ନିଆଳିରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ - ପହଲି ରଜ ନିଆଳି

🎬 Watch Now: Feature Video

thumbnail
ନିଆଳିରେ ଧୁମ୍‌ଧାମରେ ଜମିଲା ପହଲି ରଜ ଉତ୍ସବ, ଯୋଗ ଦେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ (ETV Bharat Odisha)

By ETV Bharat Odisha Team

Published : June 14, 2026 at 2:53 PM IST

|

Updated : June 14, 2026 at 4:30 PM IST

1 Min Read
Choose ETV Bharat

ନିଆଳି: ଆଜି ହେଉଛି ପହିଲି ରଜ । ଗାଁ ଗଣ୍ଡାରେ ପୋଡ ପିଠାର ବାସ୍ନା ମହମହ ବାସୁଛି । ରଜପାନ, ପୁଚି ଖେଳ, ଝୋଟି, ଦୋଳି ଖେଳର ଆସର ଜମିବାରେ ଲାଗିଛି । ଝିଅ ଠାରୁ ବୋହୂ ସମସ୍ତେ ନୂଆ ପୋଷାକ ସାଙ୍ଗକୁ ଗୋଡରେ ଅଳତା, ହାତରେ ମେହେନ୍ଦି ଲଗାଇ, ପାନ ଖାଇ ପହିଲି ରଜକୁ ସ୍ବାଗତ କରିଛନ୍ତି । ନିଆଳି ଜଲ୍ଲାରପୁର ପଞ୍ଚାୟତରେ ରଜ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅଭିନେତା ବବି ମିଶ୍ର ଯୋଗ ଦେଇ ଏହାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଇଛି । ସେହିପରି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣ ବାଟି ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟ ମଧ୍ୟ ରଜ ପାଇଁ ସାଇଲୋ ବଡବିଲ ହାଇସ୍କୁଲ ପରିସରରେ ଆଞ୍ଚଳିକ ରଜ ଉତ୍ସବ ମହାସମାରୋହରେ ଯୋଗ ଦେଇଛନ୍ତି । 
 
ଓଡ଼ିଶାର ଗଣ ପର୍ବ 'ରଜୋତ୍ସବ':
ଓଡ଼ିଶାର ଗଣ ପର୍ବ ରଜ । ରଜ ପୂର୍ବ ଦିନକୁ ସଜବାଜ କୁହାଯାଏ । ଏହା ପରେ ପହିଲି ଲଜ, ରଜ ସଂକ୍ରାନ୍ତି , ଭୂମି ଦହନ ଓ ବସୁମତୀ ସ୍ନାନ ଆଦି ପାଳନ କରାଯାଇଥାଏ । ଏହା ଏକ କୃଷିଭିତ୍ତିକ ପର୍ବ । ଯାହା ଚାଷର ଆରମ୍ଭକୁ ସୂଚାଇଥାଏ । ଏହି ପର୍ବ ପୃଥିବୀ ମା' ରଜସ୍ୱଳା ହେବା ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜ ପର୍ବରେ ପରିବାରର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ବିଭିନ୍ନ ପ୍ରକାରର ଖେଳ ଖେଳି ବୁଲାବୁଲି କରି ପର୍ବର ମଜା ନିଅନ୍ତି । 
 
ଏହା ମଧ୍ଯ ପଢନ୍ତୁ:

ମାଟି ଓ ମେଘର ମିଳନର ପର୍ବ ରଜ, ପୋଡପିଠା ପାନରେ ମହକୁଛି ଗାଁ ଠୁ ସହର

ଓଡ଼ିଶାର ଗଣପର୍ବ ରଜ: ଶାନ୍ତି ଓ ସମୃଦ୍ଧି କାମନା କଲେ ରାଷ୍ଟ୍ରପତି, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଏଥର ରଜରେ "DIGESTIVE ପାନ"... ରମାକାନ୍ତଙ୍କ ଦୋକାନରେ ଗ୍ରାହକଙ୍କ ଗହଳି, ଭେରାଇଟି 70ରୁ 80

ଇଟିଭି ଭାରତ, ନିଆଳି

Last Updated : June 14, 2026 at 4:30 PM IST

ABOUT THE AUTHOR

With presence in all the 30 districts of the state, ETV Bharat Odisha is responsible for bringing out some of the best stories from the state. Its coverage is not limited to the happenings, spots and festivities of the state but also brings out stories that are unique and exclusive....view details