ୍ରଦେଶରୁ ଆସିଥିବା ଲକ୍ଷାଧିକ ଭକ୍ତ ବାବାଙ୍କ ପୀଠରେ ଦୀର୍ଘ 11 ଦିନ ରହଣି ଭିତରେ ସେମାନଙ୍କ ଭିତରେ ଗଢ଼ି ଉଠିଥିବା ଭାଇଚାରା, ଭାତୃଭାବ ଓ ମଣିଷ ପଣିଆ, ଏକ ନିଆରା ଆପଣା ପଣ ତିଆରି କରିଥାଏ । ଯିବା ବେଳେ ସମସ୍ତେ ଭାବ ବିହ୍ବଳ ହୋଇ ଉଠନ୍ତି, ଅଲଗା ହେବାର ଦୁଃଖରେ ଆଖିରୁ ଝରି ପଡ଼ିଥାଏ ଲୁହ । ସନ୍ଧ୍ୟାରେ ହାକାଣ୍ଡ ପୋଖରୀରୁ ବିରାଟ ପଟୁଆରରେ ଦଶଲୋକି ମେଢ଼ ମନ୍ଦିରକୁ ଆସେ । ଏଥିରେ ଲକ୍ଷାଧିକ ଭକ୍ତ ବିଭିନ୍ନ ବେଶ ଧାରଣ କରି ଶୋଭାଯାତ୍ରାରେ ଆସିଥାନ୍ତି । ନିଆଁ ପାଟୁଆ ସାଙ୍ଗକୁ କଣ୍ଟା ପାଟୁଆମାନେ ଦେହରେ ହଜାର ହଜାର ମୁନିଆ କଣ୍ଟା ବିଦ୍ଧ କରି ମନ୍ଦିରକୁ ଆସୁଥିବାରୁ ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧ କର ହୋଇଥାଏ । ଚଳିତ ବର୍ଷ ଏକ ଲକ୍ଷ କୋଡିଏ ହଜାରରୁ ଅଧିକ ଭକ୍ତ ଓ 8 ଲକ୍ଷରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼, ଚଡ଼କ ପର୍ବର ଗୁରୁତ୍ୱକୁ ବୃଦ୍ଧି କରିଥିବା ବେଳେ 22 ପ୍ଲାଟୁନ ପୋଲିସ ଓ 3 ପ୍ଲାଟୁନ BSF ଫୋର୍ସ ସହିତ ଶତାଧିକ ପୋଲିସ ଅଧିକାରୀ ମୁତୟନ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ- ସମ୍ପର୍କର ସେତୁ ସାଜିଛି ବାବା ଚନ୍ଦନେଶ୍ୱରଙ୍କ ଚଡକ ଯାତ୍ରା

ଏହା ମଧ୍ୟ ପଢ଼ନ୍ତୁ- ଶେଷ ହେଲା ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକ ମେଳା

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details