ଭୈରବ ଦେବଙ୍କ ଝାମୁଯାତ୍ରା; ନିଆଁରେ ଚାଲିଲେ, କଣ୍ଟାରେ ଝୁଲିଲେ

🎬 Watch Now: Feature Video

thumbnail
ଭୈରବ ଦେବଙ୍କ ଝାମୁଯାତ୍ରା (ETV Bharat Odisha)

By ETV Bharat Odisha Team

Published : October 5, 2026 at 2:00 PM IST

2 Min Read
Choose ETV Bharat

ଭବାନୀପାଟଣା (କଳାହାଣ୍ଡି): ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ମାଟିର ଲୋକକଳା, ସଂସ୍କୃତି ଓ ପାରମ୍ପରିକ ଆସ୍ଥାର ଅନନ୍ୟ ନିଦର୍ଶନ ହେଉଛି ଝାମୁଯାତ୍ରା । ଦୀର୍ଘ ବର୍ଷର ପରମ୍ପରା ଓ ଧାର୍ମିକ ବିଶ୍ୱାସକୁ ନେଇ ଭବାନୀପାଟଣା ସହର ନିକଟସ୍ଥ ମେଦିନିପୁର ଠାରେ ଗତକାଲି (ରବିବାର) ଭୈରବ ଦେବଙ୍କ ଝାମୁଯାତ୍ରା ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ନିଆଁର ଅଙ୍ଗାର ଉପରେ ଚାଲିବା ଏବଂ ପାରମ୍ପରିକ ରୀତିନୀତି ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିବା ବେଳେ ଏହାକୁ ଦେଖିବା ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଥିଲା । 

ଭୈରବ ଦେବଙ୍କ ଝାମୁଯାତ୍ରା ପରମ୍ପରା:

ପରମ୍ପରା ଅନୁଯାୟୀ, ଆଶ୍ୱିନ ମାସ ଦ୍ୱାଦଶୀ ତିଥିରେ ବାଲିକଢା ଠାରୁ ଭୈରବ ଦେବଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଦୀର୍ଘ ୧୨ ଦିନ ଧରି ଚାଲିଥିବା ଏହି ଉତ୍ସବରେ ପାରମ୍ପରିକ ବିଧିବିଧାନ ପାଳନ କରାଯାଇଥିଲା । ଏହାପରେ କଳାହାଣ୍ଡି ମହାରାଜଙ୍କ ଦ୍ୱାରା ମନ୍ଦିରର ଗର୍ଭଗୃହରେ ଗୁପ୍ତ ରୀତିନୀତି ଅନୁସାରେ ଭୈରବ ଦେବଙ୍କ ସ୍ୱତନ୍ତ୍ର ପୂଜା ସମ୍ପନ୍ନ ହୋଇଥିଲା । ପୂଜାବିଧି ଶେଷ ହେବା ପରେ ଝାମୁଯାତ୍ରା ପାଇଁ ପ୍ରସ୍ତୁତ କାଠଗଣ୍ଡି ଗୁଡ଼ିକରେ ଅଗ୍ନି ସଂଯୋଗ କରାଯାଇଥିଲା । 

ସନ୍ଧ୍ୟା ନଇଁବା ସହ ଆରମ୍ଭ ହୋଇଥିଲା ବହୁ ପ୍ରତିକ୍ଷୀତ ଝାମୁଯାତ୍ରା । ଜଳନ୍ତା ଅଙ୍ଗାରରେ ପରିପୂର୍ଣ୍ଣ ଅଗ୍ନିପଥ ଉପରେ ଦେବୀଙ୍କ ଚାଲିବାର ଦୃଶ୍ୟ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମନରେ ଭକ୍ତି ଓ ବିସ୍ମୟ ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ପାରମ୍ପରିକ କଣ୍ଟା ଦୋଳିରେ ଝୁଲିବାର ବିଧି ସମ୍ପନ୍ନ ହେବା ପରେ ମନ୍ଦିରରେ ପୁନର୍ବାର ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ମାନସିକ ପୂରଣ ପାଇଁ ଅନେକ ଶ୍ରଦ୍ଧାଳୁ ଛେଳି, କୁକୁଡ଼ା ଆଦି ବଳି ପ୍ରଦାନ କରିଥିଲେ ।

ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ପିଢ଼ି ପରେ ପିଢ଼ି ଧରି ବଞ୍ଚି ରହିଥିବା କଳାହାଣ୍ଡିର ଆଦିବାସୀ ଲୋକଙ୍କ ବିଶ୍ୱାସ, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଏକ ଜୀବନ୍ତ ପରିଚୟ । ଆଧୁନିକତାର ଛାପ ମଧ୍ୟରେ ମଧ୍ୟ ଏଭଳି ପାରମ୍ପରିକ ଉତ୍ସବ କଳାହାଣ୍ଡିର ସାଂସ୍କୃତିକ ପରିବେଷକୁ ଆଜି ବି ଜୀବନ୍ତ ରଖିଛି ।

ମେଦିନୀପୁର ଗ୍ରାମବାସୀ ଚୁଡ଼ା ମଣି ସାହୁ କହିଛନ୍ତି ଯେ, ଆଜକୁ ଶହ ଶହ ବର୍ଷ ହେବ ଏହି ଯାତ୍ରା ଚାଲି ଆସିଛି । ୧୨ ଦିନ ଧରି ଏହି ଯାତ୍ରା ଚାଲିଥିଲା । ପୂର୍ବ ପୁରୁଷରୁ ଏକ ବିଶ୍ବାସ ରହିଛି । ଆମେ ସବୁ ଦିନ ଏଠାକୁ ଆସି ଦର୍ଶନ କରୁ ।" ସେହିପରି ପୂଜକ ଦୟାନିଧି ରାଉତ କହିଛନ୍ତି,"ଏହା ଆମର ବହୁତ ପୁରୁଣା ପରମ୍ପରା । ହଜାର ବର୍ଷରୁ ଏହା ଚାଲିଆସୁଛି ।​ ଦୀର୍ଘ 12 ଦିନ ଧରି ଏହି ଯାତ୍ରା ଚାଲିଥିଲା । ଏଠାକୁ ବହୁ ଦୂରଦୁରାନ୍ତରୁ ଭକ୍ତମାନେ ଆସନ୍ତି । ସମସ୍ତଙ୍କ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି । " 
 
ଏହା ମଧ୍ୟ ପଢନ୍ତୁ... ଶାରଦୀୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ: କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି

ଏହା ମଧ୍ୟ ପଢନ୍ତୁ... କଟକ ଦୁର୍ଗାପୂଜାର ବଡ଼ ଭଉଣୀ; 500 ବର୍ଷର ବାଲୁବଜାର ଦୁର୍ଗାପୂଜା, ମୂର୍ତ୍ତି କାରିଗର ହିଁ ସାଜନ୍ତି ପୂଜକ

ଇଟିଭି ଭାରତ, କଳାହାଣ୍ଡି