WATCH: କୂଅରେ ପଡିଗଲା ଦନ୍ତା, ନାକେଦମ୍ ହେଲେ ବନ କର୍ମଚାରୀ - ELEPHANT RESCUED FROM WELL

🎬 Watch Now: Feature Video

thumbnail
କୂଅରୁ ଉଦ୍ଧାର ହେଲା ହାତୀ (ETV Bharat Odisha)

By ETV Bharat Odisha Team

Published : March 5, 2026 at 4:56 PM IST

1 Min Read
Choose ETV Bharat

KEONJHAR ELEPHANT NEWS  କେନ୍ଦୁଝର: ଖାଦ୍ୟ ଅନ୍ୱେଷଣରେ ଆସି କୂଅରେ ପଡିଲା ଦନ୍ତା । ପ୍ରାୟ ୬ ଘଣ୍ଟାର ଅପରେସନ୍ ପରେ କୂଅରୁ ଉଦ୍ଧାର ହେଲା ହାତୀ । ଏଭଳି ଘଟଣା ଘଟିଛି କେନ୍ଦୁଝର ସଦର ରେଞ୍ଜ ବନାଯୋଡ଼ି ଗାଁରେ । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ୩ଟି ଦନ୍ତାହାତୀ ଖାଦ୍ୟ ଅନ୍ୱେଷଣରେ ବନାଯୋଡ଼ି ଗାଁ ପାଖକୁ ଆସିଥିବା ବେଳେ ହୃଷୀ ନାଏକଙ୍କ କୂଅର ଗୋଟିଏ ଦନ୍ତାହାତୀ ଖସି ପଡ଼ିଥିଲା ।ଏହାପରେ ହାତୀର ଗର୍ଜନ ଶୁଣି ହୃଷୀ, ବନ ବିଭାଗକୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । 

କୂଅଟି ଗଭୀର ଥିବାରୁ ଜେସିବି (JCB) ସାହାଯ୍ୟରେ କୂଅକୁ ତାଡ଼ି ଏକ ରାସ୍ତା ତିଆରି କରାଯାଇଥିଲା । ୧୦ ଫୁଟ ଗାତ କରି ପ୍ରଥମେ ସେଠାରେ ଏକ ରାସ୍ତା ତିଆରି କରି ଦମକଳ ବାହିନୀ ସହାୟତାରେ ସେଥିରେ ପାଣି ଭର୍ତ୍ତି କରାଯାଇଥିଲା । କୂଅରେ ପାଣି ଭର୍ତ୍ତି ହେବା ପରେ ହାତୀଟି ସୁରକ୍ଷିତ ଭାବେ ବାହାରି ଜଙ୍ଗଲ ମୁହାଁ ହୋଇଥିଲା । କିନ୍ତୁ ଏହି ସମୟରେ ଉତ୍ତ୍ୟକ୍ତ ହାତୀଟି ଗୋଟିଏ ବାଇକ୍ ଭାଙ୍ଗିବା ସହ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲା ଏବଂ ଅନ୍ୟ ଜଣେ ତଳେ ପଡ଼ି ଆହତ ହୋଇଥିଲେ । ସେମାନଙ୍କୁ ବନ ବିଭାଗ ଦ୍ୱାରା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଏହି ଆକ୍ରମଣ ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀମାନେ କ୍ଷତି ପୂରଣ ଦାବି କରିଥିଲେ । ଏହାପରେ ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜ କୂଅର ମାଲିକ ଏବଂ ଅନ୍ୟମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।  

କେନ୍ଦୁଝର DFO ଧନରାଜ ଏଚ. ଡ଼ି କହିଛନ୍ତି," ୬ ଘଣ୍ଟାର ଅପରେସନ୍ ପରେ କୂଅରୁ ହାତୀକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବର୍ତ୍ତମାନ ହାତୀଟି ଉପରେ କଡ଼ା ନଜର ରଖିଛି ବନ ବିଭାଗ । "  

ଏହା ମଧ୍ୟ ପଢନ୍ତୁ... Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର - BABY ELEPHANT DEATH
 ଏହା ମଧ୍ୟ ପଢନ୍ତୁ...ଗାଈ ଚରାଇବାକୁ ଯାଇଥିଲେ, କଚାଡି ମାରିଲା ଦନ୍ତା 

 ଏହା ମଧ୍ୟ ପଢନ୍ତୁ... ପରିବା ବାଡିରେ ବୃଦ୍ଧଙ୍କ ଜୀବନ ନେଲା ହାତୀ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ଇଟିଭି ଭାରତ, କେନ୍ଦୁଝର 